ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧ ଅଗଷ୍ଟ ୨୦୨୫
ତୁମର ବେଶ ରେ ପ୍ରଭୁ ଜଗନ୍ନାଥ
ଦେଖାଇଛ ତୁମେ ଜଗନ୍ନାଥ
ପୂଜା ପାର୍ବଣ ରେ ଯାନୀ ଯାତରାରେ
କରିଅଛ ପ୍ରଭୁ ବିଶ୍ୱ ହିତ.
ଯେଉଁ ମତ ପଥ ସନ୍ଥ ଆସିଅଛି
ତୁମରି ପାଖକୁ ଚକାଆଖି
ହୋଇଛି ବିଭୋର ରତ୍ନସିଂହାସନେ
ତାହାର ଆରାଧ୍ୟ ରୂପ ଦେଖି.
ନୀଳ ସିନ୍ଧୁତୀରେ ଶଙ୍ଖ କ୍ଷେତ୍ର ପ୍ରଭୁ
ବାଛିଅଛ ତୁମ ଲୀଳା କ୍ଷେତ୍ର
ତନ୍ତ୍ର ମନ୍ତ୍ର ସବୁ ତୁମର ଅଧୀନ
ସବୁ ଧରମ ର ତୁମେ ତତ୍ତ୍ୱ.
ତୁମ ରୂପକାର ତୁମେତ ପ୍ରଭୁହେ
ସେ ମୂର୍ତ୍ତି ର ତତ୍ତ୍ୱ ତୁମେ ଜାଣ
ନିଜ କ୍ଷୁଦ୍ର ଲବ୍ଧ ଜ୍ଞାନ ରେ ମଣିଷ
ସେ ମୂର୍ତ୍ତି ର ତତ୍ତ୍ୱ କରେ ଗାନ.
ଭକ୍ତ ଯେଉଁ ପରି ସଜାଏ ତୁମକୁ
ସେହିଥିରେ ତୁମେ ପରିତୃପ୍ତ
ତା ଦୃଷ୍ଟିରେ ଯେଉଁ ପୋଷାକ ଉତ୍କୃଷ୍ଟ
ତୁମକୁ ପିନ୍ଧାଇ ଥାଏ ଭକ୍ତ.