• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେ ମୁହଁ ଖୋଲି ନାହାଁନ୍ତି ଅବା ଦଳ ପକ୍ଷରୁ ମଧ୍ୟ କେହି କିଛି ସୂଚନା ଦେଇ ନାହାଁନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସସ୍ମିତ୍ ପାତ୍ରଙ୍କୁ ହଟାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ଯାହାକୁ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ନେଇଥିଲେ ଦଳର ଅନ୍ୟତମ ସାଂସଦ ମାନସ ମଙ୍ଗରାଜ। ସସ୍ମିତ୍ ପାତ୍ରଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବା ପାଇଁ ଗତ ସୋମବାର ଦିନ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା ବିଜେଡି ପକ୍ଷରୁ। ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଅଛନ୍ତି ବୋଲି ଜଣାଇ ଦଳର ୪ ଜଣ ସାଂସଦ ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଶୁଭାଷିଶ ଖୁଣ୍ଟିଆ ଦଳର ସଭାପତିଙ୍କୁ ଚିଠି ଲେଖିଥିଲେ। ଯେତେବେଳେ ସସ୍ମିତ୍ ପାତ୍ର ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଗଣମାଧ୍ୟମକୁ ଜଣାଉଥିଲେ, ଠିକ୍ ସେତିକିବେଳେ ତାଙ୍କ ବିରୋଧରେ ଦିଲ୍ଲୀରେ ଚାଲିଥିଲା ଦସ୍ତଖତ ଅଭିଯାନ। ଏହି ଅଭିଯାନକୁ ଆଗକୁ ବଢ଼ାଉଥିଲେ ତାଙ୍କର ସାଥି ସାଂସଦ ମାନସ ମଙ୍ଗରାଜ। ଏହି ଘଟଣା ଜାଣିବା ପରେ ହତବାକ୍ ହୋଇଯାଇଥିଲେ ସାଂସଦ ସସ୍ମିତ୍ ପାତ୍ର। ଦଳର ଷଡ଼ଯନ୍ତ୍ର ବାବଦରେ ନିଶ୍ଚିତ ହେଲା ପରେ ସସ୍ମିତ୍ ନିଜ ଆଡୁ ସଂସଦୀୟ ଦଳର ନେତା ପଦ ଛାଡ଼ିଥିବା କୁହାଯାଉଛି।

ଏଠାରେ ସୂଚନାଯୋଗ୍ୟ, ୨୦୨୨ ମସିହାରୁ ସସ୍ମିତ୍ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ରହିଥିଲେ । ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟିର ଥିଲା। ବିଜେଡି ପକ୍ଷରୁ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗରେ ସେ ଯୁକ୍ତି ଉପସ୍ଥାପନ କରିବା ସହ ରାଜ୍ୟସଭାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ତେବେ ପ୍ରଥମ ଥର ପାଇଁ ୱାକଫ ବିଲ୍ ପ୍ରସଙ୍ଗରେ ତାଙ୍କର ଭୂମିକା ନେଇ ଦଳର କିଛି ସାଂସଦ ଆଙ୍ଗୁଳି ଉଠାଇଥିଲେ। ସେତେବେଳେ ବିଲ୍ ବିରୋଧରେ ବିଜେଡି ଭୋଟ ଦେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କ ବିବେକ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା। ଏଥିପାଇଁ ସସ୍ମିତ୍ ପାତ୍ରଙ୍କ ଉପରେ ବର୍ଷିଥିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷ ସାମନ୍ତରାୟ ଏହି ଭୋଟଦାନରୁ ବିରତ ରହିଥିଲା ବେଳେ କେବଳ ମୁନ୍ନା ଖାଁ ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ ଓ ଅନ୍ୟମାନେ ବିଲ୍ ସପକ୍ଷରେ ଯାଇଥିଲେ। ତେବେ ପରେ ଜଣା ପଡ଼ିଥିଲା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହିଁ ସବୁକିଛି ହୋଇଥିଲା। ତା’ପରଠାରୁ ସସ୍ମିତ୍ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିବା ବେଳେ ପୁଣି ତାଙ୍କୁ ହଟାଇବା ପାଇଁ ଆରମ୍ଭ ହୋଇଥିଲା ଏକ ବିରାଟ ଷଡ଼ଯନ୍ତ୍ର। ବିଜେଡିରୁ ସଂତୃପ୍ତ ମିଶ୍ର ରାଜ୍ୟସଭାକୁ ନିର୍ବାଚିତ ହେବାପରେ ସସ୍ମିତ୍ ପାତ୍ରଙ୍କ ସ୍ଥାନରେ ତାଙ୍କୁ ସଂସଦୀୟ ଦଳର ନେତା କରିବା ପାଇଁ ଗୋଟିଚାଳନା ଆରମ୍ଭ କରିଥିଲେ ପାଣ୍ଡିଆନ। ଏପରିକି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ମାନସ ମଙ୍ଗରାଜ ଏହି କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ଅନ୍ୟ ସାଂସଦ ମାନଙ୍କୁ ବୁଝାଇଥିବା ଶୁଣିବାକୁ ମିଳୁଛି।

ତେବେ ଯାହାବି ହେଉ ପାଣ୍ଡିଆନ ନିଜ ପ୍ଲାନ୍ ରେ ସଫଳ ହେବା ସହ ପୁଣି ବିଜେଡିରେ ସେ ସର୍ବେସର୍ବା ଓ ତାଙ୍କର ପୁରୁଣା ସହଯୋଗୀ ମାନେ ଏବେବି ଶକ୍ତିଶାଳୀ ଅଛନ୍ତି ବୋଲି ତାଙ୍କୁ ବିରୋଧ କରୁଥିବା ଦଳର ନେତାମାନଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ଉଠୁଛି ସସ୍ମିତ୍ ପାତ୍ର ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେବା ପରେ ଚୁପ୍ ହୋଇ ବସିବେ କି ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.