• About
  • Contact
Monday, August 17, 2026
Monday, August 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଜୁଲାଇ ୨୦୨୬

ଗତ ଜୁନ ମାସ ୧୨ ତାରିଖରେ ଓଡ଼ିଶା ସରକାରକୁ ଦୁଇ ବର୍ଷ ପୂରିଯାଇଛି। ନିଜକୁ ଲୋକଙ୍କ ସରକାର କହୁଥିବା ମୋହନ ମାଝୀଙ୍କ ସରକାର ଏହି ଦୁଇ ବର୍ଷ ପୂର୍ତ୍ତୀ ଅବସରରେ ଲୋକଙ୍କ ପାଖରେ ସରକାରର ସଫଳତାର ବାର୍ତ୍ତା ପହଞ୍ଚାଇବାକୁ ଯଥେଷ୍ଟ ଉଦ୍ୟମ କରିଛି। ମାତ୍ର “ଲୋକଙ୍କ ସରକାର” ବାବଦରେ ସାଧାରଣ ଲୋକଙ୍କ ଭିତରେ କ’ଣ ଆଲୋଚନା ହେଉଛି ? ପୂର୍ବ ସରକାର ସହିତ ବର୍ତ୍ତମାନର ସରକାରଙ୍କୁ ନେଇ କିପରି ତୁଳନା କରୁଛନ୍ତି ସାଧାରଣ ଲୋକ ? ଏହି ଦୁଇ ବର୍ଷର ଉପଲବ୍ଧି ସେମାନଙ୍କ ପାଇଁ କେମିତି ତାହା ଏବେ ନକହିଲେବି ବେଶ୍ ବୁଝାପଡୁଛି।

୨୦୨୪ ମସିହାରେ ଓଡ଼ିଶା ରାଜନୀତିରେ ଘଟିଲା ବଡ଼ ପରିବର୍ତ୍ତନ। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ଓଡ଼ିଶାବାସୀ କ୍ଷମତାରୁ ହଟାଇ ଦେଲେ । ରାଜ୍ୟରେ ଗଠିତ ହୋଇଥିଲା ବିଜେପିର ସରକାର। ବିଜେପିର ପ୍ରତିଶୃତି ଥିଲା ଅନେକ, ଲୋକଙ୍କର ଆଶା ମଧ୍ୟ ଥିଲା ତା ଠାରୁ ଢ଼େର ଅଧିକ। ମାତ୍ର ଓଡ଼ିଶା ସରକାରଙ୍କ ଏହି ୨ବର୍ଷର ସଫଳତାକୁ ନେଇ ସାଧାରଣ ଲୋକ ଖୁସି ନଥିବା ପରି ଅନୁଭବ ହେଉଛି କାହିଁକି ? ସାଧାରଣ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିଥିବା କେତେକ ଘଟଣା ଉପରେ ନଜର ପକାଇଲେ ପ୍ରଥମେ ଆଖି ଆଗକୁ ଚାଲିଆସୁଛି ସରକାରଙ୍କଦ୍ୱାରା ଛପା ଯାଇଥିବା ସ୍କୁଲ ବହିରେ ତ୍ରୁଟି ପ୍ରସଙ୍ଗ।

ସ୍କୁଲ ବହି ସ୍କାମ:- ରାଜ୍ୟର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଓ ତାଙ୍କର ଅଭିଭାବକ ମାନେ ଏବେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି “ଲୋକଙ୍କ ସରକାର” ଉପରେ। ଗୋଟିଏ ଦୁଇଟି ନୁହେଁ, ସବୁ ବହିରେ ମୁଦ୍ରଣ ଜନିତ ତ୍ରୁଟିର ସଂଖ୍ୟା ଆଉ ଗଣି ହେଉନାହିଁ। ସାରା ଦେଶରେ ଓଡ଼ିଶାର ସରକାରୀ ପାଠ୍ୟ ପୁସ୍ତକର ତ୍ରୁଟି ଘଟଣା ଏବେ ବଡ଼ ପ୍ରସଙ୍ଗ ପାଲଟି ଯାଇଛି । ଏହି ଘଟଣାରେ ଶିକ୍ଷା ବିଭାଗ ନିର୍ଦ୍ଦେଶକ, ସଚିବ, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଉଚ୍ଚାରଣ ମଧ୍ୟ ସମସ୍ତଙ୍କୁ ତାଜୁବ କରିଛି। ନିଜ ତ୍ରୁଟିକୁ ସ୍ୱୀକାର କରିବା ପରିବର୍ତ୍ତେ ଏହା ଏକ ଷଡ଼ଯନ୍ତ୍ର ବୋଲି ଯଦି “ଲୋକଙ୍କ ମୁଖ୍ୟମନ୍ତ୍ରୀ” କହୁଛନ୍ତି ତେବେ ଏଥିରୁ କ’ଣ ବୁଝାଯିବ ? ଦୁଇ ଚାରିଜଣ ଅଧିକାରୀଙ୍କୁ ଦଣ୍ଡିତ କରି ଉକ୍ତ ଘଟଣାକୁ ଯଦି ଚାପିବାକୁ ଉଦ୍ୟମ କରାଯାଉଛି ତେବେ ସରକାରଙ୍କ ଭାବମୂର୍ତ୍ତୀ ବଢୁଛି ନା ଖସୁଛି ?

ନ୍ୟାୟ ଅପେକ୍ଷାରେ ମହିଳା ସରପଞ୍ଚ:- ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ମାଡ଼ ଓ ଗିରଫ ଘଟଣା। ଜଣେ ନିର୍ବାଚିତ ଲୋକ ପ୍ରତିନିଧି ଓ ମହିଳାଙ୍କୁ କେଉଁଭଳି ଭାବେ ଆମ ବ୍ୟବସ୍ଥା ମାଡ଼ ମାରିଲା ଓ ଶେଷରେ ମିଛ ମାମଲାରେ ଜେଲ ପଠାଇଲା, ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ। ଜଣେ ମହିଳା ସରପଞ୍ଚଙ୍କୁ ଯଦି ନ୍ୟାୟ ମିଳି ପାରୁନାହିଁ, ମିଳିତ ଭାବେ ଥାନା ଆଇଆଇସି, ବିଡିଓ ଓ ଶାସକ ଦଳର ବିଧାୟକଙ୍କ ସମର୍ଥକ ମାନେ ମିଳିମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଓ ତେବେ ସାଧାରଣ ମହିଳା କ’ଣ ନିଜକୁ ସୁରକ୍ଷିତ ଭାବିବେ ? ଏହି ଘଟଣା ନେଇ ଚାରିଆଡୁ ସରକାର ସମାଲୋଚିତ ହେବା ପରେ ମଧ୍ୟ ମହିଳା ସରପଞ୍ଚ ଜଣକ ଏବେ ବି ପ୍ରତିବାଦ କରିବା ସହ ନ୍ୟାୟ ପାଇବାକୁ ସଂଘର୍ଷ କରୁଛନ୍ତି ।

ଭିଡ଼ ହିଂସାର ରାଜ୍ୟ ଓଡ଼ିଶା:- ଏଇ କିଛିଦିନ ଭିତରେ ଓଡ଼ିଶା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଛି ଭିଡ଼ ହିଂସାର ରାଜ୍ୟ ଭାବେ। ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଜଣେ ଜିଆରପି କନେଷ୍ଟବଳଙ୍କୁ ପିଟି ପିଟି ମାରିଦେଲେ କିଛି ଅସାମାଜିକ ତତ୍ତ୍ୱ । ଯାହା ପାଲଟିଗଲା ଜାତୀୟ ଗଣମାଧ୍ୟମର ବଡ଼ ଖବର । ପୁଣି ତାପରେ ରାୟଗଡ଼ାର କଲ୍ୟାଣସିଂପୁରରେ ରିସର୍ଚ୍ଚ କରିବାକୁ ଆସିଥିବା ଜଣେ ଛାତ୍ରୀ ଓ ତାଙ୍କ ବନ୍ଧୁଙ୍କୁ କିଛି ଲୋକ ନିର୍ମମ ଭାବେ ମାଡ଼ ମାରିବା ଓ ପୋଷାକ ପତ୍ର ଚିରିଦେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ଓ ପାଲଟି ଯାଇଛି ଜାତୀୟ ଲଜ୍ଜା । ଏ ଦୁଇଟି ଘଟଣା ପ୍ରମାଣିତ କରୁଛି ନା ନାହିଁ ଯେ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଆଦୌ ଭଲ ନାହିଁ ବୋଲି।

