• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାହାନାରେ ନବରଙ୍ଗ

ବାହାନାରେ ନବରଙ୍ଗ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ଅଗଷ୍ଟ ୨୦୨୪

ନକହିବା କାଳେ, କେବେ, ବେଳେ ବେଳେ
ବୃଥା ଆଶ୍ବସନା ବାଣୀ,
କାନ ଶୁଣିଅଛି, ମୁହିଁପରା ଅଛି
ଭୟ କିମ୍ପା, ଜାଣି ଜାଣି ।।
ଆମେ ପରା ଅଛୁ, ଦୁଃଖ କଷ୍ଟ ପୁଛୁ
ଦରଦୀ ହୃଦୟ ଘେନି,
ନିଜ ଲୋକଙ୍କର, ଅଭାବ ଖବର
ବୁଝି ଫେଡୁ ସେବା ବୁଣି ।।
କିଏ ତ’ ହାକିମ, କିଏ ତ’ ସକ୍ଷମ
ସହରରେ, କା’ର ଘର,
କିଏ ନେତା, ମନ୍ତ୍ରୀ, ଭଲ ଅବସ୍ଥିତି
ସ୍ଵଛଳ ସ୍ଥିତିରେ ବୀର ।।
ମନ କୋଣ୍ଢେମୋଟ, ଆନନ୍ଦ ଉଚ୍ଚାଟ
ଛାତିକୁ ଫୁଲାଇ ମୋର,
କାଳକୁ କାଟିଲି, ମନରେ ଭାବିଲି
ନାହିଁ ଭୟ କରିବାର ।।
ନିଜ ଗାଆଁ ମାଆ, ଭାଇ, ବନ୍ଧୁ ମୋର
ଚଉପାଶେ, ବହୁମତେ,
ସମୟେ, ଅସମୟେ, ସାହା ହେବେ ସିଏ
ସେବା ସହଯୋଗ ହାତେ ।।
ଆପଣାର ବୋଲି, ଗୁହାରୀ କରିଲି
ବନ୍ଧୁ, ଗାଆଁ ପିଲା ପାଶେ,
ଦେଖି ତା’ କ୍ଷମତା, ଉଚ୍ଚ ସକ୍ଷମତା
ଭରସା, ବିଶ୍ୱାସ ଆଶେ ।।
ବୁଲାଇ, ବଙ୍କାଇ, କଥା ଦେଲେ କହି
ଏହି ଛାର କଥା ପାଇଁ,
ୟାକୁ, ତାକୁ କହି, କରିଦେବି ମୁହିଁ
ଚିନ୍ତା କରିବାର ନାହିଁ ।।
ସବୁ ଅଫିସର, ଜଣାଶୁଣା ମୋର
ଚି଼ହ୍ନlପରିଚୟ କେତେ,
ଦୂରଭାଷ ଧରି, କହିଦେଲେ ସରି
ହୋଇଯିବ ଆପେ ସେତ ।।
ବଢ଼ିଗଲା ଆଶା, ବିଶ୍ୱାସ, ଭରସା
କଥା ଚାତୁରୀର, ଜ୍ଞାନେ,
ହୋଇବଟି ଦୂର, ସମସ୍ୟାଟି ମୋର
ଅନାୟାସେ, ଅଳ୍ପଦିନେ ।।
କରିବା ବାହାନା, କଲା ବାଟବଣା
କରିଲି ତାଙ୍କରି ପିଛା,
ବେଠି ଖଟୁଥିଲି, ବୋଲହାକ କଲି
ଆଜ୍ଞାବହ, ମନ ଇଛା ।।
ତାଙ୍କ ମନଧରି, କଲି ଡ଼ରିମରି
ଗଲି ବେଳ କାଳ ଭୁଲି,
ନିଜ ଘର କଥା, ନକରି ମୁଁ ଚିନ୍ତା
ନିତ୍ୟ ସେବକଟି ହେଲି ।।
ବୁଲିଲି ବହୁତ, ଭାବି ସବୁ ସତ
ଭୁଲି, ଭୁକ ଉପବାସ
ସରି ମୁଁ ଚାତକ, ରାତି ଦିନ ଏକ,
ଫଳକୁ ଅପେକ୍ଷା କଲି ।।
ଘୁଞ୍ଚି ଘୁଞ୍ଚି ଗଲା, ହାତ ଛଡ଼ା ହେଲା
ସଫଳ ପଦ୍ମଟି ନୀରେ,
ଆନ୍ତରିକ ଇଛା, ଅଭାବରେ,ବାଞ୍ଛା
ବାଞ୍ଛାରେ ରହିଲା ବାରେ ।।
ଦିନ, କାଳ, ଦଣ୍ଡ, ହୋଇଗଲା ପଣ୍ଡ
ମୋ କାମ ହୋଇଲା ନାହିଁ,
ଅସୁମାରୀ ଆଶା, ଅତୁଟ ଭରସା
କରିଲା ଜଳକା ସେହି ।।
ହତାଶ, ନିରାଶ, କରିଲା ଅବଶ
ଦେହରେ ଭରିଲା ରୋଗ,
ନିଜ ସ୍ୱାର୍ଥପାଇଁ, ସଭିଏଁତ ବାଇ
ବାହାନାରେ ନବରଙ୍ଗ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.