• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ମଇ ୨୦୨୬

ମଇ ମାସ ୭ ତାରିଖର ଘଟଣା। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଗଲା ଏକ ବୀଭତ୍ସ କାଣ୍ଡ। ଜଣେ ଜିଆରପି କନେଷ୍ଟବଳ ସୌମ୍ୟରଂଜନଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକମାନେ। ଯେଉଁଭଳି ଭାବେ କିଛି ଅସାମାଜିକ ତତ୍ତ୍ୱ ଏହି ଘଟଣା ଘଟାଇଲେ ଓ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଏହି ଘଟଣା କେବଳ ଓଡିଶା ଭିତରେ ସୀମିତ ହୋଇ ରହିନାହିଁ ବରଂ ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମରେ ଏହି ଭିଡ଼ ହିଂସାକୁ ନେଇ ଚର୍ଚ୍ଚା ହେବା ସହ ଓଡିଶାକୁ ଉତ୍ତରପ୍ରଦେଶ ଓ ବିହାର ସହ ତୁଳନା କରାଗଲାଣି।

ତେବେ ଏଭଳି ଏକ ଘଟଣା ପଛର ପ୍ରକୃତ ରହସ୍ୟ କ’ଣ? କେବଳ ଦୁଇଜଣ ଯୁବତୀଙ୍କ ସହ ଖରାପ ବ୍ୟବହାର କରିବା ଯୋଗୁ ଅଭିଯୁକ୍ତ ଯୁବକ ସୌମ୍ୟରଞ୍ଜନକୁ ଲୋକମାନେ ପିଟିପିଟି ମାରିଦେଲେ ନା ଅନ୍ୟ କିଛି କାରଣ ରହିଛି। ତାହା ଏବେବି ସନ୍ଦେହ ମଧ୍ୟରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଘଟଣା ଘଟିବା ବେଳେ ସ୍ଥାନୀୟ ପୋଲିସର ଭୂମିକା କ’ଣ ଥିଲା ? ବାଲିଅନ୍ତା ଥାନା ନିକଟରେ ଏହି ଘଟଣା ଘଟିଥିଲେ ମଧ୍ୟ ଥାନାର କର୍ମଚାରୀ ସର୍ବୋପରି ଆଇଆଇସି କେଉଁଠିଥିଲେ? ଘଟଣାସ୍ଥଳକୁ ଯାଇଥିବା ପୋଲିସ କାହିଁକି ମୃତ ଯୁବକଙ୍କୁ ବଞ୍ଚାଇ ପାରିଲେ ନାହିଁ ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଘଟଣା ସ୍ଥଳକୁ ଯାଇଥିବା ପିସିଆର ଭ୍ୟାନରେ କୌଣସି ବଡ଼ ପୋଲିସ ଅଧିକାରୀ ଯାଇ ନଥିଲେ। କିଛି କନେଷ୍ଟବଳ ଓ ହୋମଗାର୍ଡ଼ ଘଟଣା ସ୍ଥଳକୁ ଖବର ପାଇ ଯାଇ ପହଞ୍ଚିଥିଲେ। ଏପରିକି ବାଲିଅନ୍ତା ଥାନାର ଆଇଆଇସି ମଧ୍ୟ ସେତେବେଳେ ଥାନାରେ ନଥିଲେ ବୋଲି ଶୁଣିବାକୁ ମିଳୁଛି। ଭୁବନେଶ୍ୱର ଡିସିପି ସମସ୍ତ ଥାନା ଅଧିକାରୀଙ୍କ ସହ ଏକ ବୈଠକ କରୁଥିଲେ, ଯେଉଁଥିରେ ବାଲିଅନ୍ତା ଥାନା ଅଧିକାରୀ ଉପସ୍ଥିତ ଥିଲେ। ସେ ଖବର ପାଇ ଗଲାବେଳକୁ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା କାରଣ ଯୁବକ ଜଣଙ୍କ ଉପସ୍ଥିତ ଲୋକଙ୍କ ଦ୍ୱାରା ମାଡ଼ ଖାଇ ମୃତ୍ୟୁବରଣ କରିସାରିଥିଲେ। ତେବେ ଭୁବନେଶ୍ୱର ଡିସିପି ଏହି ଘଟଣା ଜାଣିବା ପରେ ମଧ୍ୟ ତାଙ୍କର ବୈଠକ ଅପରାହ୍ନ ପର୍ଯ୍ୟନ୍ତ ଜାରି ରଖିଥିଲେ ଓ ନିଜେ ମଧ୍ୟ ଘଟଣା ସ୍ଥଳକୁ ଯାଇନଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଏତେ ମାତ୍ରାରେ ବଢ଼ିଗଲା ଯେ, ସ୍ଥାନୀୟ ଲୋକମାନେ ବାଲିଅନ୍ତା ଥାନା ଘେରାଉ କରି ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ପରେ ପରେ ଜାତୀୟ ସ୍ତରର ଗଣମାଧ୍ୟମରେ ଏହି ଭିଡ଼ ହିଂସାର ଭିଡିଓ ଆସିବା ପରେ ସରକାରଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ନିର୍ଦ୍ଦେଶ ପାଇବା ପରେ ପୋଲିସ ଡିଜି ଘଟଣା ସ୍ଥଳକୁ ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଖୋଦ ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ରେ ଟିକିଏ ବି ଦୁଃଖ ପ୍ରକାଶ କରିବାକୁ ସମୟ ପାଇଲେ ନାହିଁ। ବିଭିନ୍ନ ମହଲରୁ ସମାଲୋଚିତ ହେବାପରେ ଗତ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ୧୦ ତାରିଖ ଦିନ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଦୁଇଟି ରିଭ୍ୟୁ ମିଟିଂ ଡାକି ନିଜର ଔପଚାରିକତା ସାରିଦେଲେ। ପରେ ବିରୋଧୀଦଳ ଯେପରି ଏହାକୁ ଏକ ପ୍ରସଙ୍ଗ ନକରିବ ସେଥିପାଇଁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ନିଜ କାମ ସାରିଦେଲେ।

