• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତୁମେ ଚକାଡ଼ୋଳା

ତୁମେ ଚକାଡ଼ୋଳା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୪ ଅଗଷ୍ଟ ୨୦୨୫

ତୁମେ ଚକାଡ଼ୋଳା ବସିଛ ମଉନ
ମୁହଁରୁ ତୁମର ନସ୍ଫୁରେ କଥନ
ତଥାପି ଆକୁଳ ହୁଏ ଭକ୍ତଜନ
ଶୁଣିବାକୁ ତୁମ ନିଃଶବ୍ଦ ବଚନ ।।୧।।

ସେ ମୌନ ଭାଷାରେ ଅଛିକି ସ୍ପନ୍ଦନ
କୋଟି ହୃଦୟକୁ କରାଏ ବିମନ
ସେହି ଶବ୍ଦଶୂନ୍ୟ ଭାଷାର ଶ୍ରବଣ
ଅଧୀର କରଇ ଭକତ ପରାଣ ।।୨।।

ଶୁଣିବାକୁ ପରା ନାହିଁ ତୁମ କାନ
କେମିତି ଶୁଣୁଛ ଜଣାଣ ଭଜନ
ଆର୍ତ୍ତ ଜନଙ୍କର ଗୁହାରି କୀର୍ତ୍ତନ
କରୁଛି କିପରି ତୁମକୁ ଦହନ ।।୩।।

ଭକତ ଜାଣିଛି ତୁମେ କର୍ଣ୍ଣହୀନ
ତଥାପି ତୁମଠି ରଖେ ନିବେଦନ
ବିଶ୍ୱାସ ରଖିଛି ଦେବ ବରଦାନ
ଗୁହାରି ଶୁଣିବ ଦେଇ ମନଧ୍ୟାନ ।।୪।।

ଅପଲକ ସଦା ତୁମରି ନୟନ
ହୃଦୟେ ଖେଳାଏ ପୁଲକ ପ୍ଲାବନ
ତୁମରି କରୁଣା ପରା ଅନ୍ତହୀନ
ମୋ ବେଳକୁ କିଆଁ ତୁମେ ଅନ୍ତର୍ଦ୍ଧାନ ।।୫।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.