• About
  • Contact
Tuesday, September 22, 2026
Tuesday, September 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ମଇ ୨୦୨୬

ସାଲେପୁର ସ୍ଥିତ କେଶବ ମଣ୍ଡପ ଠାରେ ଗତକାଲି ଶରତ କର ଓ ଅନିମା କର ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ସଦ୍ୟ ପ୍ରକାଶିତ ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭ ଲେଖକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏକ ଭବ୍ୟ ବର୍ଣ୍ଣାଢ଼୍ୟ ଉତ୍ସବରେ ଉଦ୍ ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜ ସେବୀ ତଥା ଭାରତ ସରକାରଙ୍କ ପ୍ରାକ୍ତନ ଆୟକର ବିଭାଗ କମିଶନର ଶ୍ରୀଯୁକ୍ତ ଶୋଭନ କର ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ଉତ୍ସବ ଉଦ୍ଘାଟନ ପରେ ଆମ ଓଡ଼ିଶା ରାଜ୍ୟ ସଙ୍ଗୀତ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇ ଯାଇଥିଲା।

ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ତରୁଣ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ ଏବଂ ଗବେଷକ ଅଧ୍ୟାପକ ଉମାକାନ୍ତ ପ୍ରଧାନ ଯଥାକ୍ରମେ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଓ ସମ୍ମାନିତ ବକ୍ତା ଯୋଗଦେଇ ଓଡ଼ିଆ ସାହିତ୍ୟ କୁ କ୍ଷୁଦ୍ର ଗଳ୍ପର ଅବଦାନ ସମ୍ପର୍କରେ ସ୍ଵକୀୟ ମତ ବ୍ୟକ୍ତ କରିଥିଲେ।

ଗାଳ୍ପିକ ଶ୍ରୀନିବାସ ସାହୁଙ୍କ ରଚିତ “କିନ୍ନର” ପୁସ୍ତକ ମୁଖ୍ୟ ଅତିଥିଙ୍କ କରକମଳରେ ଲୋକାର୍ପିତ ହେବା ଉତ୍ତାରୁ ବିଭିନ୍ନ ଅନୁଷ୍ଠାନ, ଶୁଭେଚ୍ଛୁ- ବନ୍ଧୁ ତଥା ସହିତ୍ୟାନୁରାଗୀ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଏବଂ ବିଭିନ୍ନ ଉପଢୌକନ ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରଯାଇଥିଲା। ଏହି ଅବସରରେ କବିୟତ୍ରୀ ସସ୍ମିତା ପଣ୍ଡା କିନ୍ନର ପୁସ୍ତକର ସ୍ରଷ୍ଟା ଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ଗୀତି ପାଠ କରିଥିଲେ ଯାହା ଅତ୍ୟନ୍ତ ଭାବ ଗମ୍ଭୀର ପରିବେଶ ସୃଷ୍ଟି କରିଥିଲା। ଗାଳ୍ପିକ ଶ୍ରୀ ସାହୁ ମଧ୍ୟ ନିଜର ପୁସ୍ତକ ରଚନା, ପ୍ରକାଶନ ଏବଂ ପାଠକାର୍ପଣ ଉତ୍ସବ ଆୟୋଜନ ଦିଗରେ ପ୍ରକାଶକ ତଥା ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଦେଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ।

କିନ୍ନର ପୁସ୍ତକରେ ସ୍ଥାନିତ ମୋଟ୍ ୬ ଗୋଟି ଗଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଅନ୍ୟତମ ବକ୍ତା ପ୍ରାକ୍ତନ ଅଧ୍ୟାପକ ଡ଼ଃ ନିଖିଲେଶ୍ ପଦ ମହାନ୍ତି ପରିଣତ ବୟସ ରେ ଶ୍ରୀନିବାସ ବାବୁ ନିଜ ପୁସ୍ତକରେ କିପରି ଲେଖା ଓ ଲେଖକୀୟ ବିଶେଷତ୍ଵ ବଜାୟ ରଖି ସାମାଜିକ ସଂସ୍କାର ଧର୍ମୀ ବାର୍ତ୍ତା ଦେବାରେ ସକ୍ଷମ ହୋଇଛନ୍ତି, ତାହା ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ।

ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିଲେ ପରିବାର ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ଜେନା। ଶେଷରେ ସାଲେପୁର ସ୍ଥିତ “ଆମେ ସବୁ” ଅନୁଷ୍ଠାନ ର ସମ୍ପାଦକ ସମ୍ବିତ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ଜଗନ୍ନାଥ ଜେଠି ଏବଂ ଶ୍ରୀ ସାହୁଙ୍କ ଭଗିନୀ ଚୌଧୁରୀ ଶ୍ରୀମତୀ ଦାସ ବକ୍ତବ୍ୟ ରଖିଥିଲେ।

ଉତ୍ସବ ପରିଚାଳନା ରେ ସସ୍ମିତା ପଣ୍ଡା, ଧ୍ରୁବ ଚରଣ ପାଢ଼ୀ, ଗୌତମ ଚରଣ ଜେନା, ଅଭୟ କୁମାର ଜେନା, ରାଜ କିଶୋର ମିଶ୍ର, ଦେବବ୍ରତ କର ଓ ସାଥୀଙ୍କ ସମେତ ଚାନ୍ଦିନୀ ଆଦ୍ୟାଶା ପ୍ରମୁଖ ସହଯୋଗିତା କରିଥିଲେ । ସ୍ଥାନୀୟ ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର ଆଦି ଅଞ୍ଚଳରୁ ଶତାଧିକ ସାହିତ୍ୟିକ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ବୟୋଜ୍ୟେଷ୍ଠ ମୂରବୀ, ଯୁବା ଛାତ୍ର, ସମାଜ ସଂଗଠକ, ସାହିତ୍ୟ ପ୍ରେମୀ ଜନସାଧାରଣ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରୁଥିବା ଦେଖାଯାଇଥିଲା। ଉତ୍ସବ ଶେଷରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ
News

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

by Nirvik Bureau
September 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ସେପ୍ଟେମ୍ବର ୨୦୨୬ କୁଆଁପଳ ସ୍ଥିତ ମାହାଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖ ପ୍ରାଙ୍ଗଣରେ ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ସ୍ବର୍ଗତ...

Read more
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

May 26, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.