ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୬
ମନ୍ତ୍ରୀଙ୍କର ଆଗେ ଥିଲା ନିଜସ୍ୱ ଚମକ,
ଦକ୍ଷତାରେ ରଖୁଥିଲେ ଏ ରାଜ୍ୟର ଟେକ। ।।୧।।
ରାଜ୍ୟର ପ୍ରଗତି ଥିଲା ସେମାନଙ୍କ ଲକ୍ଷ୍ୟ,
ଭେଦଭାବ ଉର୍ଦ୍ଧ୍ୱେ ରଖୁଥିଲେ ନିଜ ପକ୍ଷ। ।।୨।।
ବ୍ୟକ୍ତିତ୍ୱ ଜଟକୁଥିଲା ସମଗ୍ର ରାଜ୍ୟରେ,
ନଥିଲା ସୀମିତ ତାହା ନିଜ ଅଞ୍ଚଳରେ। ।।୩।।
ମନ୍ତ୍ରୀତ୍ୱ ପାଇଁ ସେମାନେ ନଥିଲେ ବ୍ୟାକୁଳ,
ବ୍ୟକ୍ତିତ୍ୱ ଦୀପ୍ତିରେ ପକାଉଥିଲେ ଚହଳ। ।।୪।।
ନିଜ ପରିବାର କଥା ପଛରେ ପକାଇ,
ଦୁଃଖୀ ଲୋକଙ୍କ ପାଇଁ କରୁଥିଲେ ଲଢ଼େଇ। ।।୫।।
ଜନସେବା ଥିଲା ତାଙ୍କ ଜୀବନର ବ୍ରତ,
ଦାୟଦ ଥଇଥାନରେ ନଥିଲେ ସୀମିତ। ।।୬।।
ମନ୍ତ୍ରୀ ଥିଲେ ସେମାନେ ସମଗ୍ର ଓଡ଼ିଶାର,
ରାଜ୍ୟର ବିକାଶ ଥିଲା ତାଙ୍କ ଅଗ୍ରାଧିକାର। ।।୭।।






