• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ତେଣୁ-ସ୍ନେହ ଦିଅ ନିଗାଡ଼ି

ତେଣୁ-ସ୍ନେହ ଦିଅ ନିଗାଡ଼ି
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୧୧ ସେପ୍ଟେମ୍ବର ୨୦୨୨

ସ୍ନେହୀ ମଣିଷକୁ
ଭୁଲି ହୁଏ ନାହିଁ ଜମାରୁ ।
ଜାଣିଥାଅ ସ୍ନେହ
ସରେନା ମନର ଅମାରୁ ।।
ତେଣୁ-ସ୍ନେହ ଦିଅ ନିଗାଡ଼ି ।
ଦୁନିଆଁରେ ଆଉ
କେ ଅଛି କାହିଁରେ
ତୁମକୁ ଦେବସେ ବିଗାଡି ।।

ସ୍ନେହ ପାଶେ ଥିଲେ
ପାଇବ ସବୁଠି ଆସନ ।
ତୁମ ପାଇଁ ଆଉ
ନ ଥିବଟି କଡା ଶାସନ ।।
ତେଣୁ-ସ୍ନେହ ଭାରି ଦାମିକା ।
ଯାହା ଯେବେ କର
ସ୍ନେହବୋଳା କର
ହୁଅ ପଛେ ଯେଡ଼େ କାମିକା ।।

ସ୍ନେହ ପାଶେ ଥିଲେ
ଜାଣି ଥାଅ ତା’ର କଥାକୁ ।
ଶତ୍ରୁ ବି ଦିନେ
ନୁଆଇଁ ଦେବ ତା ମଥାକୁ ।।
ତେଣୁ-ସ୍ନେହ ରଖି ପାଖରେ ।
ଭଲ ମନ୍ଦ କିଛି
ବିଚାର ନ କରି
ତା’ ସୁଆଦ ସଦା ଚାଖରେ ।।

ସ୍ନେହର ନିକଟେ
ଦୂର ହୁଏ ସବୁ ଗରବ ।
ଜାଣିଥାଅ ସବୁ
ସ୍ନେହ ଟି ଅସଲ ଦରବ ।।
ତେଣୁ-ସ୍ନେହ ପରି କିଏରେ ।
ବିପଦେ-ଆପଦେ
ଲୋଡୁଥିଲେ ତାକୁ
ସାହା ହୋଇଥାଏ ସିଏରେ ।।

ହିଂସା-ରାଗ ଆଉ
ରୁଷାରେ ମିଳେନା ଭରସା ।
ଏକା ସ୍ନେହ ଥିଲେ
ସୁଖ ଶାନ୍ତି କରେ ପରସା ।।
ତେଣୁ-ସ୍ନେହ ଆମ ହିତରେ ।
ଛାଇ ପରି ତାକୁ
ପାଖେ ରଖିଥିବା
ସିଏ ଯେଣୁ ଆମ ମିତରେ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.