ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୦ ଡିସେମ୍ବର ୨୦୨୫
କିଛି କଥା ବୁଝିହୁଏ ଅତି ସହଜରେ
କିଛି କିଛି କଥା ପୁଣି ଟିକିଏ କଷ୍ଟରେ,
ଆଉ କିଛି ବୁଝାପଡ଼େ ସାମାନ୍ୟ ମାତ୍ରାରେ
ଏମିତିବି କଥା କିଛି ଅବୁଝା ରହେରେ । ।।୧।।
କିଛି କଥା ଲେଖିହୁଏ ସୀମିତ ଶବ୍ଦରେ
ଆଉ କିଛି କଥାଯାଏ ଅଳପ ବାକ୍ୟରେ,
ବେଳେବେଳେ କିଛି କଥା ଅଟକେ ଅଧାରେ
ବାକି କିଛି କଥା ରୂପ ପାଏନି ଲେଖାରେ । ।।୨।।
ଅତୀତର କଥା ଥାଏ ଇତିହାସ ବହିରେ
ଭୂଖଣ୍ଡର କଥା ଯେତେ ଭୂଗୋଳ ପୃଷ୍ଠାରେ,
କଳ୍ପନା ବିଳାସ କଥା ସାହିତ୍ୟ ମୁଣିରେ
ପ୍ରିୟା ପାଇଁ କଥା ରହେ ଗୋଲାପୀ ଚିଠିରେ । ।।୩।।






