• About
  • Contact
Thursday, March 5, 2026
Thursday, March 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଯାତ୍ରା

ଯାତ୍ରା
Share on FacebookShare on Xshare on Whatsappshare on Linkedin

ସସ୍ମିତା ପଣ୍ଡା, କଟକ, ୩୧ ଅଗଷ୍ଟ ୨୦୨୪

ନିଦାଘ ନିଆଁରେ
ପଳାଶ ଆଉ କୃଷଚୂଡାର
ମନ ଦେହ ପୋଡ଼ି ସାରିବା ପରେ ।।
ଅସରାଏ ଶୀତଳ ସୁଗନ୍ଧ
ସବୁଜ ସଂକେତ ଆଙ୍କି
ନରମ ହେଉଥିବ ମାଟିର ଦେହ
ପହିଲି ଆଷାଢ଼ରେ
ଗୋଟେ ଯାତ୍ରାର ବିରାଟ ସହମତି ।।

ଆକାଶରେ କଳାହାଣ୍ଡିଆ ମେଘ
ଅନୁଭବର ଶିଷ୍ଟପଦ
ଅଣସରଘରୁ ଉତୁରିଛି ନବଯୌବନ
ଗୋଟାପଣେ ମାଟିର ମହକ
ଭୂମିରୁ ଭୂମାକୁ………….
ଚହଟେ ଶ୍ୟାମଳରଙ୍ଗର ମୁକ୍ତା
ହୃଦୟକୁ ଭେଦୀ ଯାଏ
ଅପହଞ୍ଚ ଇଲାକାରୁ
ସାଇତା ହୋଇଥାଏ
ସବୁଜ ଫର୍ଦ୍ଦ …….
ଗୋଟେ ଆକାଂକ୍ଷିତ ଦିନ ।।

କେଉଁ ଘନ ଆସ୍ତରଣରେ
ସୁରମ୍ୟ ପଂକ୍ତି ସବୁ
ପରସ୍ତ ପରସ୍ତ
ନୈବେଦ୍ୟର ଯାଚନା……..
ଘୋରାଚନ୍ଦନ ପରି ମହମହ
ନୀଳ ଦହନର ବିସ୍ମୟ
ଅବା ଅନୁଚାରିତ କାବ୍ୟଲେଖା ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.