ଅସୁରକ୍ଷିତ ମୁଖ୍ୟମନ୍ତ୍ରୀଙ୍କ ଅଫିସ:- ଦୁଇ ଦୁଇଟି ତଦନ୍ତ କମିଶନଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଚୋରି ହେବା ଏକ ପ୍ରମୁଖ ଖବର। ଯଦି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ତଦନ୍ତ କମିଶନ ରିପୋର୍ଟ ଚୋରି ହୋଇଯାଉଛି, ତେବେ ରାଜ୍ୟ ସରକାରଙ୍କ ସରକାରୀ ଅଫିସ ଗୁଡ଼ିକ କେହି ସୁରକ୍ଷିତ ବୋଲି ଭାବିବେ କି ? ଏହି ଫାଇଲ ଚୋରି ଘଟଣାରେ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଲୋକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛି। ସରକାର ପ୍ରଥମେ ଏହାକୁ ମାନୁ ନଥିଲେ, ପରେ ଏନେଇ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏତଲା ଦିଆଗଲା କ୍ୟାପିଟାଲ ପୋଲିସ ଥାନାରେ ଆଉ ଏବେ ଆରମ୍ଭ ହୋଇଛି ତଦନ୍ତ ଓ ଖୋଜା ଚାଲୁଛି ଚୋରି ହୋଇଥିବା ଫାଇଲ।

ଯଦି ରାଜ୍ୟର ନିର୍ବାଚିତ ମହିଳା ଲୋକ ପ୍ରତିନିଧି ନିଜକୁ ଅସୁରକ୍ଷିତ ମଣୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଫାଇଲ ଗାଏବ ହୋଇ ଯାଉଛି, ଭିଡ଼ ହିଂସାର ପ୍ରଭାବରେ ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ଭାବିଲେଣି, ବ୍ୟାପକ ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ସହ ସ୍କୁଲ ପିଲାଙ୍କ ପାଇଁ ଛପା ଯାଇଥିବା ପୁସ୍ତକରେ ଜାଣିଶୁଣି ତ୍ରୁଟି କରାଯାଉଛି, ଯାହାଦ୍ୱାରା ଭବିଷ୍ୟତର ପୀଢ଼ିଙ୍କୁ ମୂର୍ଖ କରିବାର ବ୍ୟବସ୍ଥା ହେଉଛି ତେବେ ରାଜ୍ୟର ଭବିଷ୍ୟତ ଅନ୍ଧକାରମୟ ବୋଲି ଏକ ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଯାଉଛି ନା ନାହିଁ ? ଏସବୁ ଘଟଣା ଦେଖିବା ପରେ କେହି ବ୍ୟକ୍ତି ଏହାକୁ ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳତା ବୋଲି କହିବେ କି ? “ରାଜ୍ୟସାରା ବିକାଶର ଧାରା” ବୋଲି ଦିଆ ଯାଉଥିବା ସରକାରୀ ସ୍ଲୋଗାନକୁ ଲୋକେ ମିଛ ବୋଲି କହିବେ ନା ନାହିଁ ? ଦୁଇବର୍ଷର ସଫଳତା ଅପେକ୍ଷା ସରକାରର ବିଫଳତା ଅଧିକ ବୋଲି ଏହା ପ୍ରମାଣିତ କରୁଛି ନା ନାହିଁ ଟିକେ ଭାବନ୍ତୁ ତ ?

Nirvik Bureau

Nirvik Bureau

Related Posts

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?
Politics

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

by Nirvik Bureau
August 15, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୫ ଅଗଷ୍ଟ ୨୦୨୬ କିଏ ହେବ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜି? ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରୁନାହିଁ। ଏପରିକି ମାମଲା ଯାଇ...

Read more
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.