• About
  • Contact
Thursday, July 16, 2026
Thursday, July 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନୂଆପଡ଼ା ଉପ-ନିର୍ବାଚନ

ନୂଆପଡ଼ା ଉପ-ନିର୍ବାଚନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୫

ନୂଆପଡ଼ା ଉପ-ନିର୍ବାଚନ ପାଇଁ
ରାଜ୍ୟ ରାଜନୀତି ଏବେ ଘାଇଁ ଘାଇଁ,
ଦଳ ମୁଖିଆଙ୍କ ମୁଣ୍ଡ ଝାଇଁ ଝାଇଁ
ତାଙ୍କ ଆଖିରେ ଜମାରୁ ନିଦ ନାଇଁ ॥୧॥

କଂଗ୍ରେସ ସେଠି ପଡ଼ିଥିଲା ନଇଁ
ଗତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆଗେ ଥୋଇ,
ପ୍ରାର୍ଥୀ ଚୟନରେ ଦେଲା ଚମକାଇ
ପ୍ରଚାର ରଥ ଟାଣିନେଲା ଆଗେଇ ॥୨॥

କଂଗ୍ରେସ ରଣସଜ୍ଜାକୁ ନିରିଖେଇ
ବି.ଜେ.ପି., ବି.ଜେ.ଡ଼ି. ଗଲେ ଘାବରେଇ,
କଂଗ୍ରେସ ଜିତାପଟ ରୋକିବା ପାଇଁ
ଷଡ଼ଯନ୍ତ୍ର ଚଳାଇଲେ ଦିଲ୍ଲୀ ଠେଇଁ ॥୩॥

ବି.ଜେ.ପି. ନେତା ସେଠି ଦେଲେ ବୁଝେଇ
ବି.ଜେ.ଡ଼ି. ଆଦୌ ବିବ୍ରତ ହୁଅ ନାଇଁ,
ଏକାବନରୁ ଗଲେ ପଚାଶ ହୋଇ
ମୁଖ୍ୟ ବିରୋଧୀ ମାନ୍ୟତା ଯିବ ନାଇଁ ॥୪॥

ନୂଆପଡ଼ା ଅଙ୍କ ତୁମେ ଫେଡ଼ି ଦେଇ
ହୋଇଯାଅରେ ଆମର ଗେହ୍ଲା ଭାଇ,
ଏଇ ମତଦାନ ତାତି ଟାଇଁ ଟାଇଁ
ତାହା ମହତ୍ତ୍ୱ ରଖୁଛି ଆମ ପାଇଁ ॥୫॥

ଜିତିଲେ ଜୋସ୍ ଭରିବ ଦଳ ଠେଇଁ
ରଜ୍ୟ ସରକାର ଦୌଡିବ ସାଇଁ ସାଇଁ,
ତେଣୁ ତୁମ ପ୍ରାର୍ଥୀ ଚୋରି କରି ନେଇ
ଆମେ ସୃଷ୍ଟି କରୁଅଛୁ ହଇଚଇ ॥୬॥

ଏଇ ଗୋଳିଆ ପାଣିକୁ ଚହଲାଇ
ଭଲ ମାଛ ମାରିନେବା ଆମେ ଦୁଇ,
ସଲାକୁସ୍ତିରେ ସାମିଲ ହୋଇ ଯାଇ
କଂଗ୍ରେସର ଭୋଟ୍ ଆଣିବା ଛଡ଼ାଇ ॥୭॥

ମିଛ ଆରୋପେ କଂଗ୍ରେସକୁ ଫସାଇ
ଆମେ ଭୋଟରଙ୍କୁ ଦେବାରେ ଭୁଲାଇ,
ତେଣୁ ମନ ଊଣା ଆଦୌ କର ନାଇଁ
ଆମେ ଖରା ହେଲେ ପରା ତୁମେ ଛାଇ ॥୮॥

ଅନୁକମ୍ପା ଭୋଟ୍ ହାତେଇବା ପାଇଁ
ଦୁଇ ଦଳ ପ୍ରତିଯୋଗିତା ଚଳାଇ,
ପୋଷ୍ଟରରେ ରାଜୁଙ୍କ ଛବି ଲଗାଇ
ଭୋଟରଙ୍କୁ କରୁଅଛନ୍ତିରେ ବାଇ ॥୯॥

ନୂଆପଡ଼ା ଭୋଟରଙ୍କୁ କଅଁଳେଇ
ମତ ନିଜ ସପକ୍ଷରେ ନେବା ପାଇଁ,
ନେତା ପଡ଼ିଛନ୍ତି ସେଠି ଗୋଠ ହୋଇ
ଭୋଟର ମଜ୍ଜା ନେଉଛି ମାରି ହାଇ ॥୧୦॥

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ନିର୍ବାଚନ ପୂର୍ବ, ରାତି
Literature

ନିର୍ବାଚନ ପୂର୍ବ, ରାତି

by ଜୟ କୁମାର ମିଶ୍ର
July 11, 2026

ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬ ପାହିଗଲେ ରାତି, ଅପେକ୍ଷାର ଇତି ନିର୍ବାଚନ ମତ ଦାନ, କେତେ ହଟାପାଟି, ହେବେ ପିଟା ପିଟି ମିଛ...

Read more
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

ଜୟ ସମଦୃଷ୍ଟିଦିଆ ଶ୍ରୀଜଗନ୍ନାଥ!

July 3, 2026
ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା

June 29, 2026
ଗାଆଁ ଟାଉଟର

ଗାଆଁ ଟାଉଟର

June 22, 2026
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.