• About
  • Contact
Sunday, October 18, 2026
Sunday, October 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦାୟୀ କିଏ ?

ଦାୟୀ କିଏ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୫

ସାହି, ଭାଇ ଓ ବନ୍ଧୁତ୍ୱର ସହର ହେଉଛି କଟକ। ଚଳିତ ବର୍ଷ ଭସାଣି ଉତ୍ସବରେ ଯେଉଁଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ତାହା ଏବେ କଟକବାସୀଙ୍କୁ ଦୁଃଖ ଦେବା ସହ ଏ ବାବଦରେ ଭାବିବାକୁ ବାଧ୍ୟ କରିଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ଘଟିଲା ଏପ୍ରକାର ପରିସ୍ଥିତି ? କଟକର ଜନସାଧାରଣ, ସାହି ମୁରବୀ, ନିର୍ବାଚିତ ଲୋକ ପ୍ରତିନିଧି ଓ ପୋଲିସ ପ୍ରଶାସନ ଚାହିଁଥିଲେ କ’ଣ ଏହାକୁ ରୋକାଯାଇ ପାରିନଥାନ୍ତା? ଏଭଳି ପ୍ରଶ୍ନ ଭିତରେ ଏବେ ଛନ୍ଦି ହୋଇ ପଡ଼ିଛି କଟକ ସହର।

ଆଗରୁ ଯେ କଟକରେ ଏଭଳି ଅପ୍ରୀତିକର ପରିସ୍ଥିତି ଘଟିନାହିଁ,ତାହା ନୁହେଁ ବରଂ ସେହି ପରିସ୍ଥିତିକୁ ପଛରେ ପକାଇ ପୁଣି କଟକ ସହର ଓ ଏହି ସହରରେ ବସବାସ କରୁଥିବା ଜନସାଧାରଣ ଆଗକୁ ବଢ଼ିଛନ୍ତି। ୧୯୬୮, ୧୯୯୨, ୨୦୧୮ ରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକୁ ଲୋକମାନେ ଭୁଲିଯାଇଛନ୍ତି ଓ ପୁଣି ଥରେ ସମସ୍ତ ସମ୍ପ୍ରଦାୟ କଟକିଆର ପରିଚୟ ନେଇ ଆଗକୁ ବଢ଼ିଛନ୍ତି। ମାତ୍ର ଏଥରର ଘଟଣା ବେଶ୍ ଆଘାତ ଦେଇଛି ସମସ୍ତଙ୍କୁ।

ଏହି ଘଟଣା ବାବଦରେ ଯଦି ବିଶେଷ ଭାବରେ ଆଲୋଚନା କରାଯାଏ, ତେବେ ନିର୍ଦ୍ଦିଷ୍ଟ ଭାବେ ଘଟଣା ପଛର କିଛି କାରଣ ସାମ୍ନାକୁ ଆସିଯାଇଛି। ସାହି ମୁରବୀ, ପୂଜା କମିଟିର ଭୂମିକା କ’ଣ ଥିଲା ଏଥର ଭସାଣି ଉତ୍ସବରେ ? ପ୍ରତିଥର ଭଳି ଶୃଙ୍ଖଳିତ ଭସାଣି ଉତ୍ସବ ନହୋଇ ପାରିବାର କାରଣ କ’ଣ ହୋଇଥାଇପାରେ ? ମେଢ଼ ବିସର୍ଜନ ଶୋଭାଯାତ୍ରା ବେଳେ ସାହିର ମୁରଵୀ ମାନେ କ’ଣ ଶୋଭାଯାତ୍ରା ଉପରେ ନିୟନ୍ତ୍ରଣ ରଖି ପାରିଲେ ନାହିଁକି? ଶୋଭାଯାତ୍ରାରେ ସାମିଲ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅପରାଧିକ ତତ୍ତ୍ୱ ମାନେ ସାମିଲ ହେବା ବାବଦରେ କ’ଣ ସାହି ମୁରବୀ ମାନେ ଅବା ପୂଜା କମିଟିର ମୁଖ୍ୟ ମାନେ ଜାଣିପାରିଲେ ନାହିଁ କିପରି?

