• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ହେ ସନ୍ୟାସୀ ତୁମେ ଫେରିଆସ …

ହେ ସନ୍ୟାସୀ ତୁମେ ଫେରିଆସ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୦ ମଇ ୨୦୨୬

ବେଶ କିଛି ଦିନ ପରେ ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ରାଜନୀତି ପୁଣି ଏବେ ଚଳଚଞ୍ଚଳ ହେଲା ଭଳି ମନେ ହେଉଛି। ହଠାତ୍ ରାଜଧାନୀ ଉପକଣ୍ଠରେ କିଛି ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁ ପୋଷ୍ଟରରେ ସ୍ଥାନ ପାଇଛି ବିଜୁ ଜନତା ଦଳର ଅଘୋଷିତ ମୁଖିଆ ଭିକେ ପାଣ୍ଡିଆନଙ୍କ ବଡ଼ ଫଟୋ ସହ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟନାୟକଙ୍କ ଏକ ଛୋଟ ଫଟୋଟିଏ । ସେଥିରେ ଲେଖା ଅଛି “ଆପଣଙ୍କୁ ଫେରିବାକୁ ପଡ଼ିବ” । ନିବେଦକ – ଓଡ଼ିଶାର ଜନସାଧାରଣ।

କେବଳ ଏହି ପୋଷ୍ଟରଟି ଲାଗିଛି ବିଭିନ୍ନ ସ୍ଥାନରେ ତା ନୁହେଁ ବରଂ ଭିକେ ପାଣ୍ଡିଆନଙ୍କ ଗୁଣ ସଂକୀର୍ତ୍ତନ ଆରମ୍ଭ ହୋଇଛି କିଛି ଡିଜିଟାଲ ମିଡ଼ିଆ ଓ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ । ଏସବୁକୁ ନେଇ ଏବେ ଦଳ ଭିତରେ ଘଣ୍ଟା ଚକଟା ଆରମ୍ଭ ହୋଇଯାଇଛି। ଏ ପୋଷ୍ଟର ଲଗାଇଲା କିଏ ? କାହିଁକି ଏ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଛି ? ସୋସିଆଲ ମିଡ଼ିଆରେ ପାଣ୍ଡିଆନଙ୍କ ଗୁଣ କୀର୍ତ୍ତନ କରୁଥିବା ଏ ଭକ୍ତ ମାନେ କିଏ ? କାହା ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ପାଇଁ ଏତେ ସବୁ କାମ ହେଉଛି ? ସବୁଠାରୁ ଆଶ୍ଚର୍ଯ୍ୟର କଥାଟି ହେଉଛି – ଏହି ପୋଷ୍ଟରର ନିମ୍ନ ଭାଗରେ ଲେଖାଯାଇଥିବା “ଓଡ଼ିଶାର ଜନସାଧାରଣ” , ସତରେ କ’ଣ ଲୋକମାନେ ନିବେଦନ କରୁଛନ୍ତି ପାଣ୍ଡିଆନଙ୍କୁ ପୁଣି ସକ୍ରିୟ ରାଜନୀତିକୁ ଫେରିଆସିବା ପାଇଁ ?

ତେବେ ଏହି ପୋଷ୍ଟର ଭାଇରାଲ ହେବା ଓ ସୋସିଆଲ ମିଡ଼ିଆରେ ପାଣ୍ଡିଆନଙ୍କ ଗୁଣକୁ ଝୁରି ହେବା ଘଟଣା ଏବେ ବିଜେଡି ଭିତରେ ସନ୍ଦେହକୁ ଆହୁରି ବଢାଇ ଦେଇଛି। କାରଣ ବିଜେଡିର ବରିଷ୍ଠ ନେତାଙ୍କ କହିବା କଥା ଏଭଳି କାମ ବିଜେଡିର ଭଲ ଚାହୁଁଥିବା କୌଣସି ନେତା ଅବା କର୍ମୀ କେବେ କରି ନଥିବେ, ବରଂ ବିଜେଡିରେ ସକ୍ରିୟ ଥିବା କିଛି ପାଣ୍ଡିଆନଙ୍କ ଭକ୍ତ ହିଁ ନିଶ୍ଚିତ ଭାବେ କରିଥିବେ ।

ତେବେ ଏହି ଘଟଣା ବାବଦରେ ବୁଝିବାରୁ ଯାହା ଜଣାପଡ଼ିଲା ବିଜେଡିର କୌଣସି ବରିଷ୍ଠ ନେତା, ବିଧାୟକ ଓ ସାଂସଦ କେହି ଜଣେ ମଧ୍ୟ ପାଣ୍ଡିଆନଙ୍କ ଫେରିବା ନେଇ କୌଣସି ବାର୍ତ୍ତା ଦେଇ ନାହାଁନ୍ତି ଓ ଅନେକ ମଧ୍ୟ ପାଣ୍ଡିଆନ ପୁଣି ଫେରନ୍ତୁ ବୋଲି ଆଦୌ ଚାହାଁନ୍ତି ନାହିଁ। ମାତ୍ର ପାଣ୍ଡିଆନଙ୍କ ଭକ୍ତ ଭାବେ ବେଶ୍ ଜଣାଶୁଣା ୨ଜଣ ରାଜ୍ୟସଭା ସାଂସଦ ଓ ଗତ ବିଧାନସଭା ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିବା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଗୋଟିଏ ବିଧାନସଭା କ୍ଷେତ୍ରର ଜଣେ ନେତାଙ୍କ ପ୍ରରୋଚନାରେ ଏଭଳି ପୋଷ୍ଟର ଲାଗିଛି ବୋଲି ବିଜେଡିର କିଛି ବରିଷ୍ଠ ନେତା କହିଛନ୍ତି ।

