ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୭ ଅକ୍ଟୋବର ୨୦୨୫
ହେ “ବୈଷ୍ଣବ” ତୁମେ ଶିଖାଇ ଦେଇଛ
ଆମକୁ ତୁମର ଲେଖାରେ
ଭାଗ୍ୟ ଭାଗ୍ୟ କହି ଅଟକି ନ ଯାଇ
ଚାଲିବାକୁ ଦ୍ରୁତେ ପଥରେ….
“ଭାଗ୍ୟ ଫଳ ନିଶ୍ଚେ ଫଳିବ
ଆନ ହୋଇବ ନାହିଁ
ପଥେ ଚଳ ପାନ୍ଥ ବେଗରେ
“ବଇଷ୍ଣବ” ଭାଷଇ.”
ହେ “ବୈଷ୍ଣବ” ତୁମେ ମାନବିକ ଧର୍ମ
ପାଳିବା ପାଇଁକି କହିଅଛ
ସମାଜର ହିତେ ରହିବାକୁ ବ୍ରତୀ
ତୁମର ଲେଖନୀ ଚଳାଇଛ….
“ଯାହା କରିଗଲେ ଭାବିବ ଦୁନିଆ
ତାହା ଯାଉଥା’ରେ କରି
ମରିଯିବୁ ଯେବେ କାନ୍ଦିବେ ସରବେ
ନୟନୁଁ ବୁହାଇ ବାରୀ.”
ତୁମର ଲେଖନୀ ମୁନରେ
ତୁମର କଣ୍ଠର ସ୍ୱରରେ
ବସିଥିଲେ ମା ସରସ୍ବତୀ
ତୁମକୁ ମହାନ କରିଛନ୍ତି
ମାଟିକୁ (ମାହାଙ୍ଗା) ଗୌରବ ଦେଇଛନ୍ତି
ଆଣିଛନ୍ତି ସରସ୍ବତ କ୍ରାନ୍ତି.