• About
  • Contact
Sunday, May 10, 2026
Sunday, May 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫

ମାଆର ମୂଲ ଅମୂଲ ମୂଲ
ତା’ ମୂଲ କିଏ ଦେବ।
ମାଆର ଗେଲ ଅମୃତ ତୁଲ
ତା’ ସମ କିଏ ହେବ।।
ମାଆର କୋଳ କେତେଯେ’ ଭଲ
ତା’ ଠାରୁ କିଛି ନାହିଁ।
ମାଆର ଗାଳି ଦିଏ ମୁଁ ଟାଳି
ମଣିଷ ହେବା ପାଇଁ।।
ମାଆ ଖୁଆଏ ମାଆ ଶୁଆଏ
ମାଆ ବୁଝେ ମୋ ଦୁଃଖ।
ମାଆ ମୋହର ପୁଅ ମୁଁ ତା’ର
ତା ପାଇଁ ଲଭେ ସୁଖ।।
ମାଆର ବିନା ଏଇ ଦୁନିଆ
ଲାଗେ ତ ମତେ ପିତା।
ମାଆ ଆଶିଷ ଥିଲେ ମଥାରେ
ହେବି ଜଗତଜିତା।।
ମାଆ ବିନା କେ ବୁଝିବ ଆଉ
ପୁଅର ମନ କଥା।
ମାଆ ସବୁରି ଆଖିରେ ବଡ଼
ତା’ ଚରଣେ ମୋ ମଥା।।
ମାଆ ଆଶିଷ ଯେଉଁ ପୁଅର
ଶିରରେ ଥିବ ପଡି।
ସେ ପୁଅ ଦିନେ ରଖିବ ନାଆଁ
ଯଶ ପହାଚେ ଚଢି।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

କ୍ଷମତା, ମମତା
Literature

କ୍ଷମତା, ମମତା

by ଜୟ କୁମାର ମିଶ୍ର
May 9, 2026

ଜୟ କୁମାର ମିଶ୍ର, ଗଜପତି, ୯ ମଇ ୨୦୨୬ ମଣିଷ ସ୍ୱଭାବ, ତାର ହାବ ଭାବ ବିଚିତ୍ର ବିଚିତ୍ର ଲାଗେ ମତ, ପଥ, ଯାତ, ବଚନର ସ୍ରୋତ...

Read more
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
What You Call Right

What You Call Right

April 18, 2026
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.