ତେବେ କିଏ ଏହି ୨ଜଣ ରାଜ୍ୟସଭା ସାଂସଦ ଓ ପୂର୍ବତନ ମନ୍ତ୍ରୀ ତଥା ଗତ ନିର୍ବାଚନରେ ଟିକେଟ ପାଇନଥିବା ନେତା ? ସେମାନେ ପାଣ୍ଡିଆନଙ୍କୁ ଫେରିବା ପାଇଁ ଅନୁରୋଧ କରିବା ପଛର ଅସଲ ରହସ୍ୟ କ’ଣ ?

ଆଉ ଯାହା ଶୁଣିବାକୁ ମିଳୁଛି ବିଜେଡିର ଅନ୍ଦର ମହଲରୁ, ତାହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି। କାଳେ ବିଜେଡିର ଅଘୋଷିତ ମୁଖ୍ୟ ଏବେ ଆଉ ସନ୍ୟାସୀ ହୋଇ ରହିବାକୁ ଚାହୁଁ ନାହାଁନ୍ତି । ସମୟ ଧୀରେ ଧୀରେ ଗଡ଼ିଯାଉଛି। ହାତରୁ ମଉକା ମଧ୍ୟ ଖସିବାକୁ ବସିଲାଣି। ନିଜ ପତ୍ନୀଙ୍କୁ ରାଜ୍ୟସଭାକୁ ପଠାଇ ପାରିଲେ ନାହିଁ, ନିଜର ଫେରିବା ବାଟ ଆଗକୁ ଯଦି ଆହୁରି କଷ୍ଟକର ହେବ, ତା ହେଲେ ବିଜେଡିର ବିପୁଳ ପାଣ୍ଠିକୁ ଆଉ କିଏ ହଡ଼ପ କରି ନେବନି ତ ? ଏହି ଭୟ ଏବେ ଘାରିଛି ଆତ୍ମଘୋଷିତ ସନ୍ୟାସୀ ପାଣ୍ଡିଆନଙ୍କୁ ବୋଲି ଶୁଣିବାକୁ ମିଳୁଛି। ତେଣୁ ନିଜର ବିଶ୍ବସ୍ତ ଦୁଇ ସାଂସଦ ଓ ପୂର୍ବତନ ମନ୍ତ୍ରୀଙ୍କ ଦ୍ୱାରା ସୋସିଆଲ ମିଡ଼ିଆର କିଛି ଟ୍ରୋଲ ଆର୍ମି ଏବଂ ଅସାମାଜିକ ତତ୍ତ୍ୱଙ୍କ ମାଧ୍ୟମରେ ନିଜ ଗୁଣ କୀର୍ତ୍ତନ କରାଇବା ସହ ପୁଣି ବିଜେଡି ରାଜନୀତିରେ ସକ୍ରିୟ ହେବା ପାଇଁ ଏକ ସୁଯୋଗ ସୃଷ୍ଟି କରୁଛନ୍ତି।

ମାତ୍ର ସୋସିଆଲ ମିଡ଼ିଆରେ ଜଣାଶୁଣା କିଛି ଅସାମାଜିକ ତତ୍ତ୍ୱ ଓ ନିଜର ଟ୍ରୋଲ ଆର୍ମିଙ୍କ ମାଧ୍ୟମରେ ପ୍ରଚାର କରାଇ ପାଣ୍ଡିଆନ ପୁଣି ବିଜେଡିର ସକ୍ରିୟ ରାଜନୀତିକୁ ଫେରି ପାରିବେ ତ? ବିଜେଡି କ୍ଷମତାରୁ ଯିବାର ମୁଖ୍ୟ “ଖଳ ନାୟକ” ପାଣ୍ଡିଆନଙ୍କୁ ଦଳର ବରିଷ୍ଠ ନେତାମାନେ କ’ଣ ଆଉ ଏତେ ସହଜରେ ଗ୍ରହଣ କରିବେ? ବିଜେଡିର ଅଗଣିତ କର୍ମୀ କ’ଣ ଚାହିଁବେ ଯାହାଙ୍କ ପାଇଁ ବିଜେଡିର ସରକାର ଚାଲିଗଲା ଓ ନବୀନ ପଟ୍ଟନାୟକ କ୍ଷମତାରୁ ବିଦା ହୋଇଗଲେ, ତାଙ୍କୁ କ’ଣ ପୁଣି ଥରେ ଆଗକୁ ଆସିବାକୁ ସେମାନେ ସୁଯୋଗ ଦେବେ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.