• About
  • Contact
Friday, May 1, 2026
Friday, May 1, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …

ନୂଆବର୍ଷ ୨୦୨୬ : କାହା ପାଇଁ କେମିତି …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୦ ଜାନୁୟାରୀ ୨୦୨୬

୨୦୨୬ ନୂଆବର୍ଷ ଆରମ୍ଭରୁ ଓଡ଼ିଶାର ରାଜନୀତିକୁ ନେଇ ଆରମ୍ଭ ହୋଇଗଲାଣି ଅନେକ କଳ୍ପନାଜଳ୍ପନା। ଏବର୍ଷ କାହା ପାଇଁ କେମିତି ରହିବ। ଶାସକ ବିଜେପି ଏବଂ ଦୁଇ ବିରୋଧୀ ବିଜେଡି,କଂଗ୍ରେସ ନୂଆ ବର୍ଷରେ ନିଜର ପୁରୁଣା ତ୍ରୁଟିକୁ ସୁଧାରି ପାରିବେ ତ? ନିଜ ନିଜର ସାଙ୍ଗଠନିକ କ୍ଷେତ୍ରକୁ ଶକ୍ତିଶାଳୀ କରିପାରିବେ ତ ? ଲୋକଙ୍କର ଆଶା ମୁତାବକ ପ୍ରଦର୍ଶନ କରିପାରିବେ ତ ? ଏପରି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ।

ରାଜନୈତିକ ଦୃଷ୍ଟିକୋଣରୁ ଯଦି ୨୦୨୬ ମସିହାର ପରିସ୍ଥିତି ବାବଦରେ ଆକଳନ କରାଯାଏ ତେବେ ଶାସକ ଦଳ ବିଜେପି ପାଇଁ ବେଶ୍ କିଛି ଚ୍ୟାଲେଞ୍ଜ ରହିଛି। ଗତ ଦେଢ଼ ବର୍ଷ ମଧ୍ୟରେ ଶାସକ ଦଳର ପ୍ରଦର୍ଶନ ଯାହା ରହିଛି ତାହା ସାଧରଣ ଲୋକଙ୍କୁ ପ୍ରଭାବିତ କରିପାରି ନାହିଁ। ନିର୍ବାଚନ ପ୍ରତିଶୃତି ମୁତାବକ କାମ କରିବାରେ ବିଜେପି ସରକାର ବିଫଳ ହୋଇଛି। ସବୁଠାରୁ ବଡ଼ ବିଫଳତା ହେଉଛି ୨୦୨୪ ମସିହାର ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ଶ୍ରୀକ୍ଷେତ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନେକ ସମସ୍ୟା ଏଯାଏଁ ସୁଧୁରିଲା ନାହିଁ। ଚାଷୀଙ୍କୁ ଧାନ କିଣାରେ ବୋନସ ଓ ସୁଭଦ୍ରା ଯୋଜନାକୁ ଛାଡ଼ି ଦେଲେ ସରକାରଙ୍କ ଅନ୍ୟ କୌଣସି ନୂଆ ଯୋଜନା ଲୋକଙ୍କୁ ପ୍ରଭାବିତ କରିପାରିନାହିଁ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ଉପରେ ନିର୍ଯାତନାର ସଂଖ୍ୟା ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାରେ ରଖିଛି। ସବୁଠାରୁ ଅଧିକ ଭାବେ ଶାସକଦଳ ଓ ସରକାର ସମାଲୋଚିତ ହୋଇଛନ୍ତି ଶୀର୍ଷ ନେତୃତ୍ବର ଦୁର୍ବଳତା ଓ ଅପରିପକ୍ଵତାକୁ ନେଇ। ସେହିପରି ବିଜେପିର ଆଭ୍ୟନ୍ତରୀଣ ସ୍ଥିତି ମଧ୍ୟ ସେତେଟା ଭଲ ବୋଲି କୁହାଯାଇ ନପାରେ। ଦଳ ଭିତରେ ଶୀର୍ଷ ନେତୃତ୍ୱ ମଧ୍ୟରେ ସମନ୍ୱୟ ଓ ଏକତା ନଥିବା ସ୍ପଷ୍ଟ ହୋଇପଡ଼ିଛି ବିଗତ ବର୍ଷରେ ।

