• About
  • Contact
Saturday, October 17, 2026
Saturday, October 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମେଳି

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମେଳି
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୪ ଡିସେମ୍ବର ୨୦୨୫

ସରି ସରି ଆସୁଛି ପୁରୁଣା ବର୍ଷ, ଆସିବାକୁ ଯାଉଛି ନୂଆବର୍ଷ। ଏବେ ଚାରିଆଡ଼େ ଭୋଜିଭାତର ଆସର। ଏଭଳି ଏକ ସମୟରେ ଗତ ନିର୍ଵାଚନରେ ହାରିଯାଇଥିବା ବିଜେଡିର ନେତାମାନେ ଆୟୋଜନ କରିଥିଲେ ଏକ ବଣଭୋଜି। ବିଜେଡି ନେତାଙ୍କ ବଣଭୋଜି ଖବର ପାଇ ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଆରମ୍ଭ କରିଦେଇଥିଲେ ଚର୍ଚ୍ଚା ଆଲୋଚନା ଓ ଏହାକୁ ରୂପ ଦେଇଥିଲେ ଏକ ମେଳିର। ତେବେ ଗତ ନିର୍ବାଚନରେ ହାରିଯାଇଥିବା ନେତା ମାନଙ୍କର ଏହି ମେଳି ପଛର ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ ? କାହିଁକି ରାଜଧାନୀ ଉପକଣ୍ଠରେ ଏହି ଭୋଜିଭାତ ଆୟୋଜନ କରା ଯାଇଥିଲା ? ଏହି ଭୋଜିଭାତ ଆୟୋଜନ ପଛରେ କିଏ ? ଏପରି ଅନେକ ପ୍ରଶ୍ନ ଏବେ ବିଜେଡି ଭିତରେ ଆଲୋଚନା ହେଉଛି।

ବିଜେଡିର ଏହି ବନ୍ଧୁ ମିଳନରେ ପାଖାପାଖି ୫୦ ରୁ ଅଧିକ ନେତା ଏକାଠି ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଅନେକ ବରିଷ୍ଠ ନେତା ମାନଙ୍କର ଉତ୍ତରାଧିକାରୀ ଭାବେ ବିଜେଡି ରାଜନୀତିକୁ ଆସିଥିବା ପରିବାରର ସଦସ୍ୟ ମାନେ, ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ହାରି ଯାଇଛନ୍ତି ଓ ଏବେ ବି ଦଳରେ ସେମାନଙ୍କୁ ଗୁରୁତ୍ୱ ମିଳିନାହିଁ। ଏଣୁ ଦଳରେ ଗୁରୁତ୍ୱ ବଢ଼ାଇବା ସହ ଚାପି ସୃଷ୍ଟି କରିବାକୁ ଯୋଜନା କରି ଏଭଳି ମେଳିର ଆୟୋଜନ କରାଯାଇଥିଲା ବୋଲି ଶୁଣିବାକୁ ମିଳୁଛି। ଏହି ମେଳିକୁ ଭଣ୍ଡୁର କରିବାକୁ କିଛି ପାଣ୍ଡିଆନ ପନ୍ଥୀ ନେତା ମଧ୍ୟ ବିନା ନିମନ୍ତ୍ରଣରେ ଏହି ଭୋଜିଭାତରେ ଯୋଗ ଦେବାପାଇଁ ଚାଲି ଆସିଥିଲେ। ତେବେ ଯାହା ବି ହେଉ ୫୦ରୁ ଅଧିକ ନେତା ଏହି ବନ୍ଧୁ ମିଳନରେ ସାମିଲ ହୋଇଥିବା ଖବର ମିଳିଛି।

ଏହାର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ଯଦି ବୁଝିବାକୁ ଚେଷ୍ଟା କରାଯାଏ, ତେବେ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳୁଥିବା ଖବର ଅନୁସାରେ ନିର୍ବାଚନରେ ହାରିବା ପରେ ଦଳରେ କୋଣଠେସା ହୋଇ ରହିଥିବା ଯୁବ ନେତାମାନେ ଦଳ ସୁପ୍ରିମୋଙ୍କ ଉପରେ ଚାପ ପକାଇବା ପାଇଁ ଏପରି ମେଳିର ଆୟୋଜନ କରିଛନ୍ତି। ଏପରିକି ଏହି ଆୟୋଜନ ପଛରେ କାଳେ ପାଣ୍ଡିଆନ ବିରୋଧୀ ଶକ୍ତିମାନେ ସହଯୋଗ କରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଦଳର ପ୍ରତିଷ୍ଠା ଦିବସରେ ପାଣ୍ଡିଆନ ବା ତାଙ୍କ ପତ୍ନୀଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଦଳ ସଭାପତି ନବୀନ ପଟ୍ଟନାୟକ କରିଦେଇପାରନ୍ତି ବୋଲି ସେହି ଆଶଙ୍କାରେ ଦଳର ସଭାପତିଙ୍କ ନିଷ୍ପତ୍ତିରେ ଅଙ୍କୁଶ ଲଗାଇବା ପାଇଁ ଯୁବ ନେତାମାନଙ୍କୁ ଏକାଠି କରି ଦଳର କିଛି ପ୍ରଭାବଶାଳୀ ଓ ବରିଷ୍ଠ ନେତା ଏପରି ଭୋଜିଭାତ ଆୟୋଜନ କରିଥିବା ଶୁଣିବାକୁ ମିଳୁଛି।

ଆଉ ଯଦି ଏହା ସତ ହୋଇଥାଏ ତେବେ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପ୍ରୟୋଗ କରି ପାଣ୍ଡିଆନ ଦମ୍ପତିଙ୍କୁ କ୍ଷମତାଶାଳୀ ନକରିବା ପାଇଁ ଏହା ଏକ ସୁଚିନ୍ତିତ ରଣନୀତି ନୁହେଁ ତ ? ଏହି ରଣନୀତି ପଛରେ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ଏବଂ ପାଣ୍ଡିଆନଙ୍କ ବଦଳରେ ନିଜେ ପ୍ରଭାବଶାଳୀ ହେବାକୁ ଚେଷ୍ଟା କରୁଥିବା କିଛି ବରିଷ୍ଠ ନେତା ଏପରି ମେଳି ଆୟୋଜନ କରିନାହାନ୍ତି ତ ? ତେବେ ପ୍ରକୃତ କାରଣ ଯାହା ହୋଇଥାଉ ନା କାହିଁକି, ରାଜଧାନୀ ଉପକଣ୍ଠରେ ଏକାଠି ହେବା, ୫୦ରୁ ଅଧିକ ନେତା ଏଥିରେ ଯୋଗ ଦେବା ଓ ଗଣମାଧ୍ୟମକୁ ଡାକି ଏ ଖବରକୁ ପ୍ରଚାର ପ୍ରସାର କରାଇବା ଆଦି ଘଟଣା ଭଲ ଭାବେ ସ୍ପଷ୍ଟ କରୁଛି ଯେ, କିଛି ନେତା ଦଳର ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ପରେ ନେବା ପାଇଁ ଏହି ଯୁବ ନେତାଙ୍କ ମାଧ୍ୟମରେ ଉଦ୍ୟମ ଆରମ୍ଭ କରିଛନ୍ତି ଓ ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମଧ୍ୟ ଏକାଠି ହେବାର ଏକ ବଡ଼ ସଂକେତ ଦେଇଛନ୍ତି।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.