• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩୦ ଜୁନ୍ ୨୦୨୬

ଚଳିତ ଜୁନ ମାସ ୨୫ ତାରିଖ ଠାରୁ ହଠାତ୍ ଚଳଚଞ୍ଚଳ ହୋଇପଡ଼ିଛି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”। ତାର ଏକମାତ୍ର କାରଣ ହେଉଛି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଏବେ ପାଇଯାଇଛି ନିଜର ଭବିଷ୍ୟତ ନେତୃତ୍ୱ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି, ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା ଆର. କାର୍ତ୍ତିକେୟନ। ଯାହାଙ୍କର ବଡ଼ ପରିଚୟ ହେଉଛି ସେ ହେଉଛନ୍ତି ଭି.କେ.ପାଣ୍ଡିଆନଙ୍କ ପତ୍ନୀ।

ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହେବାପରେ ଏବେ ବିଜେଡି ରାଜନୀତି କଡ଼ ଲେଉଟାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ଦଳରେ ସେ ଯୋଗଦାନ କରିବା ପରଠାରୁ ଅନେକ ରୋଚକ ଘଟଣା ଦେଖିବାକୁ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଗଭଳି ଭିଡ଼ ଦେଖିବାକୁ ମିଳୁନଥିଲା। ବିଜେଡିର ବଡ଼ ବଡ଼ ନେତାମାନେ ଶଙ୍ଖ ଭବନ ଆସୁନଥିଲେ। ମାତ୍ର ସୁଜାତା ବିଜେଡିରେ ସାମିଲ ହେବା ପରର ଘଟଣା ଏବେ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟି ଯାଇଛି।

ବିଜେଡି ପାଇଗଲା ନବୀନଙ୍କ ଉତ୍ତରାଧିକାରୀ:- ନବୀନ ପଟ୍ଟନାୟକଙ୍କ ପରେ କିଏ? ଏହି ପ୍ରଶ୍ନ ଆଉ ବିଜେଡିରେ କେହି କାହାକୁ ପଚାରିବେ ନାହିଁ ଅବା ଏ ବାବଦରେ ସନ୍ଦେହ ଆଉ କାହାର ମନରେ ନାହିଁ। ଯେଉଁଭଳି ଭାବେ ସୁଜାତା ଆର. କାର୍ତ୍ତିକେୟନଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ନେତାମାନଙ୍କ ସହ ପରିଚୟ କରାଇଲେ ତାହାହିଁ ଜଣାଇଦେଲା ସମସ୍ତଙ୍କୁ ସୁଜାତା ହିଁ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ। ସୁଜାତାଙ୍କ ପାଇଁ ଆୟୋଜିତ ଉତ୍ସବର ମାହୋଲ ହିଁ ବତାଇଦେଉଥିଲା ସବୁ କିଛି। ବିଜେଡି ସଭାପତିଙ୍କ ଇସାରାକୁ ବୁଝି ଯାଇଥିଲେ ଦଳର ବରିଷ୍ଠ ନେତାମାନଙ୍କ ଠାରୁ ଆରମ୍ଭ କରି ଶଙ୍ଖ ଭବନର ଦରମାପ୍ରାପ୍ତ କର୍ମଚାରୀଙ୍କ ପର୍ଯ୍ୟନ୍ତ। ଏପରିକି ଦଳର କର୍ମୀଙ୍କ ଉଦ୍ଦେଶ୍ୟରେ ବଡ଼ ବାର୍ତ୍ତା ମଧ୍ୟ ଚାଲିଗଲା ଆଗକୁ ବିଜେଡି ଚାଲିବ ସୁଜାତାଙ୍କୁ ନେଇ।

ଚୁପ୍ ହୋଇଗଲେ ବରିଷ୍ଠ:- ସୁଜାତାଙ୍କ ଆଗମନ ପରେ ଦଳର କିଛି ବରିଷ୍ଠ ନେତା ମଧ୍ୟ ଏକ ପ୍ରକାର ନିରବ ହୋଇଯାଇଛନ୍ତି ଓ ଆଉ କିଛି ମୁହଁ ଖୋଲିବାକୁ ମଧ୍ୟ ସାହସ ଜୁଟାଇ ପାରୁନାହାଁନ୍ତି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଅରୁଣ କୁମାର ସାହୁ ଆଦି ନେତାମାନେ ଏବେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି। ଯେପରି ସମସ୍ତେ ବୁଝି ଯାଇଛନ୍ତି ନବୀନଙ୍କ ନିଷ୍ପତ୍ତିକୁ, କେହି ବି ଆଉ ପ୍ରତିବାଦ କରିବା ସ୍ଥିତିରେ ନଥିବା ଭଳି ମନେହେଉଛି ।

