ସସ୍ମିତା ପଣ୍ଡା, କଟକ, ୩୧ ଅଗଷ୍ଟ ୨୦୨୪
ନିଦାଘ ନିଆଁରେ
ପଳାଶ ଆଉ କୃଷଚୂଡାର
ମନ ଦେହ ପୋଡ଼ି ସାରିବା ପରେ ।।
ଅସରାଏ ଶୀତଳ ସୁଗନ୍ଧ
ସବୁଜ ସଂକେତ ଆଙ୍କି
ନରମ ହେଉଥିବ ମାଟିର ଦେହ
ପହିଲି ଆଷାଢ଼ରେ
ଗୋଟେ ଯାତ୍ରାର ବିରାଟ ସହମତି ।।
ଆକାଶରେ କଳାହାଣ୍ଡିଆ ମେଘ
ଅନୁଭବର ଶିଷ୍ଟପଦ
ଅଣସରଘରୁ ଉତୁରିଛି ନବଯୌବନ
ଗୋଟାପଣେ ମାଟିର ମହକ
ଭୂମିରୁ ଭୂମାକୁ………….
ଚହଟେ ଶ୍ୟାମଳରଙ୍ଗର ମୁକ୍ତା
ହୃଦୟକୁ ଭେଦୀ ଯାଏ
ଅପହଞ୍ଚ ଇଲାକାରୁ
ସାଇତା ହୋଇଥାଏ
ସବୁଜ ଫର୍ଦ୍ଦ …….
ଗୋଟେ ଆକାଂକ୍ଷିତ ଦିନ ।।
କେଉଁ ଘନ ଆସ୍ତରଣରେ
ସୁରମ୍ୟ ପଂକ୍ତି ସବୁ
ପରସ୍ତ ପରସ୍ତ
ନୈବେଦ୍ୟର ଯାଚନା……..
ଘୋରାଚନ୍ଦନ ପରି ମହମହ
ନୀଳ ଦହନର ବିସ୍ମୟ
ଅବା ଅନୁଚାରିତ କାବ୍ୟଲେଖା ।।