• About
  • Contact
Monday, June 15, 2026
Monday, June 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଘର ବୁଡ଼ା

ଘର ବୁଡ଼ା
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୫ ଅକ୍ଟୋବର ୨୦୨୪

ହେଲେ ନଈ ବଢ଼ି, ଘର ଯାଏ ବୁଡ଼ି
ଭାସିଯାଏ ଧନ, ଜନ,
କିଛି ମାସ, ବର୍ଷ, ଦୁଃଖ ଓ ବିରସ
ହୀନ, ହିନସ୍ଥାରେ ଦିନ ll
ହୁଏ ମନ ଟାଣ, ଯତନଟି ପୁଣ
ଘର, ସଂସାରର କଥା,
ଧୀରେ ଧୀରେ କଷ୍ଟ, ଓଲଟପାଲଟ
ଆପେ ଆପେ ମିଳେ ପନ୍ଥା ll
ବଢାଏ ସମସ୍ୟା, ଦେଇ ନୁଆଁ ଦିଶା
କଳା କଉଶଳ ସହ,
ମନ କରି ଆଣ୍ଟ, ଜୀବନର ବାଟ
ପୁଣି ଚାଲେ ଅହରହ ll
ମିଳଇ ସାହାଯ୍ୟ, ସହଯୋଗ କାର୍ଯ୍ୟ
ମିଳଇ ସହାନୁଭୂତି,
ହୁଏ ଚାନ୍ଦାଭେଦା, କେତେ କ’ଣ ଧନ୍ଦା
ସୁଧରିବା ପାଇଁ ସ୍ଥିତି ll
ନଈ ବଢ଼ି ଠାରୁ, ଅତି ଭୟଙ୍କର
ଘର ବୁଡ଼ା ଜନ ମନ,
କଅଁଳ କଥାରେ, କଳି ମୋଡ଼ିପାରେ
ବିଶ୍ୱାସରେ ବିଷ ଦାନ ll
କରି ଲଗାଜୁଟା, କରି ମନ ଫଟା
ହେବା ନହେବାର ଭଳି,
ଘର, ପରିବାରେ, କଜିଆକୁ ଭରେ
ଆପଣା ଜନରେ କଳି ll
ଗିରସ୍ତ, ଘରଣୀ, ସେହି କଥା ଶୁଣି
ମୁହଁ ଫୁଲା, ରାଗ ରୁଷା,
କଥା କଟା କଟି, ଘରେ ତୁଣ୍ଡ ପାଟି
ଅଶ୍ଳୀଳ, ଆଶ୍ରାବ୍ୟ ଭାଷା ll
ହୋଇ କେ’ ଗୁଣିଆ, ଝଡ଼ା ଫୁଙ୍କା ଦିଆ
ହିତଶତ୍ରୁ ଖେଳଘର,
ଲଗାଇ କେ ନିଆଁ, ଦେଖୁ ଥିବେ ଧୂଆଁ
ରହି ଦୂରେ, ନିରନ୍ତର ll
ଘରବୁଡ଼ା ନୀତି, ଆପଣାଇ ମତି
କରିଦିଏ, ନାରଖାର
ଯେଉଁଠି ଖାଇବେ, ମଳକୁ ଛାଡ଼ିବେ
ଏ ଅଟେ ତାଙ୍କ ବେଭାର ll
ମାଲି ମକଦ୍ଦମା, ବଢେ ଦୂର ସୀମା
ସମ୍ପର୍କଟି ନାରଖାର,
କରି ଲଗାଜୁଟା, କରି ହଟହଟା
ମଧ୍ୟସ୍ଥିର କାରବାର ll
ଏ ଘର ମାଉସୀ, ସେ ଘର ପିଉସୀ
ଦୁଇ ମୁଣ୍ଡିଆର ସାପ,
କରି ତାଙ୍କୁ ଠାବ, ଦୂରାଇ ରଖିବ
ଘେନି କଡ଼ା, ପଦକ୍ଷେପ ll
ବିଛୁଆତି କେବେ, ହେବନି ତୁଳସୀ
ଦିଶୁ ସବୁଜିମା ସେହି
ଜନମ ପ୍ରକୁତି, ହୋଇବନି ଇତି
ତୁଳସୀ ସାଥିରେ ରହି ll
ପାଠ ପଢ଼ିଥାଉ, ତୀର୍ଥ ବ୍ରତ ଯାଉ
ହେଉ ସତ ସଙ୍ଗେ ସାଙ୍ଗ
ଘୁଷୁରୀ ପ୍ରକୁତି, ଗାଡ଼ିଆରେ ଲୋଟି
ଖେଳିବା ସଉକ ରଙ୍ଗ ll
ଘର ବୁଡ଼ା ଜନ, ସରପ ସମାନ
ଅତି ଭୟଙ୍କର ସିଏ,
ବିପଦ ଗଣ୍ଡରେ, ଠେଲି ଦେଇ ବାରେ
ମଉଜଟି କରୁ ଥାଏ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.