ପରାଜିତ ନେତାଙ୍କ ଖୁସି କହିଲେ ନସରେ:- ଗତ ସାଧାରଣ ନିର୍ବାଚନରେ ହାରିଯାଇଥିବା ଓ ଟିକେଟରୁ ବଞ୍ଚିତ ବିଜେଡିର କିଛି ନେତା ସୁଜାତାଙ୍କ ଆଗମନ ପରେ ସବୁଠାରୁ ବେଶୀ ଖୁସି ଅଛନ୍ତି। ଏମାନଙ୍କ ମଧରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ,ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା,ପ୍ରତାପ ଜେନା ଆଦି। କାରଣ ଏମାନେ ଚାହୁଁଥିଲେ ପାଣ୍ଡିଆନ ଦମ୍ପତିଙ୍କ ହାତରେ ବିଜେଡିର ଚାବିକାଠି ରହିଲେ ଏମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ। ପୂର୍ବ ଭଳି ଏମାନଙ୍କ ହାତ ବି ଚିକ୍କଣ ହେବ । ଆଗକୁ ଯାହା ହେଉଛି ହେଉ, ଏହି ପରାଜିତ ନେତାମାନେ ପାଣ୍ଡିଆନ ଦମ୍ପତିଙ୍କ ଛାଇରେ ବାଟ ଚାଲିବେ।

ଆରମ୍ଭ ହେଲାଣି ସୁଜାତାଙ୍କ ଦରବାର:- ଦୀର୍ଘଦିନ ପରେ ବିଜେଡିରେ ଏବେ ଦରବାର ରାଜନୀତି ଆରମ୍ଭ ହୋଇଛି। ତାହା ପୁଣି ଶଙ୍ଖ ଭବନରୁ। ଶଙ୍ଖ ଭବନ ଏବେ “ସୁଜାତାଙ୍କ ଦରବାର” ଭାବରେ ମଧ୍ୟ ପରିଚିତ ହେଲାଣି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦଳର ନେତା ଓ କର୍ମୀ ମାନେ ସୁଜାତାଙ୍କ ଭେଟିବା,ଫୁଲ ତୋଡ଼ା ଦେବା ସହ ରାଜନୈତିକ ଚର୍ଚ୍ଚା ବି ଆରମ୍ଭ କରିଦେଲେଣି। ନବୀନଙ୍କୁ ଭେଟି ପାରୁନଥିବା ଏହି ନେତାମାନେ ଏବେ ସୁଜାତାଙ୍କ ସାନିଧ୍ୟ ପାଇ ବେଶୀ ସନ୍ତୁଷ୍ଟ ଥିବା ପରି ମନେ ହେଉଛନ୍ତି। ତା ସାଙ୍ଗକୁ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଯାଇଛି କିଏ ସୁଜାତାଙ୍କ ଅଧିକ ନିକଟତର ବୋଲି ପ୍ରମାଣିତ କରିବାକୁ।

ସାଧାରଣ କର୍ମୀ ରୁ ନେତ୍ରୀ ସୁଜାତା:- ଯଦିଓ ବିଜେଡି ସୁପ୍ରିମୋ ସୁଜାତା ଆର. କାର୍ତ୍ତିକେୟନଙ୍କୁ ଦଳରେ “ସାଧାରଣ କର୍ମୀ” ବୋଲି ଅଭିହିତ କରିଥିଲେ ମାତ୍ର, ପ୍ରଥମ ଦିନରୁ ହିଁ ସୁଜାତା ପ୍ରମାଣିତ କରିସାରିଲେଣି ଯେ, ସେ କେବଳ କର୍ମୀ ନୁହେଁ ବରଂ ଦଳର ନେତୃତ୍ୱ ନେବା ପାଇଁ ଯୋଗ୍ୟତା ରଖନ୍ତି। ପ୍ରଥମରୁ ତାଙ୍କ ଠାଣି,ବାଣୀ ଓ ପାଖରେ ନେତାମାନଙ୍କ ଭିଡ଼ ପ୍ରମାଣିତ କରିଛି ସେ ହିଁ ଦଳର ନେତୃତ୍ୱ ନେବାପାଇଁ ଆସିଛନ୍ତି।

ଏବେ କେବଳ ଦେଖିବାକୁ ବାକି ରହିଲା ଯେ ସୁଜାତାଙ୍କୁ କେଉଁ ପଦବୀରେ ଅବସ୍ଥାପିତ କରିବେ ନବୀନ ପଟ୍ଟନାୟକ ? ଦଳର ସମସ୍ତ ନିଷ୍ପତ୍ତି ସୁଜାତା ନିଜେ ନେବେ ନା ସ୍ୱାମୀ ଭି.କେ ପାଣ୍ଡିଆନଙ୍କ ହାତର ଚାବି ଦିଆ କଣ୍ଢେଇ ହୋଇ ରହିବେ ? ଦଳର କର୍ମୀ ଓ ନେତା ସିନା ସୁଜାତାଙ୍କୁ ଚୁପଚାପ ଗ୍ରହଣ କରିନେଲେ, ମାତ୍ର ଓଡ଼ିଶାର ଜନ ସାଧାରଣ ତାଙ୍କୁ ଗ୍ରହଣ କରିବେ ତ ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.