• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗଣତନ୍ତ୍ରର ବିଚିତ୍ର ରୂପ

ଗଣତନ୍ତ୍ରର ବିଚିତ୍ର ରୂପ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଅଗଷ୍ଟ ୨୦୨୪

ଗଣତନ୍ତ୍ରର ଏ କିଭଳି ବିଚିତ୍ର ରୂପ ?
ସମାଜକୁ କରୁଛି ତାହା ନିଛକ ବିଦ୍ରୁପ ।।

ନେତାମାନେ ପାଲଟନ୍ତି ଏଠି କୋଟିପତି,
ବୁଭୁକ୍ଷୁ ଜନତା କେବଳ ଶୋଷିତ ହୁଅନ୍ତି ।
ଧନୀ ଆଉ ଦରିଦ୍ରର ଦୀର୍ଘ ବ୍ୟବଧାନ,
କେତେ ବର୍ଷରେ ତା’ର ହେବ ସମାଧାନ ।। ୧ ।।

ଅଦ୍ଭୁତ ବ୍ୟବସ୍ଥା ପୁଣି ହୁଏ ଦୃଶ୍ୟମାନ,
ଅସଂଗତିର କିପରି ହେବ ସମାପନ ।।

ଅସାଧୁ ବେପାରୀ ବିତାଏ ସ୍ଵାଚ୍ଛନ୍ଦ୍ୟ ଜୀବନ,
କଳା ଠିକାଦାରର ବଢ଼େ ଧନ ଆଉ ମାନ ।
ଖଟିଖିଆ ମଣିଷ ମୁହଁରେ ବିଷାଦର ଚିହ୍ନ,
ସଚ୍ଚୋଟ, ନୀତିବାନ ହୁଏ ଖାଲି ହିନୀମାନ ।। ୨ ।।

ରାଜନୀତିର ଏ କିଭଳି ଜଟିଳ ଗଣିତ ?
ଶାସକ – ବିପକ୍ଷଙ୍କର ରାତିରେ ଆତଯାତ ।।

ଅଧିକ ଭୋଟ ପାଇ ଦଳ ବିରୋଧୀ ଅସନେ,
କମ୍ ଭୋଟ ପାଇବା ଦଳ ବସେ ସିଂହାସନେ ।
ଜିତିବା ଦଳରେ ନାହିଁ ମନଖୋଲା ହସ,
ହାରିବା ଦଳରେ ଭରେ ଆନନ୍ଦ ଉଲ୍ଲାସ ।। ୩ ।।

ପ୍ରତିଶୃତିର ଏହା କିଭଳି ପରିଭାଷା ?
କଥା ଦେଇ ଦଳ ପୁଣି କରଇ ନିରାଶା ।।

ବିଗତ ଶାସନେ ସବୁ ସିବିଆଇ ଘୋଷଣା,
ଚବିଶ ବର୍ଷ ରାଜୁତିରେ ହେଲା ବାଟବଣା ।
ଏ ସର୍କାର ଖଣି ଚୋରଙ୍କୁ ଜେଲରେ ଭରିବ,
କହିଛି ଅପରାଧୀଙ୍କୁ କଡ଼ା ଦଣ୍ଡ ଦେବ ।। ୪ ।।

ଏସବୁ କିପରି ଲୋକାଭିମୁଖୀ ଯୋଜନା ?
ଯାହାର ରହେ ନାହିଁ ନାମ ଓ ନିଶାନା ।।

ଯୋଜନା ଘୋଷଣା ହୁଏ ଏଠି ମାଳମାଳ,
ସର୍କାର ବଦଳିଗଲେ ରହେନା ତା’ ଚୂଳ ।
ଯୋଜନାର ନାମ ସଂପୂର୍ଣ୍ଣ ବଦଳି ଯାଏ,
ଲାଭାର୍ଥୀ କିନ୍ତୁ ଅର୍ଦ୍ଧାହାରେ ରହିଥାଏ ।। ୫ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.