• About
  • Contact
Tuesday, June 23, 2026
Tuesday, June 23, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାଆଁ ଟାଉଟର

ଗାଆଁ ଟାଉଟର
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬

ଗାଆଁ ଟାଉଟର, ହୁଏ ହରବର
ପ୍ରଭାତରୁ ମଧ୍ୟ ରାତ୍ର,
ପାଠତ ଅଳପ, ବହୁତ ବହପ
ଅବରଣେ ମଧ୍ୟପାତ୍ର (୧)
ଚାଟ ଶାଳୀ ଯାଇ, ପଢ଼ି ଥିଲା ସେହି
ସେହି ଠାରେ ଡୋରି ବନ୍ଧା,
ଖଣ୍ଡିଆ ଇଁରାଜୀ, କୁହେ ହେଜି ହେଜି
ଗଣିତରେ ବଡ଼ ମାନ୍ଦା (୨)
ଦେବାନେବା କାଳେ, ହିସାବଠି ଭୁଲେ
ଝୁଣ୍ଟି ପଡେ ଏଠି ସେଠି,
ଭୁଲି ଯାଇ ଅଙ୍କ, ଦିଅଇ ଅଧିକ
ଅଜ୍ଞତାରେ ହୁଏ ତ୍ରୁଟି (୩)
ତା’ ପାଟିରେ ପିକା, ସନ୍ଧ୍ୟା ହେଲେ ହୁକା
ନିଶା ପାଣି, ଖରାବେଳେ
ଟଳମଳ ଚାଲି, ଆଖି ଡୋଳା ନାଲି
ଏଠି ସେଠି ବାବୁ ଢ଼ଳେ (୪)
ଶରୀରରେ କ୍ଷତ, ଦରଜ ବହୁତ
ଉଠୁ ଉଠୁ ଗଡିପଡେ,
ପଚାରିଲେ କେହି, ଉତ୍ତର ଦିଅଇ
ଜ୍ଵରରେ ଦେହଟି ଷଢ଼େ (୫)
ଗଣ୍ଡ ମୁରୁଖଟି, ପକାଇ ବଇଠି
କୁହେ ଭରସାର କଥା,
ଦୁଃଖ ତାରିଦେବ, ଉଧାରି ଧରିବ
ଦେବ ବଞ୍ଚକର ରାସ୍ତା (୬)
ମରୁ ଭୂମି ଦେହେ , ଗବ ଗଛ ରୁହେ
ଗରବେ ଆକାଶ ଚାହେଁ,
ଭାବାଇ ଅନେକ, ମୁହିଁ ଏକା ମୁଖ୍ୟ
ନାହିଁ ସରିସମ କିଏ? (୭)
କାଣୀ କୁଜି ନେତା, ସହିତ ମିତ୍ରତା
ସରପଞ୍ଚ, ଆଉ ସଭ୍ୟ
ଆସିଲେ ଗ୍ରାମକୁ, ଏମ.ପି, ଏମ. ଏଲ .ଏ
ପିଛା କରି, ଘୁରୁ ଥିବ (୮)
ହୋଇ ତାଙ୍କ ଭାଟ, କାଢୁ ଥିବ ଫୋଟ,
କହି ଆଜ୍ଞା, ଆଜ୍ଞା ବାବୁ,
ବୁଲି ଦିନ ଯାକ, କରି ବୋଲ ହାକ,
କୁହଇ, ସେମାନେ ପ୍ରଭୂ (୯)
ଅସହାୟ କାଳେ, ଚଳେ, କଳେ ବଳେ
କହି କେତେ ମଧୁ ଭାଷ,
ବିନମ୍ରଟି ଭାରି, ବଚନ ଚାତୁରୀ,
ଅଧରରେ ସ୍ମିତ ହାସ (୧୦)
ଅନ୍ଧ ବିଶ୍ୱାସରେ, ତାହାରି କଥାରେ
କେହି ଦିଏ ଟଙ୍କେ, ପଣେ,
ନେଇ ହାତ ଗୁଞ୍ଜା, କରୁଥାଏ ମଜା
ଅଫିମ, ଗଞ୍ଜାଇ କିଣେ (୧୧)
ଇନ୍ଦିରା ଆବାସ, ଭତ୍ତା ପାଇଁ ଆଶ,
ଖାଉଟି କାର୍ଡଟି ପାଇଁ,
କେହିତ ଆଶାୟୀ, ହୋଇ ଯାଇ ବାଇ
ଶରଣ ପସଇ ଯାଇ (୧୨)
କୁହେ ଟେକ ଟାଣ, କହି ବଡ଼ ପଣ
ସବୁଠାରେ ମୁହିଁ ନେତା,
ସବୁ ଅସମ୍ଭବ, ହୋଇବ ସମ୍ଭବ
କହିଲେ ପଦୁଏ କଥା (୧୩)
ନେତା ଓ ମାଲିକ, ହାକିମ ଅନେକ
ଜଣା ଶୁଣା ଆପଣାର
ଘେନି ଦରଖାସ୍ତ, ଦେବେ ଦସ୍ତଖତ
ସଙ୍ଗେ ଆଦେଶ ପତର (୧୪)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଦେଖଣା ସୁନ୍ଦର, କଖାରୁ ବଡ଼ି
Literature

ଦେଖଣା ସୁନ୍ଦର, କଖାରୁ ବଡ଼ି

by ଜୟ କୁମାର ମିଶ୍ର
June 15, 2026

ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬ ଡଉଲ ଡାଉଲ, ରୂପ ଝଲ ମଲ ମିଠା ମିଠା, କଥା ଭାଷା, ଦେଖେ, ଶୁଣେ ଯିଏ, ଆକର୍ଷିତ...

Read more
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.