• About
  • Contact
Monday, June 15, 2026
Monday, June 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ୱାଧୀନ ଠିକଣା, କରେ ବାଟ ବଣା

ସ୍ୱାଧୀନ ଠିକଣା, କରେ ବାଟ ବଣା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୫ ଅଗଷ୍ଟ ୨୦୨୪

ସ୍ୱାଧୀନ ଠିକଣା, କରେ ବାଟ ବଣା
ଖୋଜି ମୁଁ ନୟାନ୍ତ ଆଜି,
ଚାତକ ପରାଏ, ନିତି ଖୋଜୁ ଥାଏ
ପରିଚୟ ଖୋଜି ଖୋଜି ll
ଫିରିଙ୍ଗି ଶାସନ, ହେଲା ଅବସାନ
ଦେଶ ଛାଡ଼ିଗଲେ ସବୁ,
ତାଙ୍କ ହାବଭାବ, କାଇଦା ପ୍ରଭାବ
ମନକୁ କରିଛି କାବୁ ll
ମୁକ୍ତ ଅଧିକାର, କାରବାସ ଘର
ଆବଧ କୋଠରୀ ମଧ୍ୟେ,
ନ୍ୟାୟ, ନିତୀ ପାଇଁ, ସତ କଥା କହି
ନିରୀହ ଦୁଃଖରେ ଧନ୍ଦେ ll
ଖୋଲିଦେଲେ ତୁଣ୍ଡ, ଗଡ଼ିଯାଏ ମୁଣ୍ଡ
ବହେ, ରକତର ନଈ,
ସାତଶତ୍ରୁ କରେ, ଗୋଠରୁ ବାହାରେ
ସକଳ ଯାତନା ସହି ll
ଧଳା ହାତୀଙ୍କର, କଳା କାରବାର
ଚେଲା ଚାମୁଣ୍ଡାଏଁ ସାଥି,
ହକ୍କ ଅଧିକାର, ଖେଳଣା ତାଙ୍କର
ମନ ଇଛା ଗତିମତି ll
କଲେ ମନତୋଷ, ବାଞ୍ଛାରେ ସନ୍ତୋଷ
ଦେଇ ହାତ ଗୁଞ୍ଜା କେତେ,
କାମଟି ହୋଇବ, ସୁଫଳ ଲଭିବ
ସେଇକ୍ଷଣେ, ହାତେ ହାତେ ll
ନୋହିଲେ ବୁଲିବ, ଚପଳ ଛିଣ୍ଡିବ
ଆଜି କାଲି କଥା ଶୁଣି,
କେତେ ପେଞ୍ଚପାଞ୍ଚ, କୁଟକଥା ଘଞ୍ଚ
ନାହିଁ ନଥିବାଟି ପୁଣି ll
ଗୁହାରୀ କାହାକୁ, ଯଦି କରିବାକୁ
ବଳାଇଲେ ତୁମ ମନ,
ତୁହିତ ମୁତୁରି, ମୁଁହିତ ମୁତୁରି
ଭାଗ, ବଣ୍ଟା ନେଣ ଦେଣ ll
ବୃଥା ଆଶ୍ୱାସନା, ସମବେଦନାରେ
ମନସିନା ହେବ ଶାନ୍ତି,
ଦୁଃଖ ଘୁଞ୍ଚିବନି, ସମସ୍ୟା ଯିବନି
ରହିଥିବ କାଳରାତ୍ରି ll
ମାଫିଆ, ଗୁଣ୍ଡାଙ୍କ, କଳା ବଜାରୀଙ୍କ
ଦେଖି କଳା ଧନ ଗଣ୍ଡେ,
ମାନ ସନମାନ, ବିବେକ ଓ ଜ୍ଞାନ
ଗୋଲାମ ଖଟନ୍ତି ଗଣ୍ଡେ ll
ମଦ, ମାଂସ, ଖାଇ, ପାରିତୋଷ ପାଇ
ପରପାଶେ ଲଣ୍ଡଭଣ୍ଡ,
ଇଜ୍ଜତ, ମହତ, ସ୍ୱାଧୀନର ପଥ
କରି ଧୂଳିସାତ ଗୁଣ୍ଡ ll
ଟାଉଟର ବୁଦ୍ଧି, କରେ ଲନ୍ଦିଫନ୍ଦି
କ୍ଷମତା ଇଙ୍ଗିତ ପାଇ,
ନିଜର ବିବେକ, ପରାଧୀନ ଦେଖ
ସଦା ଭୃତ୍ୟୁ ଭାବ ବହି ll
ମତ ବିକ୍ରି ହୁଏ, ନେତା ସ୍ଥିର ହୁଏ
ମଥାରେ ଶିରିପା ବନ୍ଧା,
ଚୋର, ଖଣ୍ଟ, ଦାଗୀ, ହୁଏ ଅନୁରାଗୀ
ସମ୍ବର୍ଦ୍ଧନା ପାଇଁ ଧନ୍ଦା ll
ନିଜ ମାତୃ ଭାଷା, ହୁଏ ଲୋକ ହସା
ଅବହେଳିତ ସେ ହେଲା,
ପର ଠାରେ ତୃଷା, ମନ ଘର ବସା
ସ୍ୱାଧୀନ ଚେତନା ମଲା ll
ଘିଅ ହାଣ୍ଡିରେତ, ଘିଅ ପଡ଼େ ନିତ୍ୟ
କୋଟିପତି ମାଲାମାଲ,
ଦାନା କନା ପାଇଁ, ଗୁଜରାଣ ନେଇ
ଦାଦନଙ୍କ କଲବଲ ll
ହକ୍କ ଅଧିକାର, ଲଭି କାରାଗାର
ନିର୍ବାକରେ, ରୋଗଗ୍ରସ୍ତ
ସ୍ୱାଧୀନ ତା’ପାଇଁ, ଅପହଞ୍ଚ ସେହି
ପାତେ, କୃପାଭିକ୍ଷା ହସ୍ତ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.