ସସ୍ମିତା ପଣ୍ଡା, କଟିକଟା, କଟକ, ୫ ସେପ୍ଟେମ୍ବର ୨୦୨୫
କୋଟି ସୂର୍ଯ୍ୟର
ଅଖଣ୍ଡ ଶିଖାରେ
ଜ୍ଞାନ ଦିପ୍ତି ରେ ଭରା ।
ଘନ ତମସାର
ଅମା ତିଥିରେ ମୁଁ
ଅଜ୍ଞାନ ପଥିକ ପରା ।।
ତୁମେ ମହାମନ୍ତ୍ର
ଏଇ ଧରାବକ୍ଷେ
ମୁକ୍ତିତୀର୍ଥ ସଞ୍ଜିବନୀ ।
ବୃଥା ଅହମିକା
କଳୁଷିତ ମନେ
ହେଉଥାଏ ପଥ ଭ୍ରମି ।।
ତୁମେ ଆଶିଷର
ସ୍ବସ୍ତିରେଖା ଆଉ
ମଙ୍ଗଳ ର ଜୟ ଧ୍ବନି ।
ମୁଁ ଯେ ଜିଜ୍ଞାସାର
ବିନ୍ଦୁଏ ସଂକଳ୍ପ
ଅଭିପ୍ସା ର ସୁରଧୂନୀ ।।
ସ୍ବର୍ଗଭୂମି ପରେ
ତୁମରି ପିୟୁଷ
କରୁଣା ବରଷା ଧାରା ।
କାହିଁ କେତେ ଦୂରେ
ଚାତକ ପକ୍ଷୀ ମୁଁ
ଅଜ୍ଞାନ ପିଆସୀ ପରା ।।
ଜ୍ଞାନର ପ୍ରଦୀପ
ସ୍ବର୍ଣ୍ଣାଭ ଆଭାରେ
ସ୍ତୁତିର ସ୍ତବକ ତୁମେ ।
ଜୀବନ ଧାରାର
ପ୍ରତିଟି ସ୍ପନ୍ଦନ
ତୁମ ଶ୍ରୀ ଚରଣେ ନମେ ।।
ହେ ପରମ ଗୁରୁ
ହୃଦୟ ବେଦୀରେ
ପାଦ ଥାପି ଆସଥରେ ।
ଜ୍ଞାନର ପ୍ରଲେପ
ଆଙ୍କି ଦେଇଯାଅ
ମନ, ପ୍ରାଣ, ଶରୀରରେ ।।
ଅକ୍ଷର ଘର