• About
  • Contact
Sunday, October 11, 2026
Sunday, October 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ହେ ଉତ୍କଳମଣି!

ହେ ଉତ୍କଳମଣି!
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୫

ନିଜକୁ ପଚାରେ ମୁହିଁ
ତୁମ ଜୟଗାନ କରିବା ପାଇଁକି
ଯୋଗ୍ୟ ହୋଇଛି କି ନାହିଁ।

ତୁମେ ସଚ୍ଚା ଦେଶପ୍ରେମୀ
କବିତା ଲେଖାରେ ସୀମିତ ନ ରହି
ହୋଇଛ ଅହିଂସା ଗାମୀ।

ରହିନ ଖାଲି କଥାରେ
ଆପଣା ଜୀବନ କରିଛ ଉତ୍ସର୍ଗ
ଦେଶ ଉନ୍ନତି ପଥରେ।

ସ୍ଥାପି ବନ ବିଦ୍ୟାଳୟ
ନିଜ ଆଦର୍ଶର ଛାତ୍ର ସୃଷ୍ଟି ପାଇଁ
ଥିଲା ତୁମ ଦୃଢ଼ ଲୟ।

ରାଇଜ ଦୁଃଖେ ନିଜକୁ
କାୟ ମନ ବାକ୍ୟେ ମିଶାଇ ଦେଇଛ
ରଖିଣ ସ୍ୱାର୍ଥ ପଛକୁ।

ତୁମ ଲେଖନୀ ମୁନରେ
ଏ ଜାତି ଗୌରବ ରୂପ ନେଇଥିଲା
ଅସ୍ମିତା ଜାଗେ ହୃଦରେ।

ଶାସକ ଶାସିତ କଥା
ତୁମ ପ୍ରକାଶିତ “ସମାଜ” ପୃଷ୍ଠାରେ
ଦେଲ ନିରପେକ୍ଷ ବାର୍ତ୍ତା।

ମୁଁ ଦେଖୁଛି ମୋ ଠାରେ
ତୁମର ଗୁଣରୁ କିସ ଆହାରିଛି
ମୋ କଥା ମୋର କର୍ମରେ।

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଉତ୍କଳ ମଣି ଗୋପବନ୍ଧୁ ଦାସ
Literature

ଉତ୍କଳ ମଣି ଗୋପବନ୍ଧୁ ଦାସ

by ଦେବେନ୍ଦ୍ର କୁମାର ସାହୁ
October 9, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୬ ଜଗନ୍ନାଥ ଏକା ନେତା ଉତ୍କଳରେ ଆଉ ନେତା କେହି ନାହିଁ ତୁମେ କହିଥିଲ ଉଦ୍ଦାତ କଣ୍ଠରେ ଜୟ...

Read more
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
ପକ୍ଷୀଘର।

ପକ୍ଷୀଘର।

September 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.