ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬
ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ
ଜାତି କହେ ଅନ୍ନ ବ୍ରହ୍ମ
ପବନ ବି ବ୍ରହ୍ମ
ସବୁ ମଧ୍ୟେ “ଭାଷା ବ୍ରହ୍ମ”
ଏ ଜାତିର ପ୍ରାଣ
ମୋ ଭାଷା ମହାନ
ଅକ୍ଷର ର ଉଚ୍ଚାରଣ
ନିଆରା ତା ପଣ
ଅକ୍ଷର ବି ବ୍ରହ୍ମ।
ଶବ୍ଦର ବିନ୍ୟାସରେ ଧୂରୀଣ ଏ ଜାତି
ସାହିତ୍ୟ ସୃଷ୍ଟିରେ ସିଦ୍ଧ ହସ୍ତ
ସାହିତ୍ୟର ସ୍ୱର ପୁଣି ନମ୍ର ଓ ଶାଣିତ
ବିଶ୍ୱ ଜନ ଛୁଇଁବାକୁ ସିଏ ପ୍ରସାରିତ
ତତସମ ତଦଭବ ଦେଶଜ
ପୁଣି ବୈଦେଶିକ
ଶବ୍ଦ ସମ୍ଭାରରେ ପୂର୍ଣ୍ଣ ମୋର ଭାଷା
ସେ ତାତ୍ୱିକ ମଧୁଝରା
“ଶାସ୍ତ୍ରୀୟ ମୋ ଭାଷା”






