• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୦ ଫେବୃଆରୀ ୨୦୨୬

ରାଜ୍ୟ ସଭା ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅପ୍ରେଲ ମାସ ସୁଦ୍ଧା ୧୦ଟି ରାଜ୍ୟରୁ ନିର୍ବାଚିତ ହୋଇଥିବା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେମାନଙ୍କ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶାର ୪ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିଜେପିରୁ ସୁଜିତ କୁମାର ଓ ମମତା ମହାନ୍ତଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ବିଜେଡିରୁ ମୁଜିବୁଲ୍ଲା ଖାନ୍ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଖାଲି ହେଉଥିବା ୪ଟି ଆସନରେ କିଏ ଯିବେ ସେ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଯାଇଛି।

ବିଜେପିରୁ କାହାକୁ ରାଜ୍ୟସଭା ପଠାଯିବ ତାହା ରାଜ୍ୟର ବିଜେପି ନେତାଙ୍କୁ ମଧ୍ୟ ଜଣାନାହିଁ। କେବଳ ମୋଦି-ଶାହ ହିଁ ନିଷ୍ପତ୍ତି ନେବେ ଓଡ଼ିଶାରୁ ବିଜେପିରୁ କାହାକୁ ରାଜ୍ୟସଭାକୁ ପଠାଯିବ। ବିଜେପିରୁ କିଏ ପ୍ରାର୍ଥୀ ହେବା ଉଚିତ କିମ୍ବା ପ୍ରାର୍ଥୀ ହେଲେ ଭଲ ହେବ, ସେ ବାବଦରେ ରାଜ୍ୟ ସଭାପତି ମନମୋହନ ସାମଲ ଅବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୌଣସି ପ୍ରସ୍ତାବ ଦେବାର କ୍ଷମତା ନାହିଁ। ତେଣୁ ବିଜେପିକୁ ଛାଡ଼ି ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେ ନେଇ ଗଣମାଧ୍ୟମରେ ଆଲୋଚନା ଅଧିକ ହେଉଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି କେବଳ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେଲେ ବିଜୟ ସମ୍ଭାବନା ନିଶ୍ଚିତ। କାରଣ ଦ୍ବିତୀୟ ଆସନ ପାଇଁ ବିଜେଡି ଏକାକୀ ପ୍ରାର୍ଥୀ ଦେଇ ଜିତାଇ ପାରିବ ନାହିଁ। ଯଦି ବିଜେଡି ଦ୍ଵିତୀୟ ପ୍ରାର୍ଥୀ ଦିଏ, ତେବେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ବିଜେପି କିମ୍ବା କଂଗ୍ରେସର ସମର୍ଥନ ଆବଶ୍ୟକ। ମାତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି କିଛି ନିଷ୍ପତ୍ତି ନେବାର ସମ୍ଭାବନା କମ୍। ତେଣୁ ସମସ୍ତଙ୍କ ନଜର ଏବେ ବିଜେଡିର ସେହି ଗୋଟିଏ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ?

