ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬
ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ
ମୋ ଠିକଣା ଯାଇଛି ହଜି
ନୀଳ ଆକାଶରେ ଉଡ଼ି ବୁଲୁଛି ମୁଁ
ତୁମକୁ ପାