• About
  • Contact
Friday, June 12, 2026
Friday, June 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୭ ଏପ୍ରିଲ, ୨୦୨୬

ଗତ ଏପ୍ରିଲ୍ ୧୫ ତାରିଖରେ ଅପହୃତ ହୋଇଥିଲେ ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର । ଅପହରଣକାରୀ ତାଙ୍କୁ ମୁଣ୍ଡଜାମିନ୍ ରଖି ୨କୋଟି ଟଙ୍କା ଦାବୀ କରି ତାଙ୍କ ପତ୍ନୀଙ୍କୁ ହ୍ୱାଟସ୍ ଆପ୍ ଜରିଆରେ କଲ୍ କରିଥିଲେ । ସୁଧୀରଙ୍କ ମୁଣ୍ଡ ଉପରେ ବନ୍ଧୁକ ଲାଗିଥିବାର ଏବଂ କିଛି ଯୁବକ ତାଙ୍କୁ ତଳେ ପକାଇ ପାଦରେ ଦଳୁଥିବାର ଏକ ଭିଡିଓ ବି ପଠାଇଥିଲେ ଅପହୃତଙ୍କ ପରିବାର ନିକଟକୁ । ଅପହର୍ତ୍ତାଙ୍କ ଠାରୁ ନିଜ ସ୍ୱାମୀଙ୍କ କରୁଣ ଅବସ୍ଥାର ଭିଡିଓ ପାଇବା କ୍ଷଣି ସେହି ରାତିରେ ପୁଲିସରେ ଅଭିଯୋଗ କରିଥିଲେ ସୁଧୀରଙ୍କ ପତ୍ନୀ ଆଉ ନେହୁରା ହୋଇଥିଲେ ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ। ମାତ୍ର ସୁଧୀର ଆଉ ଜୀବନ୍ତ ଭାବେ ଫେରିପାରିଲେନି ନିଜର ପରିବାର ପାଖକୁ । ଅପହରଣ ହେବାର ସପ୍ତାହେ ପରେ ଅର୍ଥାତ ୨୨ ତାରିଖ ରାତିରେ ସୁଧୀରଙ୍କ ଶବ ମିଳିଲା କନ୍ଧମାଳ ସୀମାନ୍ତ ସୋରଡ଼ା ଥାନା ଗୋଚ୍ଛା ଜଙ୍ଗଲ ରାସ୍ତାର ଏକ ପୋଲ ତଳୁ । ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ମୃତ ସ୍ୱାମୀଙ୍କୁ ଦେଖିବା ପରେ ପତ୍ନୀଙ୍କ ବୟାନ ଥିଲା ଏହିପରି ” ସ୍ୱାମୀଙ୍କୁ ଜୀବନ୍ତ ଫେରାଇବାର ଅନୁରୋଧ ପୋଲିସକୁ କରିବା ପରେ ମିଳିଲା ମୃତଦେହ”…!

ଏହା ହେଉଛି ଆମ ରାଜ୍ୟର ଆଇନ ଶୃଙ୍ଖଳା ଏବଂ ପୋଲିସ ବ୍ୟବସ୍ଥାର ବାସ୍ତବ ଚିତ୍ର । ସୁଧୀର ପାତ୍ରଙ୍କୁ ଅପହରଣକାରୀମାନେ ଦେଉଥିବା ଯନ୍ତ୍ରଣାର ଭିଡିଓ ଯିଏ ଦେଖୁଛି ସିଏ ଭୟରେ ଥରୁଛି । ୧୧ଟି ପୁଲିସ ଟିମ୍ ତାଙ୍କୁ ବଞ୍ଚାଇ ନ ପାରିବା ସମସ୍ତଙ୍କୁ ଆହୁରି ବିବ୍ରତ ବି କରୁଛି । ସତେ ଯେମିତି ଅପରାଧ ଘଟାଇଥିବା ଅଭିଯୁକ୍ତଙ୍କର ପୋଲିସ ବ୍ୟବସ୍ଥାକୁ ଭୟ ନାହିଁ କି ଅପରାଧୀଙ୍କୁ ଧରିବାରେ ପୋଲିସ ବିଭାଗର ଆଗ୍ରହ ନାହିଁ । ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଛି ଆମ ବ୍ୟବସ୍ଥା ଅପରାଧୀଙ୍କ ଆଗରେ,ଏହା ଯେ କେହି ମଧ୍ୟ ସ୍ୱୀକାର କରିବ।

