• About
  • Contact
Saturday, January 24, 2026
Saturday, January 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାହାନାରେ ନବରଙ୍ଗ

ବାହାନାରେ ନବରଙ୍ଗ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ଅଗଷ୍ଟ ୨୦୨୪

ନକହିବା କାଳେ, କେବେ, ବେଳେ ବେଳେ
ବୃଥା ଆଶ୍ବସନା ବାଣୀ,
କାନ ଶୁଣିଅଛି, ମୁହିଁପରା ଅଛି
ଭୟ କିମ୍ପା, ଜାଣି ଜାଣି ।।
ଆମେ ପରା ଅଛୁ, ଦୁଃଖ କଷ୍ଟ ପୁଛୁ
ଦରଦୀ ହୃଦୟ ଘେନି,
ନିଜ ଲୋକଙ୍କର, ଅଭାବ ଖବର
ବୁଝି ଫେଡୁ ସେବା ବୁଣି ।।
କିଏ ତ’ ହାକିମ, କିଏ ତ’ ସକ୍ଷମ
ସହରରେ, କା’ର ଘର,
କିଏ ନେତା, ମନ୍ତ୍ରୀ, ଭଲ ଅବସ୍ଥିତି
ସ୍ଵଛଳ ସ୍ଥିତିରେ ବୀର ।।
ମନ କୋଣ୍ଢେମୋଟ, ଆନନ୍ଦ ଉଚ୍ଚାଟ
ଛାତିକୁ ଫୁଲାଇ ମୋର,
କାଳକୁ କାଟିଲି, ମନରେ ଭାବିଲି
ନାହିଁ ଭୟ କରିବାର ।।
ନିଜ ଗାଆଁ ମାଆ, ଭାଇ, ବନ୍ଧୁ ମୋର
ଚଉପାଶେ, ବହୁମତେ,
ସମୟେ, ଅସମୟେ, ସାହା ହେବେ ସିଏ
ସେବା ସହଯୋଗ ହାତେ ।।
ଆପଣାର ବୋଲି, ଗୁହାରୀ କରିଲି
ବନ୍ଧୁ, ଗାଆଁ ପିଲା ପାଶେ,
ଦେଖି ତା’ କ୍ଷମତା, ଉଚ୍ଚ ସକ୍ଷମତା
ଭରସା, ବିଶ୍ୱାସ ଆଶେ ।।
ବୁଲାଇ, ବଙ୍କାଇ, କଥା ଦେଲେ କହି
ଏହି ଛାର କଥା ପାଇଁ,
ୟାକୁ, ତାକୁ କହି, କରିଦେବି ମୁହିଁ
ଚିନ୍ତା କରିବାର ନାହିଁ ।।
ସବୁ ଅଫିସର, ଜଣାଶୁଣା ମୋର
ଚି଼ହ୍ନlପରିଚୟ କେତେ,
ଦୂରଭାଷ ଧରି, କହିଦେଲେ ସରି
ହୋଇଯିବ ଆପେ ସେତ ।।
ବଢ଼ିଗଲା ଆଶା, ବିଶ୍ୱାସ, ଭରସା
କଥା ଚାତୁରୀର, ଜ୍ଞାନେ,
ହୋଇବଟି ଦୂର, ସମସ୍ୟାଟି ମୋର
ଅନାୟାସେ, ଅଳ୍ପଦିନେ ।।
କରିବା ବାହାନା, କଲା ବାଟବଣା
କରିଲି ତାଙ୍କରି ପିଛା,
ବେଠି ଖଟୁଥିଲି, ବୋଲହାକ କଲି
ଆଜ୍ଞାବହ, ମନ ଇଛା ।।
ତାଙ୍କ ମନଧରି, କଲି ଡ଼ରିମରି
ଗଲି ବେଳ କାଳ ଭୁଲି,
ନିଜ ଘର କଥା, ନକରି ମୁଁ ଚିନ୍ତା
ନିତ୍ୟ ସେବକଟି ହେଲି ।।
ବୁଲିଲି ବହୁତ, ଭାବି ସବୁ ସତ
ଭୁଲି, ଭୁକ ଉପବାସ
ସରି ମୁଁ ଚାତକ, ରାତି ଦିନ ଏକ,
ଫଳକୁ ଅପେକ୍ଷା କଲି ।।
ଘୁଞ୍ଚି ଘୁଞ୍ଚି ଗଲା, ହାତ ଛଡ଼ା ହେଲା
ସଫଳ ପଦ୍ମଟି ନୀରେ,
ଆନ୍ତରିକ ଇଛା, ଅଭାବରେ,ବାଞ୍ଛା
ବାଞ୍ଛାରେ ରହିଲା ବାରେ ।।
ଦିନ, କାଳ, ଦଣ୍ଡ, ହୋଇଗଲା ପଣ୍ଡ
ମୋ କାମ ହୋଇଲା ନାହିଁ,
ଅସୁମାରୀ ଆଶା, ଅତୁଟ ଭରସା
କରିଲା ଜଳକା ସେହି ।।
ହତାଶ, ନିରାଶ, କରିଲା ଅବଶ
ଦେହରେ ଭରିଲା ରୋଗ,
ନିଜ ସ୍ୱାର୍ଥପାଇଁ, ସଭିଏଁତ ବାଇ
ବାହାନାରେ ନବରଙ୍ଗ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ
Literature

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

by Saswat Ranjan Das
January 23, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୩ ଜାନୁୟାରୀ ୨୦୨୬ "ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ୱେତ ପଦ୍ମସନା, ଯା ବୀଣା ବରଦଣ୍ଡ ମଣ୍ଡିତ...

Read more
ବୀଣା ବାଦିନୀ

ବୀଣା ବାଦିନୀ

January 23, 2026
ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର

January 22, 2026
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.