ସେହିପରି କମିସନରେଟ ପୋଲିସର ଭୂମିକାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ। ପ୍ରତିଥର ଭଳି ଏଥର ଭସାଣି ଉତ୍ସବରେ ପୋଲିସ ବାହିନୀ ସଜାଗ ନଥିଲା କି? ଭସାଣି ଯାତ୍ରା ସମୟରେ ଯଥେଷ୍ଟ ସଂଖ୍ୟାରେ ପୋଲିସ ଗଣ୍ଡଗୋଳ ହୋଇଥିବା ସ୍ଥାନରେ ନରହିବାର କାରଣ କ’ଣ ? ପୂଜା ପୂର୍ବରୁ ଯେଉଁଭଳି ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଏ ଓ ଅପରାଧିକ ତତ୍ତ୍ୱ ମାନଙ୍କୁ ଗିରଫ କରାଯାଏ, ଏବର୍ଷ ପୋଲିସ ପ୍ରଶାସନ ତାହା କରିଛନ୍ତି ନା ନାହିଁ ? ବିଭିନ୍ନ ଅପରାଧରେ ଲିପ୍ତ ଥିବା ଅସାମାଜିକ ତତ୍ତ୍ୱ ମାନଙ୍କ ବାବଦରେ ପୋଲିସ ପାଖରେ ଖବର ଥିଲା ନା ନାହିଁ ? ଏପରିକି କମିସନରେଟ୍ ପୋଲିସର ଭୂମିକା ମଧ୍ୟ ସନ୍ଦେହରେ ରହିବା ସ୍ୱାଭାବିକ। କଟକ ସହର କମିସନରେଟ୍ ପୋଲିସ ଅଧୀନରେ ରହିଛି, ପୁଣି ପୋଲିସର ମୁଖ୍ୟାଳୟ ମଧ୍ୟ କଟକରେ ରହିଛି, ତା ସତ୍ତ୍ଵେ ଏଭଳି ଘଟଣା ଘଟିବା ଓ ପୂରା ସହରରେ କର୍ଫ୍ୟୁ ଜାରୀ ହେବା ପ୍ରସଙ୍ଗ ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପ୍ରଶାସନର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଠିଆ କରିଛି। ଏପରିକି କମିଶନରେଟ ପୋଲିସ ବ୍ୟବସ୍ଥାକୁ ମଧ୍ୟ ଏଥିପାଇଁ କାହିଁକି ଦାୟୀ କରାନଯିବ ତାର କୌଣସି ଉତ୍ତର ଅଛି କି ?

ସେହିପରି କଟକର ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱଙ୍କ ଭୂମିକା କ’ଣ ଥିଲା ? ମେୟରଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦ ଆଦି ଏହି ଘଟଣା ଘଟିବା ପରେ ଏହାର ସମାଧାନ ପାଇଁ ଯେପରି ଦାୟିତ୍ୱ ନେବା କଥା, ତାହା ନେଇଛନ୍ତି କି ? କଟକରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ଏମାନେ ଉଦ୍ୟମ କରିଛନ୍ତି କି?

ସେହିପରି ଏହି ଅପ୍ରୀତିକର ଘଟଣାକୁ ନେଇ ଜନସାଧାରଣଙ୍କୁ ଅଧିକ ଭାବେ ବ୍ୟସ୍ତ ବିବ୍ରତ କରିଛନ୍ତି କିଛି ପ୍ରମୁଖ ଗଣମାଧ୍ୟମ, ଡିଜିଟାଲ ମିଡ଼ିଆ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ବ୍ୟକ୍ତିବେଶେଷ। ଘଟଣାକୁ ବଡ଼ କରି ଦେଖାଇବା, ଗୁଜବ ପ୍ରଚାର କରିବା, କଟକକୁ ନେଇ ନକରାତ୍ମକ ଖବର ପରିବେଷଣ କରିବା ସହ ସାମ୍ପ୍ରଦାୟିକ ସଦଭାଵ ନଷ୍ଟ ହେବା ଭଳି ଶବ୍ଦ ଯଥା “କଟକ ଜଳୁଛି”, “ଅଶାନ୍ତ କଟକ”, “ଆକାଶରୁ ଟେକା ପଥର ବର୍ଷା ହେଉଛି”, “ଦରଘା ବଜାର ଜଳୁଛି”, “ହିନ୍ଦୁମାନେ ମାଡ଼ି ଆସିଲେଣି”, “ହିନ୍ଦୁ ମାନେ ରାଗି ଯାଇଛନ୍ତି” ଆଦି ଶୀର୍ଷକରେ ଖବର ପରିବେଷଣ କରି କିଛି ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ, ଡିଜିଟାଲ ମିଡ଼ିଆ କଟକର ପରିସ୍ଥିତିକୁ ଅଧିକ ଅଶାନ୍ତ କରି ନାହାନ୍ତି କି ? ପରିସ୍ଥିତି ବିଗାଡ଼ିବାରେ ଏମାନଙ୍କ ଭୂମିକା କଣ କମ୍ ଥିଲା କି?

ତେବେ ଯାହାବି ହେଉ ପୂରା ଘଟଣାକୁ ଯଦି ଭଲଭାବେ ଅନୁଶୀଳନ କରାଯାଏ, ତେବେ, କଟକରେ ଘଟିଥିବା ଅଘଟଣ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ପାଇଁ ଯଦି କାହାକୁ ଦାୟୀ କରିବାର ପ୍ରସଙ୍ଗ ଉଠେ ତେବେ ଏଥିରୁ ସାହି ମୁରବୀ,ପୂଜା କମିଟି, କମିସନରେଟ ପୋଲିସ, ସ୍ଥାନୀୟ ରାଜନେତା ଓ ପ୍ରମୁଖ ଗଣମାଧ୍ୟମ, ଡିଜିଟାଲ ମିଡ଼ିଆ ଆଦି ନିଜକୁ ଦୋଷମୁକ୍ତ କରିପାରିବେ କି ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.