• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାନ୍ଧୀ ସ୍ମୃତି

ଗାନ୍ଧୀ ସ୍ମୃତି
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ନଭେମ୍ବର ୨୦୨୫

ଗାନ୍ଧୀ ପ୍ରଦର୍ଶିତ ସତ୍ୟାଗ୍ରହ ପରା
ଆମର ସାଜିଛି ଅମୋଘ ଅସ୍ତ୍ର,
ଶାସନେ ଅନ୍ୟାୟ, ଅନୀତି,ଦୁର୍ନୀତି
ଆମକୁ କରୁଛି ଭିଷଣ ତ୍ରସ୍ତ। ।।୧।।

ସରଳ ଜୀବନ ସୁଉଚ୍ଚ ଚିନ୍ତନ
ଥିଲା ପରା ତୁମ ମୂଳ ଦର୍ଶନ,
ଡାକ ଦେଇଥିଲ ଗ୍ରାମ ସ୍ଵରାଜର
ବିଦେଶୀ ସାମଗ୍ରୀ କରି ବର୍ଜନ ।।୨।।

ଅହିଂସା ଅସ୍ତ୍ରର ଉପଯୋଗ କରି
ସମସ୍ତଙ୍କୁ କଲ ହତ ଚକିତ,
ବିନା ରକ୍ତପାତେ ସ୍ବାଧିନତା ଲଭି
ଦେଖାଇଲ ଅଭିନବ ବୀରତ୍ୱ ।।୩।।

ତୁମରି ଖଦଡ଼ ଆଦର ଲଭିଛି
ପୃଥିବୀବାସୀଙ୍କ ନିକଟେ ଆଜି,
କମ୍ପାନୀମାନଙ୍କ ଖଦୀ ପ୍ରୀତି ପାଇଁ
ବୁଣାକାର ନିଦ ଯାଉଛି ହଜି ।।୪।।

ନାରୀକୁ ସମ୍ମାନ ନିଶାକୁ ବର୍ଜନ
ପାଇଁ ଦେଇଥିଲ ତୁମେ ଆହ୍ବାନ,
ମହିଳା ଦୁଷ୍କର୍ମ ଏବେ ଘନଘନ
ବଢି ଚାଲିଅଛି ମଦ ଦୋକାନ ।।୫।।

ସାମ୍ପ୍ରଦୟିକ ସଦ୍ଭାବ ଉପରେ
ତୁମେ ଦେଉଥିଲ ବେଶୀ ଗୁରୁତ୍ବ,
ହିଂସା,ଦ୍ୱେଷ ଆଉ ଘୃଣା ରାଜନୀତି
ଏବେ କରୁଅଛି ପୁରା ରାଜତ୍ଵ ।।୬।।

ବିଦେଶୀ ପୋଷାକ ପରଦେଶୀ ଚିଜ
ଆଜି ହୋଇଅଛି ଆମ ସଉକ,
ସ୍ୱଦେଶୀ ଦରବ ପରିହାର କରି
ଆମେ ପାଉଅଛୁ ଭାରି ପୁଲକ ।।୭।।

ତୁମରି ନାମକୁ ଉପଯୋଗ କରି
ଚାଲିଛି ଆଜି ହୀନ ରାଜନୀତି,
ସେଇଥି ପାଇଁକି ତୁମରି ସପନ
ରାମରାଜ୍ୟ ହେଉନି ଫଳବତୀ ।।୮।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

“ଟଙ୍କା ଖିଆ, ନରାସୁର”
Literature

“ଟଙ୍କା ଖିଆ, ନରାସୁର”

by ଜୟ କୁମାର ମିଶ୍ର
March 14, 2026

ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬ ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି ଏ ଜନମେ ହେଲ ନର ମହତଟି ଯାଉ, ହୁଅ ହାଉଁ,...

Read more
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.