• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଘର

ଘର
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୭ ନଭେମ୍ବର ୨୦୨୪

ଖରା, ବରଷାକୁ, ଶୀତ କାକରକୁ
ସୁରକ୍ଷା କବଚ ସିଏ,
ଦେଇ ନିରାପତ୍ତା, ବଢ଼ାଏ କ୍ଷମତା
କୋଠାବାଡ଼ି ଘର ଟିଏll (1)
ଥିଲେ ଝାଟି ମାଟି, ଛଣ, ଛପରଟି
ନାକ ଟେକା, ଘୃଣା ପଣ,
ଥାଉଟି ସଂସ୍କାର, ଥାଉ ଶିଷ୍ଟାଚାର
ନଜର ନଥାଏ ଜାଣll (2)
ଉତ୍ତାପ ହରାଇ, ହିତକର ସେହି
ଅସହ୍ୟ, ଗରମ ପାଇଁ,
ତଥାପି ମଣିଷ, ଅବୁଝାରେ ବଶ
କୁଟୀର, କୁଡିଆ ଚାହିଁll (3)
କରେ ମନ ଉଣା, ଅଲେଖା ଅଗଣା
ଦେଖି ଦୂରୁ ମୁହଁ ମୋଡ଼େ
ସରସ ବଦନ, ହୋଇ ଯାଏ ମ୍ଳାନ
ବିଷର୍ଣ୍ଣରେ ସ୍ଥାନ ଛାଡ଼େll (4)
ଥାଉ ଜମି ବାଡ଼ି, ତୋଟା, ଲଟା, ଗଛ
ବନ୍ଧ, ସୁନା, ରୁପା ଯେତେ,
ପକ୍କା ଘର ଟିଏ, ଯେବେଟି ନଥାଏ
ମନ ସାନ, ହୀନ ମତେll (5)
ନୁହେଁ ଇଟା ମାଟି, ବାଲି, ଗୋଡ଼ି ସହ
ସିମେଣ୍ଟ, ଲୁହା, ପଥର
ସଞ୍ଚୟ, ଶ୍ରମରେ, ଘର କୋଠା ଭରେ
ହୁଏ, ପୂର୍ଣ୍ଣ କଳେବରll (6)
କେତେ ଯେ ସପନ, କେତେ ଅନୁଧ୍ୟାନ
କେତେ ଯେ ଯୋଜନା ଭରା,
କେତେ କଥା, ନଥା, ହୀନ ଓ ହିନସ୍ଥା
ଏକା, ଘର ପାଇଁ, ଯାତରାll (7)
ବାର ଦୁଆରକୁ, ପାଦଟି ଯିବାକୁ
କରେ ବାଧ୍ୟ, ପରିସ୍ଥିତି,
କୁଲିଆ, ମୁଲିଆ, ତାପି ମିସ୍ତ୍ରୀ ଠିଆ
କମାର, ଦୁଆରେ ନିତିll (8)
ଆଲୋକ ପାଣିର, ବ୍ୟବସ୍ଥା ନଜର
ଖୋଜା ଲୋଡ଼ା, ହୁଏ ପୁଣି,
ସାରି ହାତୁ ଧନ, କେତେ ବାବୁଧନ
କାକୁତି, ମିନତି ବାଣୀll (9)
ଦେଖି ନଦେଖିବା, ଶୁଣି ନଶୁଣିବା
ବାହାନାର ଲୁଚକାଳି,
ମିଛ ସତ ଭରା, ନଥିବା ଯାତରା
ଘର ପାଇଁ ମନ ଢାଳିll (10)
କେତେ ନଷ୍ଟ ହୁଏ, ଚୋର ଖଣ୍ଟ ବୁହେ,
ମଧ୍ୟସ୍ତି ବାପୁଡ଼ା ଖାଏ,
ପାଣି ପରି ଧନ, ହୁଏ ବିସର୍ଜନ
ପଥର ଛାତିଟି, ସହେll (11)
ହୁଏ ଋଣ ବାଡ଼ି, କରଜ ବନ୍ଧକ
ଧାର, ଉଧାରଟି କେତେ,
ବିଭିନ୍ନ ପ୍ରସ୍ତାବ, କାନ ଶୁଣୁ ଥିବ
ଘର, ବାଡ଼ି, ଦାଣ୍ଡ, ପଥେll (12)
ଜନ, ମନ କଥା, ଭିନ୍ନ ଭିନ୍ନ ଚିନ୍ତା
ଭାବନାର ଅନୁରୂପେ,
ଆଗରେ, ପଛରେ, କିଏ ବା କାନରେ
ଟୁପୁରୁ, ଟାପୁରୁ ଗପେll (13)
କୁଚକ୍ରୀ ଲୋକଟି, କରୁ ଥାଏ ଖଟି
ପାଣିରେ ଲଗାଇ ନିଆଁ,
କରି ଲଗାଜୁଟା, କରେ ହଟହଟା
ବିବାଦକୁ ହୁଏ ଠିଆll (14)
ଜିରାରୁ ଶିରାଟି, କାଢ଼ି ଏଠି ସେଠି
ପେଞ୍ଚ, ପାଞ୍ଚ, ମନ ଗଢ଼ା,
ହୃଦୟ ସହେନା, ବଢ଼ଇ ବେଦନା
ପିଲାଠାରୁ, ବୁଢ଼ୀ, ବୁଢ଼ାll (15)
ମନ କାର ଜଳେ, ଇରିଷା ଅନଳେ
ଦେଖିସହି ପାରେ ନାହିଁ,
କାଢ଼ି ମନ୍ଦବୁଦ୍ଧି, ଛନ୍ଦମନ୍ଦ ଖୁନ୍ଦି
ଅପ ପ୍ରଚାରରେ ବାଇll (16)
କେତେ ଖାଇ ଦେଲା, କେତେ ବୋହି ନେଲା
ଭଣ୍ଡାମୀ, ଠକାମୀ କରି,
କୃପଣ ପଣରେ, ମଗଧିଆ ଟିରେ
କରି ଘର, ବାହାଦୁରୀll (17)
କରିଲା ଅପହ, କେତେ କରି ଦ୍ରୋହ
ଭାଇ, ଭଗାରୀଙ୍କ ଧନ,
ହୋଇ ଏକଡୁକା, କଲା ଅଟାଳିକା
ଲୁଚା, ଚୋରାଟିରେ ମନll (18)
ଦିଏ ଘର, ମାନ, ସମାଜେ ଆସନ
ସଭା, ସମିତିରେ ସ୍ଥାନ,
ନୂଆ ବନ୍ଧୁ ବଢ଼େ, କିଏ ପିଣ୍ଡା ଚଢେ
ପ୍ରସ୍ତାବକୁ ଉଥାପନll (19)
ପୁଅ, ଝିଅ ପାଇଁ, ପାତ୍ର ଯୋଗାଡ଼ଇ
ପକ୍କା, ଘର ବାଡ଼ି ଟିଏ,
ବାହାର ସୁନ୍ଦର, କରନ୍ତି, ନଜର
ଅନ୍ୟ ସବୁ କିଏ ଚାହେଁ? (20)
ଘର ଏକ ସ୍ୱପ୍ନ, ଭାବନା ମଗନ
କୁସ୍ତି, କସରତ ଖେଳ,
ସେ ଏକ ତପସ୍ୟା, ସାଧନା ଓ ନିଶା
ବହୁ ଶ୍ରମଟିର ଫଳll (21)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.