• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଡବଲ ଇଞ୍ଜିନ ସର୍କାର

ଡବଲ ଇଞ୍ଜିନ ସର୍କାର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୫

ଘୋଷଣା ଉପରେ ଘୋଷଣା ଚାଲିଛି
ଓଡ଼ିଶା ହେବ ଏକ ନମ୍ବର
ବିକାଶର ଗତି ହେବ ବହୁଗୁଣ
ଉତକର୍ଷ ଛୁଇଁବ ଶିଖର ॥୧॥

ଧନଧାନ୍ୟେ ପୁରି ଉଠିବ ଭୂଖଣ୍ଡ
ଦେଶେ ରଖିବ ନିଜ ସ୍ୱାକ୍ଷର
ହୃତ ଗଉରବ ଫେରି ତ ଆସିବ
ବଢ଼ିବ ସମ୍ମାନ ଏ ଭୂଇଁର ॥୨॥

ପାଷାଣକୁ ଜୀବନ୍ୟାସ ଦେଇଥିଲା
ଦିନେ ଉତ୍କଳର କାରିଗର
ବଜାର ଅଭାବେ କାମ ମିଳୁନାହିଁ
ହେଉଛି ଏବେ ସେ ହରବର ॥୩॥

ଦିନଥିଲା ଆମ ସାଧବ ପୁଅରେ
ସାତ ସିନ୍ଧୁ ହେଉଥିଲା ପାର
ବୋହି ଆଣୁଥିଲା ବିଦେଶ ମାଟିରୁ
କେତେ ମୂଲ୍ୟବାନ ଅଳଙ୍କାର ॥୪॥

ଆଜି ପରା ଆମ ହାତରେ ରହିଛି
ଗଣତନ୍ତ୍ର ଶାସନର ଡୋର
ତଥାପି ଓଡ଼ିଶା କାହିଁକି ଗରିବ
ଲୋକଙ୍କର ନାହିଁ ରୋଜଗାର ॥୫॥

ଦାରିଦ୍ର୍ୟରେ ଏବେ ଷଢ଼ୁଛି ଓଡ଼ିଶା
ଦ୍ୱିଗୁଣ ପ୍ରଗତି ଦରକାର
ଏଇ ଭୂଇଁ କେବେ ଚମକିବ କୁହ
ଡବଲ ଇଞ୍ଜିନ ସରକାର ॥୬॥

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.