• About
  • Contact
Saturday, April 11, 2026
Saturday, April 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୧ ଏପ୍ରିଲ, ୨୦୨୬

ଗାଆଁର ବିକାଶ, କରୁଛି ହତାଶ
ଦେଉଛି ମନକୁ ପୀଡ଼ା,
ଭୟର ସନ୍ଦେଶ, ଦୁଃଖ କରେ ବାସ
କରଇ ଜୀବନ୍ତ ମଢ଼ା (୧)
କପାଳ ଫାଟିଛି, ମାଟି କାନ୍ଦୁ ଅଛି
ଦେଖି, ନବ ଆଧୁନିକ
ନିଶାର ଜହର, ତାହାର ଆଦର
ଛଡ଼ାଇଛି ଶାନ୍ତି, ସୁଖ (୨)
ଭାଗବତ ଟୁଙ୍ଗି, ପୂରାଣ ଶାସ୍ତ୍ରଟି
ଅରୁଚି, ଅପ୍ରିୟ ହେଲା,
ପର ବାଛକୁଟ, କପଟ, ଲମ୍ପଟ
ମୁଣ୍ଡ ଟେକି, କରେ ପାଲା (୩)
ପ୍ରତି ଘରେ ଘରେ, ବନ୍ଧୁ, ବାନ୍ଧବରେ
ନାହିଁ ଆତ୍ମିୟତା ଆଉ,
ସ୍ୱାର୍ଥର ମଣିଷ, ସ୍ଵାର୍ଥେ ହୋଇ ବଶ
କରନ୍ତି ନାଟକ ବହୁ (୪)
ଅତୀତ ଗୌରବ, ସ୍ନେହ ଶ୍ରଦ୍ଧା ଭାବ
ଆସ୍ତେ ଆସ୍ତେ ଅସ୍ତମିତ
ପର ଶ୍ରୀ କାତର, ବୃଥା ଅହଂକାର
ଖେଳୁଅଛି ଦିବା ରାତ୍ର (୫)
ବୋତଲର ଗଦା, ହେଉ ଅଛି ସଦା
କୋରି ଖାଏ ଛାତି, ମତି
ହୁଏ ଅଧୋ ଗତି, ସଂସ୍କାର, ସଂସ୍କୃତି
ବହୁ ଦୂରେ ଭୟ, ଭକ୍ତି (୬)
କିଏ ବା ଗଂଜେଇ, ଅଫିମକୁ ନେଇ
ବାତୁଳ ପରାଏ ହୁଏ,
କରନ୍ତି ଚିତ୍କାର, ରଣର ହୁଙ୍କାର
ଅନାୟାସେ, ଛାଡ଼ୁ ଥାଏ (୭)
ଘରର ଶାନ୍ତିଟି, ହେଲା ଭଗ୍ନ କୋଠି
ଆଶଙ୍କାରେ କାଳ, ବେଳ
ଗୁରୁ, ଗୁରୁଜନ, ବିଷର୍ଣ୍ଣ ବଦନ
ଭୟ ବହେ, ଯମ ଝାଳ (୮)
ପିତୃ, ପିତାମହ, କରିବା ସଞ୍ଚୟ
ଜମି, ବାଡ଼ି, ଘର, ଦ୍ୱାର
କିଏ ସେ ବିକିଲା, ବନ୍ଧକକୁ ଦେଲା
ନିଶାପାଇଁ, ନାରଖାର (୯)
ମାଆ କାନ୍ଦୁ ଅଛି, ମନେ ଝୁରୁ ଅଛି
ଚାଲି ଗଲା, ଭେଣ୍ଡା ପୁଅ,
ମାଇପ କାନ୍ଦୁଛି, ମନ ପକାଉଛି
ନଛାଡ଼ି ସଂସାର ମୋହ (୧୦)
କୁନି କୁନି ପିଲା, ଅନାଥ ହୋଇଲା
ବାପ ଯେବେ ହେଲା ମଢ଼ା,
ବାପ ଛେଉଁଣ୍ଡଙ୍କ, ସମସ୍ୟାର ଦୁଃଖ
ଦାଣ୍ଡରେ, ବାଟରେ ଗଡ଼ା (୧୧)
ସଭ୍ୟତା ନାମରେ, ଭୋଜି ଭାତ ଟିରେ
ହେଲେ ଜାନି, ଯାତ, ପର୍ବ
ନିଶାର ଭୁଇଂରେ, ହୁଏ ମଞ୍ଜି ପୋତା
ଆସ୍ତେ ଆସ୍ତେ, ମହା ଦ୍ରୁମ (୧୨)
ମାହାଳିଆ ଖଟି, ଚିପିଦିଏ ତଣ୍ଟି
କରୁଛି ଅଣ, ନିଶ୍ୱାସୀ
ସାରି ମାନ, ଶିରୀ, ଦାଣ୍ଡର ଭିକାରୀ
କରି ଦିନେ, ଥୋଇ ଦିଏ (୧୩)
ଗାଆଁ ହତା ଡିଏଁ, କଚେରୀକୁ ଯାଏ
ଯାଉଛି ଫାଣ୍ଡିର ଦ୍ୱାର
ବିବାଦ ଓ ବାଦ, ଆଣଇ ପ୍ରମାଦ
ରାଗ, ପଉରଷ ବୀର (୧୪)
ପ୍ରତିଟିର ମୂଳ, ରାଜନୀତି ଖେଳ
ଲଗାଜୁଟା ମନ୍ଦ ବୁଦ୍ଧି
ଏକତାଟି ଖଣ୍ଡ, ସବୁ ଲଣ୍ଡ ଭଣ୍ଡ
ପର ବୁଦ୍ଧି ଟିରେ ବାନ୍ଧି (୧୫)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

A Dying Ember
Literature

A Dying Ember

by Sudipta Mishra
April 4, 2026

Sudipta Mishra, Puri, 4 April 2026 Alone I sit in the corner of my shattered shelter. Deep within my heart...

Read more
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
କବିତା ଓ ଆମେ

କବିତା ଓ ଆମେ

March 22, 2026
ଏପାଖ ସେପାଖ

ଏପାଖ ସେପାଖ

March 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.