• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦଳଙ୍କ ନାଟକ

ଦଳଙ୍କ ନାଟକ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଜୁଲାଇ ୨୦୨୪

ବିଜେଡ଼ି କରିଚି ନବକଳେବର
ଲୋକଙ୍କ ହୃଦୟ ଜିତିବା ପାଇଁ,
ଅଣ-ଓଡ଼ିଆ ଛିଟା ଦୂରେଇବା ଲାଗି
(ସାମ୍ନାରେ) ବରିଷ୍ଠ ନେତାଙ୍କୁ ଦେଇଛି ଥୋଇ ।। ୧ ।।

ନବୀନ ଦେଖିଲେ ଅସ୍ମିତା, ଦୁର୍ନୀତି
ପ୍ରସଙ୍ଗ ଲୋକଙ୍କୁ କରିଚି ବଡ଼ ଅଥୟ,
ତେଣୁ ରାଜ୍ୟ କମିଟି ସଭ୍ୟମାନଙ୍କୁ
ସେ ସଂପୂର୍ଣ୍ଣ ଭାବରେ ଦେଲେ ବିଦାୟ ।। ୨ ।।

ବିଧାନସଭାରେ ଟାଣ ବିରୋଧୀ ଭୂମିକା
ନିଭାଇବା ପାଇଁ ଦଳ ସଜ ହେଉଚି,
ଦୁର୍ନୀତି ଆରୋପ କେମିତି ଟାଳିବ
ସେଥିନେଇ ଅଙ୍କ କଷା ଚାଲିଚି ।। ୩ ।।

ନବୀନ ଚାହାଁନ୍ତି ଝାଡ଼ିଝୁଡ଼ି ହୋଇ
ତାଙ୍କ ସ୍ୱଚ୍ଛ ମୂର୍ତ୍ତି ଦେବେ ସଜାଡ଼ି,
ତେବେ ନୂଆ ସର୍କାର ଉପାୟ ଖୋଜୁଚି
ଦୁର୍ନୀତିରେ ଦେବ ଛବି ବିଗାଡ଼ି ।। ୪ ।।

ବିଜେଡ଼ି ଭାବୁଚି କେନ୍ଦ୍ରକୁ ପ୍ରସଙ୍ଗ-
ଭିତ୍ତିକ ସମର୍ଥନ ଦେବା ଠିକ ଥିଲା,
ମୋଦିଙ୍କ ନିକଟେ ଆତ୍ମସମର୍ପଣ
ନିର୍ବାଚନରେ ବେଶ୍ ଭାରି ପଡ଼ିଲା ।। ୫ ।।

ତେଣୁ ନୀତି ବଦଳାଇ ବିଜେଡ଼ି
ଏଥର କେଦ୍ରକୁ ଘୋର ବିରୋଧ କଲା,
ରାଜ୍ୟ ପ୍ରସଙ୍ଗରେ ସର୍କାରକୁ ଘେରି
ଗୃହ ମଧ୍ୟଭାଗେ ହୋ-ହଲ୍ଲା ରଚିଲା ।। ୬ ।।

ବିଜେପି ଜାଣିଚି ନବୀନ ଛବିରେ
ବିଜେଡ଼ି ଜଳୁଚି ଦିକ୍ ଦିକ୍ ହୋଇ,
ତାଙ୍କ ଭାବ ମୂର୍ତ୍ତି ନଷ୍ଟ କରିଦେଲେ
ସେହି ଦଳର ଅସ୍ତିତ୍ୱ ଯିବରେ ଧୋଇ ।। ୭ ।।

ନବୀନଙ୍କ ପୁଞ୍ଜି ସ୍ଵଚ୍ଛ ଛବିରେ
କଳଙ୍କ କାଳିମା ବୋଳିବା ପାଇଁ,
ମୋହନ ସର୍କାର ତିଆରି କରୁଚି
ନୂଆ ରଣନୀତି ବୁଦ୍ଧି ଖଟାଇ ।। ୮ ।।

ଏହି ରୋଚକ ନାଟକ ଦେଖିବା ପାଇଁ
ବିଧାନସଭା ଗୃହ ରହିଛି ଚାହିଁ,
ଶାସକ-ବିରୋଧୀ ମୁହାଁମୁହିଁ ହୋଇ
(ଦର୍ଶକଙ୍କୁ) ରାଜନୀତି ରଙ୍ଗେ ଦେବେ ଭିଜାଇ ।। ୯ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.