ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୬
ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇ ମର୍ଯ୍ୟାଦାଜନକ ବାଚସ୍ପତି ଆସନ ଅଳଙ୍କୃତ କରିଥିବା ଯୁଧୂଷ୍ଠିର ଦାସ ଅନେକ ଦୃଷ୍ଟିରୁ ଅନନ୍ୟ ଏବଂ ଅସା ଅସାମାନ୍ୟ ଥିଲେ । ନିଜକୁ ଜଣେ ଯୋଗ୍ୟ ଓ ଦକ୍ଷ ବାଚସ୍ପତି ଭାବେ ପ୍ରତିପାଦିତ କରିଥିବା ଏହି ପୁଣ୍ୟାତ୍ମା ଜଣକ ଶୁଦ୍ଧ ଓଡ଼ିଆ ଭାଷାରେ ବିଧା ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ କରି ବିରଳ ସମ୍ମାନର ଅଧୂକାରୀ ହେବା ସହିତ ମାତୃଭାଷା ପ୍ରତି ତାଙ୍କର ପ୍ରଚଣ୍ଡ ମମତ୍ୱବୋଧର ପ୍ରମାଣ ମଧ୍ୟ ଦେଇଥି ଥିଲେ ।
ଯୁଧୂଷ୍ଠିର ଦାସ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ବାଚସ୍ପତି, ଯିଏକି ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ହିଁ କେବଳ ସମ୍ପାଦନ କରିଥିଲେ । ଏହା ଅତ୍ୟ । କ କଷ୍ଟସାଧ୍ଯ ବ ବ୍ୟାପାର ହୋଇଥିଲେ ସୁଦ୍ଧା ଦୃଢ଼ ମନୋବଳ, ପ୍ରତିବଦ୍ଧତା ଏବଂ ଓଡ଼ିଆ ଭାଷା ପ୍ରତି ଗଭୀର ଅନୁରକ୍ତି ଯୋଗୁଁ ସେ ଏହାର ବାସ୍ତବ ସ୍ତବ ରୂପାୟନ କରି ପାରିଥିଲେ।
ଏହି ସେହିପରି ମହାନୁଭବ ଜଣକ ଓଡ଼ିଶା ବିଧାନସଭାର ଏକମାତ୍ର ବାଚସ୍ପତି ଥିଲେ, ଯିଏ ଆନୁଷ୍ଠାନିକ ଶିକ୍ଷା ଲାଭରୁ ବଞ୍ଚୂତ ହୋଇଥିଲେ ଲ । ତେବେ ନିଜର ଅଧ୍ଯବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ ହାସଲ କରିଥିଲେ । ଏହି ସବୁ ଭାଷାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେ ଅତି ଉଚ୍ଚକୋଟିର ଆଲେଖ୍ୟ ପ୍ରସ୍ତୁତ କରିବା ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ଅନର୍ଗଳ ଭାଷଣ ମଧ୍ଯ ପ୍ରଦାନ କରିପାରୁଥିଲେ । ପିଲାଟି ଦିନରୁ ଅସ୍ପୃଶ୍ୟତା ନିବାରଣ, ଜମିଦାରି ପ୍ରଥାର ଉଚ୍ଛେଦ, ବନ୍ୟା ବିପନ୍ନଙ୍କୁ ସାହାଯ୍ୟ, ପଶୁବଳି ପ୍ର ପ୍ରଥା ସ୍ଥଗିତ, ଶିକ୍ଷାର ପ୍ରସାର, ନିଶା ନିବାରଣ ଆଦି ସାମାଜିକ ଆନ୍ଦୋଳନରେ ଜଡ଼ିତ ରହିବା ସହିତ ସ୍ଵାଧୀନତା ସଂଗ୍ରାମରେ ଝାସ ଦବା ଯୋଗୁ ଯୁଧୂଷ୍ଠିର ଆନୁଷ୍ଠାନିକ ଶିକ୍ଷା ଲାଭ କରିବାକୁ ସମର୍ଥ ହୋଇ ନଥିଲେ । ଚାଟଶାଳୀରେ ତୃତୀୟ ଶ୍ରେଣୀ ଏବଂ ସଂସ୍କୃତ ଲରେ ମଧ୍ୟମା ପରେ ତାଙ୍କ ପାଠ ପଢ଼ାରେ ଡୋର ବନ୍ଧା ହୋଇଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଆନୁଷ୍ଠାନିକ ଶିକ୍ଷା ଲାଭ ବିବର୍ଜିତ ଏହି ପୁଣ୍ୟାତ୍ମା ଜଣକ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ ପ୍ରଭୃତିର ଶ୍ରେଷ୍ଠତ୍ୱ ବିଶ୍ଵ ଦରବାରରେ ପ୍ରତିପାଦିତ କରିବା ଲାଗି ଜୀବନର ଶେଷ ମୁହୂର୍ଭ ପର୍ଯ୍ୟନ୍ତ ଯେଉଁ ଉଦ୍ୟମ ରିଥିଲେ, ସେଥିପାଇଁ ସେ ଓଡ଼ିଆ ଜାତିର ଚିରନମସ୍ୟ ହୋଇ ରହିବେ । ବିଚ୍ଛିନ୍ନାଞ୍ଚଳର ମିଶ୍ରଣ, ପ୍ରବାସୀ ଓଡ଼ିଆମାନଙ୍କ ବନ୍ଧନର ସୁଦୃଢ଼ୀକରଣ କରଣ ସହିତ ଆମର ସମୃଦ୍ଧ ଐତିହ୍ୟ, ପରମ୍ପରା ପ୍ରତି ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରିବା ଲାଗି ‘ ବିଶ୍ୱ ଓଡ଼ିଆ ସମ୍ମିଳନୀ’ ମାଧ୍ଯମରେ ରେ ସେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଯେଉଁ ମହାର୍ଘ୍ୟ ସ୍ମାରକ ଗ୍ରନ୍ଥ ଦୁଇଟି ସଂକଳନ କରିଛନ୍ତି, ତାହା ଓଡ଼ିଆ ଜାତିର ଅମୂଲ୍ଯ ସମ୍ପଦ ଭାବେ ବିବେଚିତ ।
ଓଡ଼ିଶା ବିଧାନସଭାର ୨୨ ଜଣ ବାଚସ୍ପତି ଏବଂ ୨ ଜଣ କାମଚଳା ବାଚସ୍ପତିଙ୍କ ମଧ୍ଯରୁ ଯୁଧୂଷ୍ଠିର ଦାସ ଏକମାତ୍ର ଚିର କୁମାର ବା ଅବିବାହିତ ବ୍ୟକ୍ତି ଥିଲେ । ଆଜୀବନ ଅବିବାହିତ ଥୂବା ଏହି ପୁଣ୍ୟାତ୍ମା ଜଣକ ନିଜର ଅକପଟ ସ୍ନେହ ତଥା ମହନୀୟ ବ୍ୟକ୍ତିତ୍ଵ ବଳରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ତାଙ୍କ ବିଶାଳ ପରିବାରରେ ସାମିଲ କରି ପାରିଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନସଭା ଅଧୂବେଶନର ଅନ୍ତିମ ଦିବସରେ ଉଦ୍ଯାପନୀ ସଙ୍ଗୀତ ରୂପେ ପରିବେଷଣ ଲାଗି ଏହି ମହାନୁଭବ ୧୯୯୪ ନଭେମ୍ବର ୭ ତାରିଖରେ ସର୍ବଦଳୀୟ ବୈଠକରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଥିଲେ, ଯାହାକି ଏହାକୁ ‘ ରାଜ୍ୟ ସଙ୍ଗୀତ’ ମାନ୍ୟତା ପ୍ରଦାନ ଲାଗି ସରକାରଙ୍କ ପଥ ସୁଗମ କରିଥିଲା ।
