ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୫
ତୁମ କଥା ଭାରି ମନେ ପଡୁଛି ଆଜି
ମନ ମୋର ରୋମାଞ୍ଚରେ ଯାଉଛି ଭିଜି
ଅତୀତର ସ୍ମୃତି ନିଦ ଦେଉଛି ଭାଜି
ସ୍ଵପ୍ନରେ ବିଭୋର ହୋଇ ଯାଉଛି ହଜି
ତୁମରି ଠିକଣାକୁ ମୁଁ ପାଉନି ଖୋଜି
ଦେଖା ହେବାପାଇଁ ଥରେ ହେବକି ରାଜି
ତୁମ ସୁଗନ୍ଧରେ ମନ ଯାଉଛି ମଜ୍ଜି
ମନ ରାଇଜେ ଆସ ଥରେ ପରି ସାଜି