• About
  • Contact
Tuesday, September 22, 2026
Tuesday, September 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home News

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ର ପୂର୍ବତନ ବିଧାୟକ ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କୁ ଶ୍ରଦ୍ଧାଞ୍ଜଳି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ମଇ ୨୦୨୬

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗତକାଲି ୨୫ ତାରିଖ ପୂର୍ବାହ୍ନ ୯ ଘଟିକା ରେ ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟର ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ର ପୂର୍ବତନ ସଭାପତି, କୃଷକ ନେତା ସ୍ବର୍ଗତ ବିକ୍ରମ କେଶରୀ ବର୍ମା ଙ୍କ ୮୬ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ବଣୁଆ (କୁଆଁପାଳ ନିକଟସ୍ଥ) ଜବାହର ଲାଲ ନେହେରୁ ମହାବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ପୂଜ୍ୟ ପୂଜା ପରମ୍ପରାର ବାହକ ଶରତ କର ଓ ଅନିମା କର ଫାଉଣ୍ଡେସନର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶୋଭନ କରଙ୍କ ପରାମର୍ଶ କ୍ରମେ କେବଳ ମାହାଙ୍ଗା ନୁହେଁ, ସମଗ୍ର ରାଜ୍ୟର ବରପୁତ୍ର ମାନଙ୍କ ସ୍ମୃତିରେ ଏଭଳି ଜୟନ୍ତୀ ଉତ୍ସବ ଏବଂ ସ୍ମୃତି ଚାରଣ ର ଆୟୋଜନ କରାଯାଉଛି ବୋଲି ସ୍ଥାନୀୟ ମୂରବୀ, ବୁଦ୍ଧିଜୀବୀ ଏବଂ ସର୍ବ ସାଧାରଣ ମହଲରେ ଚର୍ଚ୍ଚା ହେଉଛି।

ଏହି କ୍ରମରେ ମାହାଙ୍ଗା ଅଞ୍ଚଳର ବିଶିଷ୍ଟ ରାଜନେତା ଏବଂ ସମଗ୍ର ଓଡ଼ିଶାର ମିଳିତ ଶିକ୍ଷକ – କର୍ମଚାରୀ ସଂଘର ଜଣେ ଅଗ୍ରଗଣ୍ୟ ନେତା ଭାବେ ସ୍ବର୍ଗତ ବିକ୍ରମ ବର୍ମା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ଏହି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା। ଫାଉଣ୍ଡେସନ ତରଫରୁ ଶ୍ରୀ ଶୁଭେନ୍ଦୁ କୁମାର ସାମଲଙ୍କ ସଂଯୋଜନାରେ ରାମଚନ୍ଦ୍ର ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲୀ, ତାରକେଶ୍ୱର ମହାନ୍ତି, ସରୋଜ କୁମାର ଦାସ ପ୍ରମୁଖ ଙ୍କ ସମେତ ଶରତ ପ୍ରେମୀ ପରିବାର ର ବହୁ ସଦସ୍ୟ ଉପସ୍ଥିତ ରହି ଦିବଂଗତ ପ୍ରିୟ ନେତା ବିକ୍ରମ କେଶରୀ ବର୍ମା ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Nirvik Bureau

Nirvik Bureau

Related Posts

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ
News

ମାହାଙ୍ଗାରେ ରାଜନେତା ସ୍ବର୍ଗତ ଶରତ କରଙ୍କ ୮୮ ତମ ଜୟନ୍ତୀ ପାଳିତ

by Nirvik Bureau
September 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ସେପ୍ଟେମ୍ବର ୨୦୨୬ କୁଆଁପଳ ସ୍ଥିତ ମାହାଙ୍ଗା ବ୍ଲକ୍ ଅଫିସ୍ ସମ୍ମୁଖ ପ୍ରାଙ୍ଗଣରେ ପୂର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବାଚସ୍ପତି ସ୍ବର୍ଗତ...

Read more
ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

ପଦ୍ମଶ୍ରୀ ରଜତ କର ଙ୍କ ଜୟନ୍ତୀ ସମାରୋହ

September 3, 2026
ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

ଶ୍ରୀନିବାସ ସାହୁଙ୍କ ଗଳ୍ପ ସଙ୍କଳନ “କିନ୍ନର” ଉନ୍ମୋଚିତ

May 25, 2026
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

May 25, 2026
ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ କବି ଧନେଶ୍ଵର ପାଣିଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

May 23, 2026
ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

ସ୍ମାର୍ଟ୍ କୃଷି ପ୍ରକଳ୍ପ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛି ଶରତ କର ଓ ଅନିମା କର ଫାଉଣ୍ଡେସନ

May 10, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.