ମିଡ଼ିଆରେ ହେଉଥିବା ଚର୍ଚ୍ଚା ଅନୁସାରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ନିଜକୁ ବିଜେଡିର ଦୁଇ ନମ୍ବର ନେତା କହୁଥିବା ପ୍ରଣବ ପ୍ରକାଶ ଦାସ, ସେହିପରି ଅନ୍ୟତମ ନେତା ପ୍ରତାପ ଜେନା ଏବଂ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରୁ କେହି ଜଣେ ରାଜ୍ୟସଭା ଯିବା ନିଶ୍ଚିତ ତାହା ମଧ୍ୟ କହିହେବ ନାହିଁ। କାରଣ ବହୁ ସମୟରେ ଦେଖାଯାଇଛି ଯେ ଚର୍ଚ୍ଚା ହେଉଥିବା ନାଁକୁ ଛାଡ଼ି ବିଜେଡି ସଭାପତି ନବୀନ ପଟ୍ଟନାୟକ ସରପ୍ରାଇଜ ମଧ୍ୟ ଦିଅନ୍ତି। ଏଥର ବି ସେଭଳି ନହେବ ତାହା ମଧ୍ୟ କେହି ଜୋର ଦେଇ କହି ପାରିବେ ନାହିଁ। ତେବେ ଚର୍ଚ୍ଚାରେ ଥିବା ନେତାଙ୍କ ମଧ୍ୟରୁ ଦେବୀ ମିଶ୍ର ବରିଷ୍ଠ ଓ ଅଭିଜ୍ଞତା ସଂପନ୍ନ ହୋଇଥିଲେ ମଧ୍ୟ ଏବେ ବି ନବୀନ ପଟ୍ଟନାୟକଙ୍କ ସମ୍ପୁର୍ଣ୍ଣ ଭରସା ତାଙ୍କ ଉପରେ ନାହିଁ। ପୁଣି କେବଳ ନବୀନ ପଟ୍ଟନାୟକଙ୍କ ଭରସା ଯୋଗ୍ୟ ହେଲେ ଚଳିବ ନାହିଁ, ବରଂ ପାଣ୍ଡିଆନଙ୍କର ମଧ୍ୟ ବିଶ୍ୱାସ ଭାଜନ ହେବା ଦରକାର। ମାତ୍ର ଦେବୀ ମିଶ୍ରଙ୍କୁ ପାଣ୍ଡିଆନ ଭରସା କରିବେ ଏ କଥା ମଧ୍ୟ ଦଳର କିଛି ନେତା ଗ୍ରହଣ କରିପାରୁ ନାହାଁନ୍ତି। ସେହିପରି ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସ ଏବେ ଲବି ଜୋର କରୁଛନ୍ତି ରାଜ୍ୟ ସଭା ଯିବା ପାଇଁ। ମାତ୍ର ବିଜେଡି ଗତ ନିର୍ବାଚନ ହାରିବା ପରେ ତାଙ୍କୁ ଦଳର ଏକ ବଡ଼ ଗୋଷ୍ଠୀ ଏବେବି ଦାୟୀ କରୁଛନ୍ତି ଦଳର ପରାଜୟ ପାଇଁ। ଏପରିକି କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ବବି ଦାସ ଯେ କେବଳ ନିଜେ ନିର୍ବାଚନ ହାରିଲେ ତାହା ନୁହେଁ ବରଂ ଅନେକ ବରିଷ୍ଠ ନେତାଙ୍କୁ ସେ ଜାଣିଶୁଣି ନିର୍ବାଚନରେ ହରାଇବାର ସମସ୍ତ ବ୍ୟବସ୍ଥା କରି ଦେଇଥିଲେ । ଏଣୁ ବବି ଦାସଙ୍କ ବିରୋଧରେ ଦଳ ଭିତରେ ଏବେ ବି ଅସନ୍ତୋଷର ନିଆଁ କୁହୁଳୁଛି। ଅନ୍ୟ ପକ୍ଷରେ ପାଣ୍ଡିଆନ ଦମ୍ପତ୍ତି ମଧ୍ୟ ଚାହାନ୍ତି ନାହିଁ ବବି ଦାସ ପୁଣି କ୍ଷମତାଶାଳୀ ହୁଅନ୍ତୁ ଅବା ରାଜ୍ୟସଭା ଯାଆନ୍ତୁ ବୋଲି ବିଜେଡିର କିଛି ନେତାଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ଏଣୁ ପ୍ରଣବ ପ୍ରକାଶଙ୍କ ସପକ୍ଷରେ ନବୀନ ପଟ୍ଟନାୟକ ନିଷ୍ପତ୍ତି ନନେବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି ଚର୍ଚ୍ଚାରେ ଥିବା ଅନ୍ୟତମ ନେତା ପ୍ରତାପ ଜେନାଙ୍କ ଭାବମୂର୍ତ୍ତୀ ଦଳ ଭିତରେ ଭଲ ନାହିଁ। ତାଙ୍କ ନାଁ ରେ ଏକାଧିକ ଅପରାଧିକ ମାମଲା ଥିବାରୁ ତାଙ୍କ ପ୍ରାର୍ଥୀତ୍ୱ ପ୍ରତି ମଧ୍ୟ ଦଳ ଭିତରେ ସହମତି ହୋଇପାରୁ ନାହିଁ। ତେବେ ଏହି ତିନି ନେତାଙ୍କର ବିଜେଡି ବାହାରେ ଥାଇ ବିଜେଡି ବିରୋଧରେ ଗୋଟି ଚାଳନା କରୁଥିବା ପୁରୁଣା ନେତା ବିଜୟ ମହାପାତ୍ରଙ୍କ ସହ ଭିତିରିଆ ସମ୍ପର୍କ ରହିଛି ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି। ଏଣୁ ଏମାନଙ୍କ ପ୍ରାର୍ଥୀତ୍ୱ ଅପେକ୍ଷା ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱ ବାବଦରେ ଅଧିକ ଚିନ୍ତା କରିପାରନ୍ତି । ସଂତୃପ୍ତଙ୍କ ସପକ୍ଷରେ ହେଉଥିବା ଯୁକ୍ତି ମଧ୍ୟରୁ ସେ ପାଣ୍ଡିଆନଙ୍କର ସର୍ବାଧିକ ବିଶ୍ୱାସଯୋଗ୍ୟ ଓ ଅନୁଗତ ବୋଲି ହେଉଥିବା ଯୁକ୍ତି ଅଧିକ ଗ୍ରହଣୀୟ। ଏପରିକି ଆଗକୁ ବିଜେଡି ପାଇଁ ପାଣ୍ଠି ସଂଗ୍ରହରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିପାରେ ବୋଲି କିଛି ନେତାଙ୍କର ମତ ରହିଛି। ଏଣୁ ସଂତୃପ୍ତ ମିଶ୍ରଙ୍କୁ ଯଦି ନବୀନ ପଟ୍ଟନାୟକ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନିଅନ୍ତି ତେବେ କେହି ଆଶ୍ଚର୍ଯ୍ୟ ହେବାର ନାହିଁ।

ତେଣୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଗରେ ଏବେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଦଳରେ ବିଶୃଙ୍ଖଳା ରୋକିବା ପାଇଁ ତାଙ୍କୁ ଏହି ନିଷ୍ପତ୍ତି ବେଶ୍ ସାବଧାନତାର ସହ ନେବାକୁ ପଡ଼ିବ। ତା ସହିତ ନେତୃତ୍ୱ ପ୍ରତି ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଆଖି ଆଗରେ ରଖି ଜଣେ ବିବାଦ ମୁକ୍ତ ତଥା ତାଙ୍କ ପ୍ରତି ଆନୁଗତ୍ୟ ରଖିଥିବା ନେତାଙ୍କୁ ରାଜ୍ୟସଭାକୁ ପଠାଇବା ଉଚିତ ହେବ। ତେବେ ଏହି ରାଜ୍ୟସଭା ନିର୍ବାଚନର ଫଳାଫଳ ଓ ଏନେଇ ନବୀନ ପଟ୍ଟନାୟକଙ୍କର ନିଷ୍ପତ୍ତି ଅନେକ ଭାବରେ ବିଜେଡିର ଆଗାମୀ ରାଜନୈତିକ ସ୍ଥିତି ବାବଦରେ ବଡ଼ ସଙ୍କେତ ଦେଇପାରେ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.