ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୬
ଜଗନ୍ନାଥ ଏକା ନେତା ଉତ୍କଳରେ
ଆଉ ନେତା କେହି ନାହିଁ
ତୁମେ କହିଥିଲ ଉଦ୍ଦାତ କଣ୍ଠରେ
ଜୟ ଜଗନ୍ନାଥ ଗାଇ l
ହିନ୍ଦୁ ନୁହେଁ ଏକ ଧରମ ବିଶ୍ୱରେ
ସେ ଏକ ବିଚାର ଧାରା
ଯିଏ ହିନ୍ଦୁ ସିଏ କଥା କରମରେ
ଦିଏ ବିଶ୍ୱ ହିତ ନାରା l
ଏହା ଥିଲା ତୁମ ବାଣୀ ଗୋପବନ୍ଧୁ
କହୁଥିଲ ଲେଖୁଥିଲ
ତୁମର ଏପରି ଅମୃତ ବାଣୀରେ
ଜାତି ହୃଦ ଜିଣି ଗଲ l
ଉତ୍କଳ ମାତାର ପାଣି ପାହାଡ଼ରେ
ସୌନ୍ଦର୍ଯ୍ୟ ଛଟା ଦେଖିଲ
ସାରା ଭାରତରେ ସେ ପଙ୍କଜ ପରି
ଲେଖନୀ ରେ ଲେଖିଦେଲ l
ଦେଶ ମାତୃକାର ସ୍ୱାଧୀନତା ପାଇଁ
ନିଜ ସୁଖ ତ୍ୟାଗ କଲ
ଆଦର୍ଶ ମଣିଷ କରିବାକୁ ସୃଷ୍ଟି
ବନବିଦ୍ୟାଳୟ କଲ l
ଦୁଃସ୍ଥ ଦରିଦ୍ର ର ସେବା କରିବାକୁ
ଜୀବନ ବ୍ରତ କରିଲ
ନିଜ ପରିବାର ସୁଖକୁ ନ ଦେଖି
ରୋଗୀ ଦୁଃଖୀ ସେବା କଲ l
ତୁମର କରମ ମଣି ଠୁ ଉଜ୍ଜ୍ୱଳ
ଅବିକଳ୍ପ ଓଡ଼ିଶାରେ
ତୁମର ଜନମ ଦିନାଙ୍କ ରେ ଆଜି
ଏ ଜାତି ନମନ କରେ
ତୁମକୁ ଶ୍ରଦ୍ଧାରେ ସ୍ମରେ l
*******
ହେ ଚୀର ପ୍ରଣମ୍ୟ ଉତ୍କଳମଣି
ତୁମକୁ କୋଟି ନମସ୍କାର
ଅଧୀନ
“ଦେବେନ୍ଦ୍ର”
****






