ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୫
ଘୋଷଣା ଉପରେ ଘୋଷଣା ଚାଲିଛି
ଓଡ଼ିଶା ହେବ ଏକ ନମ୍ବର
ବିକାଶର ଗତି ହେବ ବହୁଗୁଣ
ଉତକର୍ଷ ଛୁଇଁବ ଶିଖର ॥୧॥
ଧନଧାନ୍ୟେ ପୁରି ଉଠିବ ଭୂଖଣ୍ଡ
ଦେଶେ ରଖିବ ନିଜ ସ୍ୱାକ୍ଷର
ହୃତ ଗଉରବ ଫେରି ତ ଆସିବ
ବଢ଼ିବ ସମ୍ମାନ ଏ ଭୂଇଁର ॥୨॥
ପାଷାଣକୁ ଜୀବନ୍ୟାସ ଦେଇଥିଲା
ଦିନେ ଉତ୍କଳର କାରିଗର
ବଜାର ଅଭାବେ କାମ ମିଳୁନାହିଁ
ହେଉଛି ଏବେ ସେ ହରବର ॥୩॥
ଦିନଥିଲା ଆମ ସାଧବ ପୁଅରେ
ସାତ ସିନ୍ଧୁ ହେଉଥିଲା ପାର
ବୋହି ଆଣୁଥିଲା ବିଦେଶ ମାଟିରୁ
କେତେ ମୂଲ୍ୟବାନ ଅଳଙ୍କାର ॥୪॥
ଆଜି ପରା ଆମ ହାତରେ ରହିଛି
ଗଣତନ୍ତ୍ର ଶାସନର ଡୋର
ତଥାପି ଓଡ଼ିଶା କାହିଁକି ଗରିବ
ଲୋକଙ୍କର ନାହିଁ ରୋଜଗାର ॥୫॥
ଦାରିଦ୍ର୍ୟରେ ଏବେ ଷଢ଼ୁଛି ଓଡ଼ିଶା
ଦ୍ୱିଗୁଣ ପ୍ରଗତି ଦରକାର
ଏଇ ଭୂଇଁ କେବେ ଚମକିବ କୁହ
ଡବଲ ଇଞ୍ଜିନ ସରକାର ॥୬॥