ଅପରପକ୍ଷେ ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜେଡିର ନେତୃତ୍ୱ କିଏ ନେବେ ତାହା ଏବେ ଦଳ ପାଇଁ ପ୍ରମୁଖ ପ୍ରଶ୍ନ ହୋଇ ଠିଆ ହୋଇଛି। ଗତ ବର୍ଷରେ ଏହା ପ୍ରମାଣିତ ହୋଇଛି ଯେ ନବୀନ ପଟ୍ଟନାୟକ ଆଉ ଦଳର ନେତୃତ୍ୱ ନେବା ଭଳି ସ୍ଥିତିରେ ନାହାଁନ୍ତି। ତାଙ୍କର ଶାରୀରିକ ଅସୁସ୍ଥତା ଓ ଦୁର୍ବଳ ନେତୃତ୍ୱ ଉପରେ ଜନ ସାଧାରଣଙ୍କର ଆସ୍ଥା ତୁଟିବାରେ ଲାଗିଛି। ତା ସହିତ ପାଣ୍ଡିଆନ ଦମ୍ପତ୍ତି ଓ ଅନ୍ୟତମ ପ୍ରଭାବଶାଳୀ ନେତା ବବି ଦାସଙ୍କ ନେତୃତ୍ୱ ବିରୋଧରେ ଦଳ ଭିତରେ ପ୍ରବଳ ଅସନ୍ତୋଷ ରହିଛି। ପାଣ୍ଡିଆନ ଦମ୍ପତ୍ତି ଏବଂ ବବି ଦାସଙ୍କୁ ନେତା ଭାବେ ଗ୍ରହଣ କରିବାକୁ ଦଳର ସଂଖ୍ୟାଧିକ ନେତା ପ୍ରସ୍ତୁତ ନଥିବା ଭଳି ମନେହୁଏ। ଯଦି ବିଜେଡିର ନେତୃତ୍ୱ ଏମାନଙ୍କ ହାତରେ ଦେବାପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ତେବେ ବିଜେଡିର ନେତାମାନେ ଏକାଠି ରହିବା ଅସମ୍ଭବ ।

ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଲୋକଙ୍କ ପାଖରେ ଅପହଞ୍ଚ ହେବା ପରେ ଦଳର ନେତାଙ୍କ ମଧ୍ୟ ଦୂରେଇ ଯିବା ଏବେ ବିଜେଡିର ଭବିଷ୍ୟତ ପ୍ରତି ବଡ଼ ବିପଦ ଭାବେ ଉଭା ହୋଇଛି । ଏପରିକି ଅନେକ ବରିଷ୍ଠ ନେତା ଦଳ ଛାଡ଼ିବାର ସଙ୍କେତ ମଧ୍ୟ ଦେଲେଣି। ଯାହା ବିଜେଡିର ରାଜନୈତିକ ଭବିଷ୍ୟତ ନେଇ ଲୋକଙ୍କ ମନରେ ସନ୍ଦେହକୁ ଦୃଢ଼ୀଭୂତ କଲାଣି।

ବିଜେଡିର ଦୁର୍ବଳ ସ୍ଥିତି ହିଁ ଅନ୍ୟତମ ବିରୋଧୀ ଦଳ କଂଗ୍ରେସକୁ ଫାଇଦା ଦେବା କଥା। ମାତ୍ର ନୂଆପଡ଼ା ଉପନିର୍ବାଚନ ଫଳାଫଳ ଓ କଂଗ୍ରେସ ନେତୃତ୍ୱର ବେପରୁଆ ମନୋଭାଵ ଦଳକୁ ପୁଣି ଦୋଛକିରେ ଠିଆ କରିଛି। କଂଗ୍ରେସ ଭିତରେ ବରିଷ୍ଠ ନେତାଙ୍କୁ ଏପର୍ଯ୍ୟନ୍ତ ଏକାଠି ନେଇ ଚଳିବାରେ ବିଫଳ ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏବେବି କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତିରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇପାରିନାହିଁ। ତେଣୁ ଆଗାମୀ ସମୟରେ କଂଗ୍ରେସ ଯେ କୌଣସି ବଡ଼ ନିର୍ଣ୍ଣୟ ନେଇ ପାରିବ ଓ ପ୍ରମୁଖ ବିରୋଧୀ ଦଳର ସ୍ଥାନ ନେଇ ପାରିବ ସେ ନେଇ କୌଣସି ସମ୍ଭାବନା ମଧ୍ୟ କେହି ଦେଖିପାରୁ ନାହାଁନ୍ତି।

ଏଣୁ ଓଡ଼ିଶାର ରାଜନୈତିକ ବାତାବରଣ ବାବଦରେ ନୂଆ ବର୍ଷ ଆରମ୍ଭରେ କିଛି ନୂଆ ସଙ୍କେତ ମିଳୁନାହିଁ। ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଥିବା ବେଳେ ଉଭୟ ଶାସକ ବିଜେପି ଏବଂ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ ଅନେକ ଆହ୍ୱାନ ରହିଛି। ଯଦି ଦୁଇ ବିରୋଧୀ ଦଳ ପ୍ରଭାବୀ ପ୍ରଦର୍ଶନ କରନ୍ତି ତେବେ ଲୋକଙ୍କ ମଧ୍ୟରେ ଏମାନେ ପ୍ରଭାବ ବିସ୍ତାର କରିବାର ସୁଯୋଗଟିଏ ରହିଛି। ନଚେତ ବିରୋଧୀ ଦଳର ଦୁର୍ବଳତା ଶାସକ ବିଜେପିକୁ ସୁହାଇବାର ସମସ୍ତ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

Nirvik Bureau

Nirvik Bureau

Related Posts

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…
Politics

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

by Nirvik Bureau
May 1, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ,୧ ମଇ ୨୦୨୬ ମୃତ ଭଉଣୀ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଲୋକଟି ବାରମ୍ବାର ବ୍ୟାଙ୍କକୁ ଦୌଡ଼ିଥିଲେ। ମାତ୍ର ସେଠିକା ପାଠୁଆ ବାବୁ ମାନେ...

Read more
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.