ଅନ୍ୟପକ୍ଷରେ ବିଧାନସଭାର ମର୍ଯ୍ୟାଦା ପରିବର୍ଦ୍ଧନ ଲାଗି ସ୍ୱର୍ଗତ ଦାସ ‘ସ୍ବତନ୍ତ୍ର ଲୋଗୋ’ ବା ପ୍ରତୀକ ପ୍ରଚଳନ କରିଥିଲେ । ତାଙ୍କ ପୂର୍ବରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶାସନ’ ଲୋଗ ବା ଚିହ୍ନ ବିଧାନସଭା ବ୍ୟବହାର କରୁଥିଲା । କିନ୍ତୁ ବିଧାନସଭା ବିଶେଷ ମର୍ଯ୍ୟାଦାର ଅଧୂକାରୀ ବୋଲି ପ୍ରମାଣିତ କରିବା ପାଇଁ ସେ ସ୍ୱତନ୍ତ୍ର ‘ ଲୋଗୋ’ ପ୍ରବର୍ତନ କରିଥିଲେ ।
ସମଗ୍ର ଜୀବନ ଆର୍ଥିକ ସଂକଟ ଭିତରେ ଗତି କରିଥିବା ଯୁଧୂଷ୍ଠିର ଦାସଙ୍କ ସ୍ଵଚ୍ଛ ଭାବମୂର୍ତ୍ତିକୁ ଦୁର୍ନୀତି କିମ୍ବା ଭ୍ରଷ୍ଟାଚାର ସାମାନ୍ୟ ମାତ୍ରାରେ ସ୍ପର୍ଶ କରିପାରି ନଥୁଲା । ସମ୍ଭବତଃ ସେଥିପାଇଁ ଶେଷ ସମୟରେ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ଭରଣା କରିବା ଲାଗି ବିଧାନସଭା କର୍ତ୍ତୃପକ୍ଷଙ୍କୁ ତାଙ୍କ ‘୧ ‘ଶ୍ରେଷ୍ଠ ବିଧାୟକ ବିଧାୟକ ପୁରସ୍କାର’ ଅର୍ଥରାଶି ଅଗ୍ରୀମ ପ୍ରଦାନ କରିବାକୁ ପଡ଼ିଥିଲା । ବର୍ତମାନର କଳୁଷିତ ରାଜନୀତି ତିରେ ତାଙ୍କ ଭଳି ଜଣେ ସାଧୁ, ସଚ୍ଚୋଟ, ସ୍ଵାଭିମାନୀ, ସ୍ନେହୀ, ସସମ୍ବେଦନଶୀଳ ରାଜନେତା ତିଷ୍ଠି ରହିଥୁଲେ ବୋଲି ବର୍ତ୍ତମାନର ପିଢ଼ି ବିଶ୍ଵାସ କରିବା ସମ୍ଭବ ନୁ ନୁହେଁ ।
୧୯୨୩ ମସିହା ସେପ୍ଟେମ୍ବର ୨୫ ତାରିଖ ପବିତ୍ର ଦୁର୍ଗାଷ୍ଟମୀ ଦିନ ଜଗତସିଂହପୁ ହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡ଼ ପଡ଼ା ପଞ୍ଚାୟତ ରାହାଡ଼ିଙ୍ଗା ଗ୍ରାମରେ ଜନ୍ମିତ ଯୁଧୂଷ୍ଠିର ଦାସ ୯ ୯୧ ବର୍ଷ ବୟସରେ ୨୦୧୪ ଫେବୃୟାରୀ ୧୮ ତା ତାରିଖରେ ପରଲୋକ ଗମନ କରିଥିଲେ ।
ଋଷି ପ୍ରତି ପ୍ରତିମ ଏହି ସନ୍ନ୍ୟାସୀ ରାଜନେତାଙ୍କ ଅମର ଆତ୍ମାର ସଦ୍ଗତି କାମନା ପାଇଁ ଆଜି ତାଙ୍କ ଦ୍ବାଦଶାହ ଶ୍ରାଦ୍ଧ ବାର୍ଷିକୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଚ୍ଚଙ୍କ ନିକଟରେ ପ୍ରାର୍ଥନା କରୁଛି ।






