• About
  • Contact
Tuesday, September 22, 2026
Tuesday, September 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ମାର୍ଚ୍ଚ ୨୦୨୬

ନାଟକର ଶେଷ ସଂଳାପ ଭାଷାକୁ ଭଲ ଲାଗେ ନାହିଁ। ହେଲେ, ଶେଷ ସଂଳାପ ଭଲ ହେଉ ବା ନହେଉ, ଶେଷ ଦୃଶ୍ୟ ହେଉ ବା ଦୁଃଖମୟ ହେଉ, ଦର୍ଶକମାନେ ତାହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।

ମୋର ଅଦ୍ଭୁତ ଜୀବନ। ସବୁବେଳେ ପ୍ରତିଷ୍ଠା ବା ପ୍ରସିଦ୍ଧିର ଶୀର୍ଷରେ ପହଂଚିବା ଆଗରୁ ମତେ ଫେରିଯିବାକୁ ହୁଏ। “ଆଲୋକ”ର ସଂପାଦନା ଭଲ ଭାବେ କରୁ କରୁ ମତେ କଟକ ଛାଡ଼ି ପୁରୀ ଆସିବାକୁ ହେଲା। ଉମରକୋଟରେ ସୃଷ୍ଟ ଓ
ସ୍ରଷ୍ଟାକୁ ସକ୍ରିୟ କରିବା ଓ ଏମ୍‌.ଇ. ସ୍କୁଲର ହେଡମାଷ୍ଟର ଖ୍ଯାତି ଅର୍ଜନ କରୁ କରୁ ଏନ୍‌.ସି.ଇ.ଆର୍‌.ଟି. ନେଇ ଲକ୍ଷ୍ମୌରେ ପହଞ୍ଚାଇଲା। ଶନିବାର ସାହିତ୍ୟ ସଂଧ୍ୟା ବା ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତିକୁ ସକ୍ରିୟ କରୁ କରୁ ମୁଁ ତାହାର ନେତୃତ୍ଵରୁ ଅପସରିଗଲି।

ଉତ୍ତର-ପୂର୍ବାଞ୍ଚଳ ପରିଷଦର ସୂଚନା, ଜନସଂପର୍କ ଓ ସଂସ୍କୃତି ନିର୍ଦ୍ଦେଶକ ଭାବେ ବହୁବିଧ ନୂଆ କାମ ଆରମ୍ଭ କରି ପ୍ରସିଦ୍ଧି ପାଇଲା ବେଳକୁ ବଳଦେବ ଭାଇ ଶର୍ମା ମୁଖ୍ୟ ସଂପାଦକ ପଦ ପାଇଁ ପ୍ରଶ୍ନ ଉଠେଇଥିବାରୁ ମତେ ମିଛ କହି ସେଠୁ ଡେପୁଟେସନରୁ ଫେରାଇ ଆଣିଲେ ଓ ନିଜ ଶଯ୍ୟା ସଙ୍ଗିନୀ ମୋଠୁ ଜୁନିଅର ଥିଲେ ବି ତାକୁ ମୁଖ୍ୟ ସଂପାଦକ ପ୍ରମୋସନ
ଦେଇଦେଲେ ଓ ମୁଁ କିଛି କରିପାରିଲି ନାହିଁ।

ଏଇମିତି ଏକ ଅବାଞ୍ଛିତ ଜୀବନ ମୁଁ ବିତେଇଦେଲି। ଏବେ ମହମ୍ମଦ ରଫିକ୍‌କୁ ଖୋଜୁଛି।

ଏ ଆତ୍ମଲିପିର ଆରମ୍ଭରେ ଲେଖିଥିଲି, ଏଥିରେ କୌଣସି କ୍ରମିକତା ନାହିଁ। ଯେତେବେଳେ ଯାହା ମନେ ପଡ଼ିଗଲା ବା ଘଟିଗଲା, ତାହା ଏଥିରେ ଲେଖିଛି। କୌଣସି ପୁରସ୍କାର ବା ବାହାବା ଯେ ମିଳିବ, ଏ ଆଶା ବି ମୋର ନାହିଁ।

ଜୀବନରେ ଅନେକଙ୍କୁ ଛାପିଛି ବା ଛପେଇଛି, ପୁସ୍ତକମେଳା ମାଧ୍ଯମରେ ବହୁ ନୂଆ ପ୍ରକାଶକଙ୍କୁ ଆଗକୁ ଆଣିଛି, ଏବେ ଟଙ୍କା ଖର୍ଚ୍ଚ କରି ବହି ଛପେଇବାକୁ ପଡୁଛି। ମୁଁ ସେ ଅପମାନଜନକ କାମ କରିପାରିବି ନାହିଁ।

ମୋତେ କାହିଁକି ଲାଗୁଛି, ଦିନେ ମୋ ମଲାପରେ କେହି ମୁଗ୍ଧ ପ୍ରକାଶକ ମୋର ଏ ଆତ୍ମଲିପି ହୁଏତ ଛାପିବେ।

ଜୀବନ ସରିନାହିଁ। ଆଉ କିଛି ଲେଖିବାକୁ ସମୟ ଅଛି ଯଦି ଏ ଭିତରେ ଆଉ କିଛି ମନେପଡ଼େ ବା ଏଭଳି କିଛି ଘଟେ ତାକୁ ମୁଁ ଅନ୍ୟତ୍ର ଲେଖିବି। କାଳ ନିରବଧି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ମୁହୂର୍ତ୍ତ
Literature

ମୁହୂର୍ତ୍ତ

by ପ୍ରଭୁକଲ୍ୟାଣ ମହାପାତ୍ର
September 22, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୬ ସେ କିଭଳି ମୁହୂର୍ତ୍ତ ଥିଲା ତୁମରି ଦର୍ଶନ ପାଇଁ ଡ଼ୋର ଲାଗିଗଲା ବର୍ଷ ବର୍ଷର ଅଭୀଷ୍ଟ ପୂରଣ ହୋଇଲା...

Read more
ପକ୍ଷୀଘର।

ପକ୍ଷୀଘର।

September 19, 2026
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.