• About
  • Contact
Sunday, June 28, 2026
Sunday, June 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କବି, କଲମ, କବିତା

କବି, କଲମ, କବିତା
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୭ ସେପ୍ଟେମ୍ବର ୨୦୨୪

ଲେଖିହୁଏ କଣ କିଛି
ତୁମ ଅପହଞ୍ଚ ଇଲାକାରୁ ଶବ୍ଦ ଆଣି
କହି ବି ହୁଏନି ଜମା
ଉଡ଼ାଣରେ ସୀମାରେଖା
ଦୈର୍ଘ୍ୟ ଆଉ ପ୍ରସ୍ଥ।
କେଉଁ ଉତ୍ତରଣ ହୋଇଯିବ
ଅନ୍ତିମ ଦୁଃଖର ପବିତ୍ର ପରବର୍ତ୍ତୀ
ଏ ଅଲୋଡ଼ା ଜୀବନ ରଙ୍ଗ ହରାଇବା ବେଳେ।।

ଗୋଟେ ସମୁଦ୍ର ପାଇଁ କଣ
ତିଆରି କରିହୁଏ
ସମ୍ଭାବିତ ପ୍ରଶ୍ନର ଉତ୍ତର
କବି ଜୀବନରେ ଏକ
ଅସମାହିତ ପ୍ରଶ୍ନ
ହଁ ତୁମେ କହିଥିଲ ବୋଲି
ଗୋଟେ ଅନୁରାଗିୟ କଳ୍ପବଟରେ
ଥରେ ବାନ୍ଧିଦେଲି କଳ୍ପନାର ଗୋଡ଼ି
ଅତୁଠରୁ ଦୁଲୁକି ଉଠିଛି ମୁଠାଏ ଆୟୂଷ
ପରଦେଶୀ ହୋଇଥିବା ମନକୁ
ପଣତରେ ଗଣ୍ଠି ଦେଇ
ସମ୍ଭାଳିବା ଛୋଟିଆ ବାକ୍ୟ ନୁହେଁ।।

ତୁମର ମନେ ଥିବ କି ନାଇଁ
ସମ୍ପୂର୍ଣ୍ଣ ଠିକଣା ମୋର
ତୁମ ଥିବାବେଳେ ଆଙ୍କିଛି
ପାଦେ ପାଦେ ଅଳତାରେ
ନିରବଚ୍ଛିନ୍ନ ଇସ୍ତାହାର।
ତୁମ ନିରୁଦିଷ୍ଟ ଯେତେ ରୁଷ୍ଟ ବି ହେଉ
ଆଙ୍କି ହୋଇନି ବିଜ୍ଞାପନ
ଖୋଲା କାଗଜ ଛାତିରେ।।

ମୌନାବତୀର ମାଟି ହୁଙ୍କାରୁ
ଜନ୍ମ ନେଇଛନ୍ତି
ବିଶ୍ବାସର ଆରାଧ୍ୟ ଈଶ୍ୱର
ତୁମେ ଯାହା ବି କୁହ
ମିଛ ଉପରେ ମିଛକୁ ଆଙ୍କି
ଆହୁରି ଗାଢ଼ କରିହୁଏ
ସତ ଉପରେ ସତକୁ
ଆଙ୍କି ତା ଭିତରେ ବଞ୍ଚିବା ଠାରୁ
ଜୀଇଁବାର କଳାକୁ ନିଭେଇବା
ଅବଶିଷ୍ଟ ଜୀବନକୁ
ଆରାଧନା କରିବା
କେତେ ଅସହଜ ସତରେ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.