• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କାଳିଆ

କାଳିଆ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଜାନୁୟାରୀ ୨୦୨୬

ତୋ’ ଡୋର ଲାଗିଲେ ଯିବି ପରା ମୁଇଁ
ଶ୍ରୀମୁଖ ଦର୍ଶନ ପାଇଁ,
ସେଇ ମୁହୂର୍ତ୍ତକୁ ରହିଚି ଅନାଇ
ହୃଦୟ ଦୁଆର ଫେଇ । ।।୧।।

ତୋତେ ଦେଖିଦେଲେ ଏଇ ଜୀବନର
ପାପ ସବୁ ଯିବ ଧୋଇ,
ସେଇ ବିଶ୍ୱାସରେ ଲକ୍ଷ ଲକ୍ଷ ଭକ୍ତ
ଭେଟିବାକୁ ତୋତେ ବାଇ । ।।୨।।

ଜାଣେ ନାଇଁ ଏଇ ଅକିଞ୍ଚନ ପରା
କେବେ ତୋ’ ଡାକରା ପାଇ,
ଧାଇଁଯିବ ସେଇ ନୀଳାଚଳ ଧାମ
ଭକ୍ତିର ନୈବେଦ୍ୟ ନେଇ । ।।୩।।

କଅଣ ନେବିରେ କାଳିଆ ତୋ’ ପାଇଁ
ମୋ ପାଖରେ କିଛି ନାଇଁ,
ଖାଲି ହାତଟାରେ କେମିତି ଯିବି ମୁଁ
ସରମେ ପଡ଼ୁଛି ନଇଁ । ।।୪।।

ଶ୍ରୀମନ୍ଦିରରେ ମୁଇଁ ପହଂଚିବା ବେଳେ
ପଡ଼ିଥିବୁ ଯଦି ଶୋଇ,
କଅଣ କରିବି ନୀଳାଚଳିଆରେ
ମନ ହେବ ହାଇଁପାଇଁ । ।।୫।।

ପହଡ଼ ଉଠିଲେ, ଦୁଆର ଖୋଲିଲେ
ଧାଇଁବି ଭିଡ଼ ହଟାଇ,
ଭିଜିବାକୁ ତୋର ରୂପ ଲାବଣ୍ୟରେ
ଦିବ୍ୟ ଚେତନା ଜଗାଇ । ।।୬।।

ଭକତ ତୁମର, ତୁମେ ଭକତର
ଭକ୍ତି ରସରେ ମଜାଇ,
ଉଦ୍ଧାର କରିବ ଏ ଆର୍ତ୍ତ ଭକ୍ତକୁ
ତୁମେ ତ ଜଗତ ସାଇଁ । ।।୭।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)
Literature

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

by Manas Ranjan Mahapatra
March 4, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ମାର୍ଚ୍ଚ ୨୦୨୬ ପ୍ରତି ଯୁଗରେ କିଛି ବହୁ ପରିଚିତ ଥାଆନ୍ତି। କିଛି ସ୍ୱଳ୍ପ ପରିଚିତ, କିଛି ପରିଚିତ, କିଛି ଅପରିଚିତ।...

Read more
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.