• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗରୁଡ଼ଙ୍କ ରାଗ

ଗରୁଡ଼ଙ୍କ ରାଗ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୬ ଜୁଲାଇ ୨୦୨୪

ଦିନେ ହରି, ହର, କରିଲେ ବିଚାର
ଭ୍ରମଣ କରିବା ପାଇଁ,
ବାହନରେ ଚଢ଼ି, ଗଲେ ଉଡ଼ି ଉଡ଼ି
ଆକାଶ ପଥରେ ବାହି ।
ବିଷ୍ଣୁଙ୍କ ବାହନ, ଖଗ ଶ୍ରେଷ୍ଠ ଜାଣ
ଗୁରୁଡ଼ ପକ୍ଷୀଟି ସେହି,
ହରଙ୍କ ବାହନ, ବୃଷଭଟି ପୁଣ
ଘେନି ଗଲେ, ଦୁଇ ସାଇଁ ।
ଲକ୍ଷ୍ମୀପତି ଶିରେ, ସୁବର୍ଣ୍ଣ ମକୁଟ
ଭୋଳା ବାବା ମୁଣ୍ଡେ ନାଗ,
ଜଟା ମସ୍ତକରେ, ଫଣାତୋଳି ବାରେ
ବଢ଼ାଏ ଦୁଷ୍ଟାମୀ ବେଗ ।
ନମାନେ କାହାକୁ, ହେୟଭାବି ତାଙ୍କୁ
ଭାବି, ନିଜେ ବଲିଆର
ଖେଳ ଖେଳୁଥାଏ, ଫୁତ୍କାରଟି ଦିଏ
ବଦମାସୀ କାରବାର ।
ହୋଇ ଲଣ୍ଡ ଭଣ୍ଡ, ହୁଅଇ ଉଦଣ୍ଡ,
ସୀମା ସରହଦ ଡିଏଁ,
ଅନୀତିକୁ ନୀତି, ଆପଣାଇ ଅତି
କାହାକୁ ମାନେନି ସିଏ ।
ସବୁକଥା ଦେଖି, ଗରୁଡ଼ ଅସୁଖୀ
ଭାବଇ ବହୁତ କଥା,
ଦେଖି ଡରୁଥିଲା, ଲୁଚି କରେ ବୁଲା
(ଆଜି) ବହପେ ତୋଳଇ ମଥା ।
ଦେଖିଲେ ଯାହାକୁ, ଖୋଜି ତା ଗାତକୁ
ଆତ୍ମ ଗୋପନରେ ଘରେ,
କାହା ପାଇଁ ଏହି, ବଡ଼ିମା ଦେଖାଇ ମୁହଁ ଟାଣପଣେ କରେ ।
ଆଜି ତା’ସାହସ, ବହପରେ ଶ୍ୱାସ
କହି, ସହି ହୁଏ ନାହିଁ,
ବହୁ ଭାବିଚିନ୍ତି, ଗରୁଡ଼ ପୁଛନ୍ତି
ଷଣ୍ଢ କାନେ ସବୁ କହି ।
ବୃଷଭ କହିଲେ, ଶୁଣ ବାରେ ଭଲେ
ବୁଝିକି ପାରୁନ ତୁମେ,
ପାର୍ବତୀଙ୍କ ପତି, ପାଶେ ତାର ସ୍ଥିତି
ଏଥିପାଇଁ ଅଛି ଭ୍ରମେ ।
ଭୁଲେ ସ୍ଥାନ, କାଳ, ଭୁଲେ ନିଜ ବଳ
ଭୁଲିଯାଏ ନିଜ ସ୍ଥାନ,
ମଥା ପରେ ନେତ୍ର, ରଖି ସେ ଉତ୍ପାତ
କରେ ତୁଚ୍ଛ ହେୟଜ୍ଞାନ ।
ଅଳପ ବୁଦ୍ଧିଆ, ଅତି ଅଳ୍ପକିଆ
ଧରାକୁ ମଣଇ ସରା,
ଭୁଲି ଇନ୍ଦ୍ର ଚନ୍ଦ୍ର, ଭୁଲି ଭଲ ମନ୍ଦ
କରଇ ନାନା ଯାତରା ।
ମୁନିବଙ୍କ ନାମେ, ଅବାଟରେ ଭ୍ରମେ
ଅନ୍ଧ ଦିଗନ୍ତକୁ ଛୁଇଁ,
ବିଶ୍ୱାସରେ ବିଷ, ଦେଇ ସେ ଅବଶ୍ୟ
କାଳ କାଟେ ସ୍ୱାର୍ଥ ଧ୍ୟାୟୀ ।
ଏକା ସେହି ବୀର, ନିଜେ ଭାବି ହିରୋ
କରେ ଭୟଭୀତ ସଦା,
ପାପ ପୁଣ୍ୟ ଭାବ, ଦୟା ମାୟା ସର୍ବ
ପାଶରୁ କରିସେ ପଦା ।
ଭାବି ବାହୁବଳି, ନିଆଁ ସଙ୍ଗେ ଖେଳି
ଏଡ଼େ, ଶିଷ୍ଟ ଶିଷ୍ଟାଚାର,
ଯେସନ ଚାତୁରୀ, ନିମ୍ନ କର୍ମଚାରୀ
କରୁଥଏ କାରବାର ।
ଗରୁଡ଼ ବୁଝିଲା, ସବୁତ ଜାଣିଲା
ଅସଲ ରହସ୍ୟ କଥା,
ଭୋଳା ବାବା ପାଇଁ, ବିଷଧର ବାଇ
ପରକୁ ମଣୁଛି ବୃଥା ।
ଛାଡ଼ୁ ତା’ଆସନ, ଦେବି ତାକୁ ପାନ
ଶିଖାଇବି ବୁଦ୍ଧି ବାଟ,
କରି ମହାଦୁଃଖୀ, ଖୋଲି ଦେବି ଆଖି
ଧରାଇବି ତାକୁ ଖଟ ।
ତେବେ ସେ ଜାଣିବ, ଚେତନା ଲଭିବ
ହେଜିବଟି ଭଲ, ମନ୍ଦ
ଯିବ ମୋହ ମାୟା, ହୋଇବ ଛାନିଆଁ
ହଜିବ ଆଖିରୁ ନିଦ ।
ଚଞ୍ଚୁରେ ଉଠାଇ, ଫୋଫାଡ଼ିବି ମୁହିଁ
ଖୋଜିଲେ ମିଳିବ ନାହିଁ,
ଡାକିଲେ ଆତୁରେ, ବିକଳର ସ୍ଵରେ
ରଖିବେନି ଭାବଗ୍ରାହୀ ।
ପୂଜ୍ୟ ଭୋଳା ବାବା, ବିଶ୍ୱାସ କରିବା
ମିଳଇ ନାଗକୁ ବଳ,
ବିଶ୍ୱାସ ଘାତକ, ଗ୍ରାସେ ପ୍ରାଣୀ ଭେକ
ହୋଇ ଭକତଙ୍କ କାଳ ।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.