• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାମନ ଦେଖିଲେ ରଥେ ….

ବାମନ ଦେଖିଲେ ରଥେ ….
Share on FacebookShare on Xshare on Whatsappshare on Linkedin
ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୭ ଜୁନ ୨୦୨୫

ରଥ ଚଢ଼ି ଯାତ୍ରା କର ଆହେ ଚକ୍ରଧର,
ନୀଳାଚଳେ ଲୀଳା ତୁମ ଅନନ୍ତ ଅପାର । (୧)

ବଡଦାଣ୍ଡ ହେଲା କିବା ମାନବ ସମୁଦ୍ର,
ବିଜେ ରଥେ ତୁମ ସାଥେ ଭଦ୍ରା ବଳଭଦ୍ର । (୨)

ଭକ୍ତ ହୃଦୟରେ କର ତୁମେ ନିତ୍ୟ ବାସ,
ହସୁଛି ତୁମକୁ ପାଇ ଆଜି ନନ୍ଦିଘୋଷ । (୩)

ଭକତ ଭିଡ଼ିବେ ରଥ ଦଉଡି଼କୁ ଟାଣି,
ଅପଲକ ଚାହାଣିରେ ତୁମର କି, ଠାଣି। (୪)

ବାଜିଲାଣି ଘଣ୍ଟ ଘଣ୍ଟା, ଶଂଖ, ହୁଳହୁଳି,
ବେଦ ମନ୍ତ୍ରେ ବଡ଼ଦାଣ୍ଡ ଉଠୁଛି ଉଛୁଳି। (୫)

ଅପୂର୍ବ ଏ ଦୃଶ୍ୟ ଦେଖି ନୟନ ପବିତ୍ର,
ବାମନ ଦେଖିଲେ ରଥେ ମୋକ୍ଷ ହୁଏ ପ୍ରାପ୍ତ । (୬)

ନାହିଁ କର୍ଣ୍ଣ, ନାହିଁ ନାସା, ନାହିଁ ପଦ ହସ୍ତ,
ସମ ଭାବେ ଅନାଇଛ ଅହେ ଜଗନ୍ନାଥ। (୭)

ରଥଯାତ୍ରା ନୁହେଁ ତବ କେବଳ ଉତ୍ସବ,
ଶିଖାଏ କି ସଂସାର ଟା ଗୋଟାଏ କୁଟୁମ୍ବ । (୮)

ନବଦିନ ଯାତ୍ରା ସାରି ଫେରିବ ସାଆନ୍ତେ,
କୃତାର୍ଥ ହୋଇବେ ସର୍ବେ ଶ୍ରଦ୍ଧାଳୁ ଭକତେ । (୯)

ପାରିହେବାକୁ ସଂସାର ଦେଖାଅ ହେ ପଥ,
ତୁମ ପାଇଁ ସମର୍ପିତ ମୋ ଶରୀର ରଥ । (୧୦)

Saswat Ranjan Das

Saswat Ranjan Das

Saswat Ranjan Das is an engineer by profession but is a passionate lover of Odia literature, language and culture.

Related Posts

ମଧୁବାବୁ
Literature

ମଧୁବାବୁ

by ପ୍ରଭୁକଲ୍ୟାଣ ମହାପାତ୍ର
April 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଏପ୍ରିଲ, ୨୦୨୬ ମଧୁବାବୁ ନାମେ ତୁମେ ରାଜ୍ୟେ ପରିଚିତ ଏମ.ଏସ.ଦାସ ଭାବେ ଦେଶରେ ବିଦିତ ପ୍ରକୃତରେ ତୁମେ ସାରା ପୃଥିବୀ ବିଖ୍ୟାତ...

Read more
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.