ଆମେ ଏଠି ପୁଲିସର ପାରିବା ପଣିଆକୁ ପ୍ରଶ୍ନ କରୁନୁ । ମାତ୍ର ବ୍ୟବସ୍ଥା ଠିକ୍ ନ ଥିବାରୁ ବଢ଼ି ଚାଲିଛି ଅଘଟଣ ଓ ଅପରାଧ । ବ୍ରହ୍ମପୁର ଏସପି ଥିବା ଡ. ଶର୍ବଣା ବିବେକ ଏମ୍ ଜଣେ ଦକ୍ଷ ଅଫିସର । ତାଙ୍କର କାର୍ଯ୍ୟ ପାଇଁ ସେ ଭାରି ଲୋକପ୍ରିୟ ମଧ୍ୟ। ଅପରାଧୀମାନେ ତାଙ୍କୁ ଯେତିକି ଭୟ କରନ୍ତି, ସାଧାରଣ ଜନତା ସେତିକି ସମ୍ମାନ ଦିଅନ୍ତି । ତେବେ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ଘଟଣା ବେଳେ ସେ କିନ୍ତୁ ଡ୍ୟୁଟିରେ ଏଠି ନାହାନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିରେ ଯାଇଛନ୍ତି । ଆଜି ସେ ବ୍ରହ୍ମପୁରରେ ଥିଲେ ହୁଏତ ସୁଧୀର ପାତ୍ରଙ୍କର ଏଭଳି ଅବସ୍ଥା ହୋଇ ନଥାନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତେବେ ଏଠି ବ୍ୟବସ୍ଥାଗତ ତ୍ରୁଟି ଏବଂ ପରିଚାଳନାଗତ ବିଭ୍ରାଟର ପରିଣାମ ହେଉଛି ଏହି ଅପହରଣ ଓ ହତ୍ୟା ଘଟଣା।

ମାସେ ହେଲା ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିରେ ଶର୍ବଣାଙ୍କୁ ପଠାଇ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ଉପରେ ଅତିରିକ୍ତ ବୋଝ ଲଦିଛନ୍ତି ରାଜ୍ୟ ସରକାର । ମାତ୍ର ଗଞ୍ଜାମ ଭଳି ଅତ୍ୟନ୍ତ ଅପରାଧ ପ୍ରବଣ ଜିଲ୍ଲାରେ ଏସପି ଥାଇ ସେ ବ୍ରହ୍ମପୁର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । କେବଳ ଏଇ ଗୋଟିଏ ଅତିରିକ୍ତ ଜିଲ୍ଲା ଦାୟିତ୍ୱରେ ଯେ,ସେ ଅଛନ୍ତି ତାହା ନୁହେଁ । ଶୁଭେନ୍ଦୁଙ୍କୁ ଗଜପତି ଏସପି ଦାୟିତ୍ୱ ମଧ୍ୟ ଦିଆଯାଇଛି। କାରଣ, ଗଜପତିରେ ଏବେ ସ୍ଥାୟୀ ଏସପି କେହି ନାହାନ୍ତି । ଯତୀନ୍ଦ୍ର କୁମାର ପଣ୍ଡା ଅବସର ନେବା ପରେ ସରକାର ସେଠାରେ ଜଣେ ଏସପିଙ୍କୁ ନିଯୁକ୍ତି ଦେଇପାରିନାହାନ୍ତି । ମାସାଧିକ କାଳ ଗଜପତି ଜିଲ୍ଲା ଏସପି ଶୂନ୍ୟ ହୋଇ ରହିଛି । କହିବା ବାହୁଲ୍ୟ ଯେ, ଏହି ତିନୋଟି ଯାକ ଜିଲ୍ଲା ହେଉଛି ଅପରାଧପ୍ରବଣ ।

ଆଇନଶୃଙ୍ଖଳା ରକ୍ଷାରେ ସରକାର କାହିଁକି ବିଫଳ ତାହାର ଆଉ ଏକ ଉଦାହରଣ ହେଉଛି, ଗତ ୪ ମାସ ତଳେ ସଂଖ୍ୟାଧିକ ଡିଏସପି ପାହ୍ୟାର ଅଧିକାରୀମାନଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲା । ମାତ୍ର ଏ ପର୍ଯ୍ୟନ୍ତ ସରକାର ସେମାନଙ୍କୁ ନିଯୁକ୍ତି ଦେଇପାରୁନାହାନ୍ତି । କେବଳ ସେତିକି ନୁହେଁ, ବର୍ତ୍ତମାନର ପୋଲିସ ଡିଜିଙ୍କ ଲମ୍ବା ବିଫଳତାର ଫର୍ଦ୍ଦ, ପୂର୍ବ ସରକାରର ଜଣେ ଗେହ୍ଲା ପୁଅ ପାଲଟି ଥିବା ଅଫିସରଙ୍କୁ ବର୍ତ୍ତମାନର ସରକାର ମଧ୍ୟ ଗୃହ ବିଭାଗ ସହ ଏକାଧିକ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦେବା ଘଟଣା, ତା ସାଙ୍ଗକୁ ଜଣେ ଅବସରପ୍ରାପ୍ତ ଡିଜିଙ୍କୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପରାମର୍ଶଦାତା ଦାୟିତ୍ୱ ଦେବା ପରେ ବି ଅପରାଧ ନିୟନ୍ତ୍ରଣ ହୋଇପାରୁନାହିଁ କିମ୍ବା ଅପରାଧୀଙ୍କ ଉପରେ ଲଗାମ ଲାଗି ପାରିନଥିବାରୁ ମୋହନ ସରକାର ଅକଳରେ ପଡ଼ିଥିବା କଥା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି ।

