• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!

ଜଗାଙ୍କୁ ବାନ୍ଧିଲେ, ଲଳିତଙ୍କୁ ଛାଡ଼ିଲେ : ଇଏ କି ବିଚିତ୍ର ନୀତି!
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ଜାନୁୟାରୀ ୨୦୨୬

କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ର ଏକ ଘଟଣା ଏବେ ବିଜେପି ରାଜନୀତିକୁ ବେଶ ସରଗରମ କରି ରଖିଛି। ଘଟଣାଟି ହେଉଛି ରାଜନଗର ନିର୍ବାଚନ ମଣ୍ଡଳୀର ଗତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ହାରି ଯାଇଥିବା ବିଜେପି ନେତାଙ୍କ ଦବଙ୍ଗଗିରି। ବ୍ଲକ ଅଫିସରେ ନିଜ ସମର୍ଥକଙ୍କ ସହ ପଶି ମହିଳା ବିଡ଼ିଓଙ୍କୁ ଆକ୍ରମଣ କରିବା ଘଟଣା ଓ ଏହି ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନ ନିରବ ରହିବା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି। ନୂଆବର୍ଷ ଆରମ୍ଭରୁ ଏଭଳି ଏକ ଘଟଣା ଏବେ ରାଜ୍ୟ ବିଜେପିକୁ ବେଶ ଅଡୁଆରେ ପକାଇ ଦେଇଛି।

ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ହେଉଛି ମହିଳା ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡ଼ିଓଙ୍କୁ ଛୁଟିରେ ପଠାଇ ଦିଆ ଯିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଏପରିକି ଏହି ଘଟଣାରେ ରାଜ୍ୟ ଓଏଏସ୍ ସଂଘ ନିରବ ରହିବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିରୋଧୀ ଦଳ ମାନେ ଏହି ଘଟଣା ନେଇ ଅଧିକ ପ୍ରତିକ୍ରିୟାଶୀଳ ନହେବା ଶାସକ ବିଜେପିକୁ ବେଶ୍ ସୁହାଇଛି। ବିଜେପିର ରାଜ୍ୟ ନେତୃତ୍ୱ ଓ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଏଭଳି ଘଟଣାରେ ଚୁପ୍ ରହିବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି।

ଗତ ୨୦୨୫ ମସିହାରେ ରାଜଧାନୀ ଭୁବନେଶ୍ୱରରେ ବିଏମସି କାର୍ଯ୍ୟାଳୟରେ ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ କିଛି ବିଜେପି କର୍ମୀ। ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ରମଣକାରୀଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଥିଲା। ତଥାପି ପରିସ୍ଥିତି ଶାନ୍ତ ପଡ଼ିନଥିଲା। ଘଟଣା ସ୍ଥଳରେ ଉପସ୍ଥିତି ନଥିବା ଅବା ଆକ୍ରମଣ କରିନଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବୀରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଓଏଏସ୍ ସଂଘ। ବିରୋଧୀ ଦଳ ଏବଂ ଓଏଏସ୍ ସଙ୍ଘ ଚାପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଯାଇଥିଲେ ରାଜ୍ୟ ସରକାର। ଶେଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇ ଦେଇଥିଲା।

ମାତ୍ର ରାଜନଗର ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ବିଜେପିର ଅସମ୍ଭବ ନିରବତାକୁ ନେଇ ସାଧାରଣରେ ଏବେ ଆଲୋଚନା ଆରମ୍ଭ ହୋଇ ଯାଇଛି। ଏପରିକି ଯଦି ଭୁବନେଶ୍ୱର ଘଟଣାରେ ଜଣେ ନେତାଙ୍କୁ ବିଜେପି ଦଳ ଓ ସରକାର ସୁରକ୍ଷା ନଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତେବେ ରାଜନଗର ଘଟଣାରେ ଚୁପ୍ ରହିବାର କାରଣ କ’ଣ ? ଆକ୍ରମଣ କରିଥିବା ବିଜେପିର ପରାଜିତ ପ୍ରାର୍ଥୀ ଲଳିତ ବେହେରା କ’ଣ ଏତେ ଶକ୍ତିଶାଳୀ ଯେ, ଦଳ ଓ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛି ?

ଏପରିକି ଏହି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ପାଟି ଖୋଲିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ଯାହା ଶୁଣିବାକୁ ମିଳୁଛି ବିଜେପିର ଏହି ପରାଜିତ ପ୍ରାର୍ଥୀ ଲଳିତ ବେହେରା ହେଉଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅତ୍ୟନ୍ତ ପ୍ରିୟ ତଥା ପାଖ ଲୋକ ଭାବେ ଜଣାଶୁଣା। ମନମୋହନଙ୍କୁ ସବୁମତେ ସବୁ ସମୟରେ ସନ୍ତୁଷ୍ଟ କରିଥିବା କଥା ମଧ୍ୟ କେନ୍ଦ୍ରାପଡ଼ା ନେତାଙ୍କ ମଧ୍ୟରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି। ତେଣୁ ଏଯାଏଁ ଜଣେ ମହିଳା ବିଡ଼ିଓଙ୍କୁ ଆକ୍ରମଣ କରିବାର ସମସ୍ତ ପ୍ରମାଣ ଥିବା ସତ୍ତ୍ୱେ ମଧ୍ୟ ପୋଲିସ ଏହି ଆକ୍ରମଣକାରୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛି ବୋଲି ଶୁଣିବାକୁ ମିଳୁଛି।

ତେବେ ଏହି ଘଟଣାରେ ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଓ ଦଳ ସଭାପତି ମନମୋହନ ସାମଲ ନିରବ ରହିବା ରାଜ୍ୟ ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଉ ଦେଇଛି। ଭୁବନେଶ୍ୱର ମହାନଗର ନିଗମ ଘଟଣାରେ ଆକ୍ରମଣ କରିନଥିବା ନେତାଙ୍କୁ ଜେଲ୍ ପଠାଇବା ଓ ରାଜନଗର ଘଟଣାରେ ଆକ୍ରମଣ କରିବାର ସମସ୍ତ ପ୍ରମାଣ ଥିବା ସତ୍ତ୍ୱେ ଆକ୍ରମଣକାରୀ ନେତାଙ୍କୁ ଛାଡ଼ିଦେବା ନିଷ୍ପତ୍ତିକୁ ସାଧାରଣ ଲୋକ କ’ଣ ସହଜରେ ଗ୍ରହଣ କରିପାରିବେ ? ରାଜ୍ୟ ବିଜେପିର ଏହା ଦୋମୁହାଁ ନୀତି ଓ ମୁଖ୍ୟମନ୍ତ୍ରୀଙ୍କ ଅସହାୟତା ବୋଲି ଲୋକେ ବୁଝିବେ ନାହିଁତ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.