ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଜାନୁୟାରୀ ୨୦୨୬
ଏଠି ଗଣତନ୍ତ୍ର ଶାସନ ଚାଲିଛି,
ଦୁର୍ନୀତି, ଅନୀତି, ଅନ୍ୟାୟ ବଢ଼ୁଛି
ନେତାଙ୍କ ସେବା ମନୋଭାବ କମୁଛି
ଦରଦୀ ପଣିଆ ଅଦୃଶ୍ୟ ହେଉଛି
ଘୃଣା, ହିଂସା କାୟା ବିସ୍ତାର କରୁଛି
ସଦଭାବ, ସମ୍ପ୍ରତି ଲିଭି ଯାଉଛି ।।୧।।
ଏଠି ଗଣତନ୍ତ୍ର ଶାସନ ଚାଲିଛି
ବିତ୍ତଶାଳୀ ଲୋକ ଶାସନ କରୁଛି
ଧନୀଙ୍କ ହାତରେ ସମ୍ପତ୍ତି ରହିଛି
ଜନତା ଅଭାବୀ ଜୀବନ କାଟୁଛି
ଭୋଅଟ ଖରିଦି ବିକିରି ହେଉଛି
ନିରୀହ ଭୋଟର ଅନାଇ ବସିଛି ।।୨।।
ଏଠି ଗଣତନ୍ତ୍ର ଶାସନ ଚାଲିଛି
ଟଙ୍କିକିଆ ଚାଉଳ ଦିଆଯାଉଛି
ମାଗଣା ଭତ୍ତା ବଣ୍ଟା ଜାରି ରହିଛି
ଜନତା ଦୁର୍ଦ୍ଦଶା ଭିତରେ ବଞ୍ଚୁଛି
ଗରିବ ଜନତାଙ୍କ ସଂଖ୍ୟା ବଢ଼ୁଛି
ନେତାଏ ମାଲାମାଲ ହୋଇଯାଉଛି ।।୩।।
ଏଠି ଗଣତନ୍ତ୍ର ଶାସନ ଚାଲିଛି
ମେଡ଼ିଆ ଜୟ ଜୟକାର କରୁଛି
ଶାସକର ସ୍ୱର ମୁଖର ହେଉଛି
ବିରୋଧୀ ଆବାଜ ନୀରବି ଯାଉଛି
ଭିନ୍ନମତ ଦୁର୍ବଳ ହୋଇ ପଡ଼ୁଛି
ଲୋକମତ ସତ୍ତା ହରାଇ ବସୁଛି ।।୪।।






