ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩୦ ଜାନୁୟାରୀ ୨୦୨୬
ତୁମେ ତ ବିସ୍ମୟ ପୁରୁଷ ଗାନ୍ଧିଜୀ
ଏ ଜନ ଜଗତ କରେ ପ୍ରଣାମ
ଉତ୍ତର ପୁରୁଷ ଭାବିବେନି କେବେ
ତୁମ କର୍ମ ଭୂମି ଏ ଧରା ଧାମ।
ସତ ଶାନ୍ତି ଦୟା କ୍ଷମା ର ପୂଜାରୀ
ଥିଲ ସନାତନ ଧରମ ଧାରୀ
ଅହିଂସା ମାର୍ଗ ରେ ସଂଗ୍ରାମ କରିବା
ଶିଖାଇଲ ବାପୁ ନିଜେ ଆଚରି।
କୃଷ୍ଣ ମୁଖ ବାଣୀ ଗୀତା ପ୍ରତି ଶ୍ଳୋକ
କରୁଥିଲ ତୁମେ ସଦା ପଠନ
ରାମଙ୍କର ତ୍ୟାଗ ଆଦର୍ଶ ସମଗ୍ର
ଥିଲା ତୁମ କର୍ମ ଧର୍ମ ଦର୍ଶନ।
ତୁମେ କହୁଥିଲ କରିବାକୁ କର୍ମ
ହୃଦେ ଭାବି ମୃତ୍ୟୁ ଆସିବ କାଲି
ତୁମ କର୍ମ ଝୁରି କାନ୍ଦିବ ଜଗତ
ଯେବେ ତୁମେ ଯିବ ଧରାରୂ ଚାଲି।






