• About
  • Contact
Monday, March 23, 2026
Monday, March 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପଣତ କାନି

ପଣତ କାନି
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨ ଜାନୁଆରୀ ୨୦୨୫

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ଘୋଡାଇ ରଖିବୁ ତୋ ସନ୍ତାନ ମସ୍ତକ,
ଯେତେବେଳେ ଡରୁଥିବ ପାଉଥିବ ଦୁଃଖ.

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛି ଦେବୁ ଲୁହ ତୋର ସନ୍ତାନ ଆଖିରୁ,
ଯେତେବେଳେ କାନ୍ଦୁଥିବ କଷ୍ଟରୁ ଦୁଃଖରୁ.

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛି ଦେବୁ ସ୍ବେଦ ସବୁ ତୋ ସ୍ୱାମୀ ମୁହଁରୁ,
ଯେତେବେଳେ ଫେରିଥିବ ସେ ତା’ର ଶ୍ରମରୁ.

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ଘୋଡାଇବୁ ତୋ ମୁଣ୍ଡ ଉପରେ ସଂଭ୍ରମରେ,
ଯେତେବେଳେ ଗୁରୁଜନ ଦେଖିବୁ ପାଖରେ.

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛିଦେବୁ ତୋର ନିଜ ଆଖି ଲୁହ ଲୁଚାଇ,
ଯେତେବେଳେ କାନ୍ଦୁଥିବୁ ତୁହି ଦୁଃଖ ପାଇ.

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ପୋଛିଦେବୁ ଖାଦ୍ୟ ପାତ୍ର ତୁ ସ୍ନେହ ଶରଧାରେ,
ଯେତେବେଳେ ପରଷିବୁ ଖାଦ୍ୟ ନିଜ ଲୋକ ଠାରେ.

ହେ ପୂଜନୀୟା !
ରଖିଥା ସାଇତି ରଖିଥା ସାଇତି
ତୋ ପଣତ କାନି
ବାନ୍ଧିନେବୁ ଦୁର୍ବା ଅକ୍ଷତ ପୁଷ୍ପ ତୁ ଭକ୍ତିରେ
ଯେତେବେଳେ ଆଶୀଷ ପାଇଁ ଚାହୁଁ ଥିବୁ ପୂଜା କାଳେ.

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

କବିତା ଓ ଆମେ
Literature

କବିତା ଓ ଆମେ

by ଦେବେନ୍ଦ୍ର କୁମାର ସାହୁ
March 22, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ମାର୍ଚ୍ଚ ୨୦୨୬ କବିତା କବିର ହୃଦୟର କଥା କେବେ ସେ ସରଳ କେବେ ସମ୍ଭ୍ରାନ୍ତ କବିତାର ସ୍ୱର ଅଜର ଅମର...

Read more
ଏପାଖ ସେପାଖ

ଏପାଖ ସେପାଖ

March 16, 2026
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.