ଏହାର କାରଣ ଯାହା ବି ହେଉ ନା କାହିଁକି, ପୁଲିସ ବ୍ୟବସ୍ଥା ଏକଦମ୍ ଢ଼ିଲା ହୋଇଯାଇଛି । ସେଥିପାଇଁ ଦିନ ଦ୍ୱିପ୍ରହରରେ ହତ୍ୟା, ଅପହରଣ, ଦୁଷ୍କର୍ମ, ଚୋରି, ଡକାୟତି ଘଟଣା ଘଟି ଚାଲିଛି । ଲଘୁ ଖଣିଜ ପଦାର୍ଥର ବ୍ୟାପକ ଚୋରା ଚାଲାଣ ଅପରାଧର ମାତ୍ରାକୁ ଆହୁରି ବଢ଼ାଇ ଦେଇଛି । ପୋଲିସ ଓ ପ୍ରଶାସନଠାରୁ ଅପରାଧୀଙ୍କର ଡର ଭୟ ଛାଡ଼ି ଯାଇଛି। ଅପରାଧୀମାନେ ପୋଲିସକୁ ଡରିବା ପରିବର୍ତ୍ତେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଧିକାରୀମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଖୋଦ୍ ରାଜଧାନୀର କଥା ମଧ୍ୟ ନକହିବା ଭଲ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଇନଶୃଙ୍ଖଳା ଠିକ୍ ଅଛି କହି ଲମ୍ବା ଭାଷଣ ମାରୁଥିଲା ବେଳେ ପ୍ରତିଦିନ ଘଟୁଥିବା ଅପରାଧ ଘଟଣା ମାନ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଭରିଦେଲାଣି । ୨୪ ବର୍ଷର ବିଜେଡି ଶାସନକାଳରେ ଏୟା ହେଉଥିଲା, ସେୟା ହେଉଥିଲା କହି ଡବଲ୍ ଇଞ୍ଜିନ ସରକାର ଆଉ କେତେଦିନ ଏମିତି ଚାଲିବ ବୋଲି ସାଧାରଣ ଲୋକଏବେ ପ୍ରଶ୍ନ କରିବା ଆରମ୍ଭ କଲେଣି ।

ତେବେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ବାସ୍ତବ ଚିତ୍ର ସାମ୍ନାକୁ ଆଣିଥିବା ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାର ଉତ୍ତରଦାୟିତ୍ୱ ନେବ କିଏ ? ଗୃହ ବିଭାଗର ଦାୟିତ୍ୱ ସମ୍ଭାଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ବିଭାଗର ସଚିବ ହେମନ୍ତ ଶର୍ମା, ପୋଲିସ ଡିଜି ୱାଇ ବି ଖୁରାନିଆ ନା ପୋଲିସ ବିଭାଗକୁ ଦିଗଦର୍ଶନ ଦେବାକୁ ନିଯୁକ୍ତ ହୋଇଥିବା ସରକାରଙ୍କ ପରାମର୍ଶ ଦାତା ତଥା ଅବସରପ୍ରାପ୍ତ ଡିଜି ପ୍ରକାଶ ମିଶ୍ର ?

Nirvik Bureau

Nirvik Bureau

Related Posts

ଗେରୁଆ ମଠର ହାଲଚାଲ…
Politics

ଗେରୁଆ ମଠର ହାଲଚାଲ…

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ଦୁଇ ବର୍ଷ ହୋଇଗଲା। ଏହି ଦୁଇ ବର୍ଷ ଭିତରେ ଯଦି ବିଜେପିର ଆଭ୍ୟନ୍ତରୀଣ...

Read more
ହେ ସନ୍ୟାସୀ ତୁମେ ଫେରିଆସ …

ହେ ସନ୍ୟାସୀ ତୁମେ ଫେରିଆସ …

May 20, 2026
ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

May 13, 2026
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.