ଏହି ଘଟଣା ନେଇ କେବଳ ଜନସାଧାରଣଙ୍କ ମନର ଏକାଧିକ ପ୍ରଶ୍ନ ଉଠିଛି ତାହା ନୁହେଁ ବରଂ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ କୋହଳ ଆଭିମୁଖ୍ୟ, ଗୃହସଚିବ ଓ ପୋଲିସ ଡିଜିଙ୍କ ଅପାରଗତା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଖୋଦ ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନରଙ୍କ ଭୂମିଳା ନେଇ ମଧ୍ୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଭିଡ଼ ହିଂସା ଘଟଣାରେ ସରକାର ଦୁଇ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ହେଡ଼କ୍ବାଟର୍ସକୁ ବଦଳି କରି ସରକାର ତାଙ୍କ ଦାୟିତ୍ୱ ସାରିଦେଲେ ବୋଲି ଭାବିନେଲେ। ମାତ୍ର ବାଲିଅନ୍ତା ଥାନା ଅଧୀନରେ ଘଟିଥିବା ଏହି ଭିଡ଼ ହିଂସା ଘଟଣା ଏବେ ସାରା ଦେଶରେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଆଦୌ ଭଲ ନାହିଁ ବୋଲି ପ୍ରମାଣିତ କରିଛି। ଆଉ ଏତିକିବେଳେ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋସିଆଲ ମିଡ଼ିଆର ଏକ କବିତା ଲେଖି ନିଜର କ୍ଷୋଭ ପ୍ରକାଶ ଉଦ୍ୟମ କରିବା ମଧ୍ୟ ସରକାରଙ୍କ ଭାବମୂର୍ତ୍ତୀକୁ ଆହୁରି ମଳିନ କରିଛି। ଏହି ଘଟଣାରେ ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଢିଲା ପଣ ଶାସନର ବଡ଼ ନମୂନା ବୋଲି ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହେଉଛି।

ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ହିଂସାକାଣ୍ଡ ଓ ଅପରାଧିକ ଘଟଣାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳ କହୁଥିବା ବେଳେ ଜାତୀୟ ସ୍ତରରେ ରାଜ୍ୟ ସରକାର ବେଶ ନିନ୍ଦିତ ହୋଇଛନ୍ତି। ସମସ୍ତେ ଏହି ଘଟଣା ପାଇଁ ଗୃହ ବିଭାଗ ଓ ପୋଲିସ ବିଭାଗର ଅପାରଗତାକୁ ଦାୟୀ କରିବା ସହ ବର୍ତ୍ତମାନର ବ୍ୟବସ୍ଥାର ଏହା ଅଧୋଗତି ବୋଲି କହିବାକୁ ପଛାଉ ନାହାନ୍ତି।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.