• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଜିର ଗାଆଁ

ଆଜିର ଗାଆଁ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ଅଗଷ୍ଟ ୨୦୨୪

ଗାଆଁ ହୋଇଛି ଆଜି ଶିରିହୀନ
ସେଠି ମଣିଷ ଜୀବନ ହୀନିମାନ
କିଛି ସୁଯୋଗ ନାହିଁ ଉପାର୍ଜନ
ଲୋକ କରୁଛନ୍ତି ସେଠୁଁ ପଳାୟନ ।। ୧ ।।

କାମଧନ୍ଦାର ଅନ୍ୱେଷଣ
ଗାଆଁକୁ କରିଛି ଜନଶୂନ୍ୟ
ଗାଆଁରେ ଅଛନ୍ତି କିଛି ଗୁରୁଜନ
ବିତଉଛନ୍ତି ଦୁର୍ବିସହ ଜୀବନ ।। ୨ ।।

ଏବେ ଗାଆଁରେ ନାହିଁ ଗିରିବନ
ନାହିଁ ଗୋଚର ଆଉ ଶମଶାନ
ଲୋପ ପାଉଛି ପଶୁଧନ
ଗ୍ରାମସ୍ୱରାଜ ହୋଇଛି ସାତ ସପନ ।। ୩ ।।

ଗାଆଁର ଶୁଦ୍ଧ ପାଣି ପବନ
ଆଜି ହୋଇଛି ଅନ୍ତର୍ଦ୍ଧାନ
ଧୂଳି ଧୂସର ଉପବନ
ଗାଆଁକୁ କରିଛି ଶୋଭାହୀନ ।। ୪ ।।

ରଜ ମଉଜ ଖିଲିପାନ
ଦୋଳିରେ ସଂଗୀତର ଗାନ
କୋଇଲିର କୁହୁ କୁହୁ ତାନ
ଆସ୍ତେ ଗାଆଁରୁ ହେଉଛି ଉଭାନ ।। ୫ ।।

ଗାଆଁ ମାଟିର ମହାଜନ
ଆଜିବି କରୁ ଅଛି ଶୋଷଣ
ଖାଦ୍ୟ ଅଭାବ କୁପୋଷଣ
ଗ୍ରାମବାସୀଙ୍କୁ କରିଛି ଶକ୍ତିହୀନ ।। ୬ ।।

ନିର୍ବାଚନର ମଇଦାନ
ଗାଆଁକୁ କରିଛି ବିଭାଜନ
ହିଂସାରେ କ୍ଷୟ ଧନ ଜନ
ପରିବାର ହୋଇ ଯାଉଛି ଉଚ୍ଛନ୍ନ ।। ୭ ।।

ଚାଷୀ ଏବେବି ରହିଛି ଭୂମିହୀନ
ବୁଭୁକ୍ଷୁ ଲୋକଙ୍କୁ କରୁଛି ଅନ୍ନଦାନ
ନିଜର ସମସ୍ୟା ରହିଛି ଅନ୍ତହୀନ
ତା’ର ହୋଇ ପାରୁନାହିଁ ସମାଧାନ ।। ୮ ।।

ଏବେବି ସ୍ଲୋଗାନ ପଡୁଛି ଘନଘନ
ଗାଆଁର ବିକାଶ ହେବ ସର୍ବାଙ୍ଗୀନ
ତଥାପି ଗାଆଁର ଚେହେରା ରଙ୍ଗହୀନ
ଆଦୌ ବଢି ପାରୁନି ତା’ର ସନମାନ ।। ୯ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)
Literature

ନବରାତ୍ର ଷଷ୍ଠ ବିଭାବ (ମା କାତ୍ୟାୟନୀ)

by ସସ୍ମିତା ପଣ୍ଡା
October 16, 2026

ସସ୍ମିତା ପଣ୍ଡା, କଟିକଟା, କଟକ, ୧୬ ଅକ୍ଟୋବର, ୨୦୨୬ ତୁମେ କାତ୍ୟାୟନୀ ବ୍ରହ୍ମାଣ୍ଡ ସୁନ୍ଦରୀ ବରମୁଦ୍ରା ପ୍ରଦାୟିନୀ । ମୁଁ ଯେ ଶେଫାଳୀର ଭୂମିଲଗ୍ନା ସ୍ତୁତି ପ୍ରତିକ୍ଷଣେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୮୦)

October 15, 2026
ଚିହ୍ନ

ଚିହ୍ନ

October 13, 2026
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.