ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ଅପ୍ରେଲ ୨୦୨୬
ତୁମେ ଓଡ଼ିଆ ର ଆରାଧ୍ୟ ପ୍ରଭୁହେ
ତୁମେ ଓଡ଼ିଆ ର କର୍ମ ଧର୍ମ
ତୁମେ ଓଡ଼ିଆ ର ଦିନଲିପି ପ୍ରଭୁ
ତୁମେ ଓଡ଼ିଆର ଦେହ ମର୍ମ।
ତୁମେ ଓଡ଼ିଆ ର ମେଳେ ରହିବାକୁ
ବାଛି ଅଛ ଆମ ଓଡିଶା ଭୂଇଁ
ତୁମେହିଁ ଆମର ପରିଚୟ ପ୍ରଭୁ
ବିଶ୍ୱ ଜନ ଏଥେ ଧାଇଁ ଆସଇ।
ତୁମେ ଓଡ଼ିଆ ର ସବୁ କର୍ମ ସାକ୍ଷୀ
ତୁମେ ପ୍ରଭୁ ଓଡ଼ିଆ ର ପ୍ରାଣ
ତୁମର କିପରି ହେବ ଦିନ ଚର୍ଯ୍ୟା
ନିଜ ପରି ତାହା ରଖଇ ଧ୍ୟାନ।
ତୁମେ କର ବାରମାସେ ତେର ଯାତ୍ରା
ଓଡ଼ିଆ ସଂସ୍କୃତି ପ୍ରକାଶ ପାଇଁ
ତୁମର ଭୋଜନ ସୁସ୍ୱାଦୁ ଅବଢ଼ା
ତା ସ୍ୱାଦ ନିଆରା ବିଶ୍ୱରେ ନାହିଁ।
ତୁମେ ଖଞ୍ଜି ଅଛ ଓଡ଼ିଆ ଜୀବନେ
ପରବ ପର୍ବାଣୀ ଯାନୀ ଯାତ୍ରା
ବିଷୁବ ସଂକ୍ରାନ୍ତି ନୂଆ ବର୍ଷ ଆଦ୍ୟ
ଗାଏ ଓଡ଼ିଆ ର ଗାରୀମା ଗାଥା।






