• About
  • Contact
Thursday, April 16, 2026
Thursday, April 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅନୁଭୂତି ପାଠ

ଅନୁଭୂତି ପାଠ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୫ ଫେବୃଆରୀ ୨୦୨୬

ଅନୁଭୂତି ପାଠ, ପଢ଼ି ଚାଲେ ବାଟ
ଦେଖାଉଛି, ବୁଦ୍ଧି ବାଟ,
ମଣିଷର ମାୟା, ସଂସାରର କାୟା
ସବୁକୁ ଜାଣିଲା ଘଟ (୧)
ବହି ପାଠ ଠାରୁ, ସେତ ମହା ମେରୁ
ଅଭୁଲା ସ୍ମୃତିଟି ସେହି,
କରିଲା ପ୍ରମାଣ, ସ୍ୱାର୍ଥ ଜନ ଗୁଣ
ସୁବିଧାବାଦୀଙ୍କୁ କହି (୨)
ଓଠେ ମଧୁ ଭାଷା, ଆନ୍ତରରେ ବସା
କପଟର ହଳାହଳ,
ସମୟ ସାଥିରେ, କୃତିମ ପ୍ରେମରେ
କରେ, ଛନ୍ଦମନ୍ଦ ଖେଳ (୩)
ବିଷ ଓ ପୀୟୁଷ, ପାଠର ସାରାଂଶ
ସାରମର୍ମ ଦେଲା କହି,
କେତେ ଯେ’ ଅଧ୍ୟାୟ, ଅଧ୍ୟୟନେ ଲୟ
ମନ ନିବେଶିଲି ମୁହିଁ (୪)
କେତେ ପରୀକ୍ଷାରେ, ହେଲି କୃତକାର୍ଯ୍ୟ
ଆକୃତକାର୍ଯ୍ୟଟି କେତେ,
ଅନୁଭୂତି ହୀନ, ଅପ୍ରସ୍ତୁତି ମାନ
ଦେଲା ବିଫଳତା ମୋତେ (୫)
ବିଫଳତା ସ୍ୱାଦ, କାଢି ନେଲା ପାଦ
ସଜାଗ ଓ ସନ୍ତର୍ପଣେ
ନିକଟକୁ ଦୂର, ଦୁରକୁ ନିକଟ
କଲି ଅନୁଭୂତି ଜ୍ଞାନେ (୬)
ସେ’ପରା ମହାନ, କରୁଛି ନମନ
ଖୋଲି ଦେଲା, ଜ୍ଞାନ ଚକ୍ଷୁ
ଯାହା ଖୋଜୁଥିଲି, ତାକୁ ନପାଇଲି
ପାଇଲି ଓଲଟା ଟିକୁ (୭)
ପୁସ୍ତକର ଜ୍ଞାନ, ତାହାର ବଚନ
ପ୍ରତିଟି ଆଧ୍ୟାୟ ପୃଷ୍ଠା,
ଯାହା ଶିଖାଇଲା, ତହୁଁ ବଳି ଗଲା
ଦେଇଗଲା ପରାକାଷ୍ଠା (୮)
କରାଏ ସଜାଗ, ଦେଇ ଦିଗ ବାଗ
ଜାଣି ଜନ, ମତି ଗତି,
ପୁସ୍ତକ ଜ୍ଞାନରେ, ହୋଇ ମୁଁ ବିଭୋରେ
ବଳାଇଲି ନିଜ ମତି (୯)
କେତେ ଯେ ଝୁଣ୍ଟିଚି, କେତେ ଯେ ପଡିଛି,
ତନୁ, ମନେ ବହୁ କ୍ଷତ,
ଆଖି କୋଣେ ଲୁହୁ, ହୃଦ ତଳେ କୋହ
କରିଛି, ଅନିଦ୍ରା ରାତ୍ର (୧୦)
କେତେ ଅପମାନ, ନିଷ୍ଠୁର ବଚନ
ହୃଦୟ ସହିଛି ସତେ,
ବାଟ ଭାବି ମୁହିଁ, ଅବାଟରେ ଧାଇଁ
ହୋଇଲି ଅତିଷ୍ଠ ଚିତ୍ତେ (୧୧)
ଦେଇଥିଲା ଦୁଃଖ, ଅପକ୍ୱ ବିବେକ,
ଏକ ବାଟିଆଟି କରି,
ଅନୁଭୂତି ଆସି, ପିଠିକୁ ଆଉଁସି
ଘେନେ ସେ’ସ୍ୱାନ୍ତ୍ୱନା କରି (୧୨)
ସେହି ମହା ଜ୍ୟୋତି, ଦିବ୍ୟ ଅନୁଭୂତି
ଯିଏ ପାଏ, ସିଏ ଜାଣେ,
ଡିଗ୍ରୀ, ଉପାଧିକୁ ଗୋଟିଏ ମୁଣ୍ଡିଆ
ତାହାକୁ ମୁଣ୍ଡିଆ ପଣେ (୧୩)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ମହା ବିଷୁବ ସଂକ୍ରାନ୍ତି
Literature

ମହା ବିଷୁବ ସଂକ୍ରାନ୍ତି

by ଦେବେନ୍ଦ୍ର କୁମାର ସାହୁ
April 14, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬ ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ ତୁମେ ଓଡ଼ିଆ ର କର୍ମ ଧର୍ମ ତୁମେ ଓଡ଼ିଆ ର...

Read more
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.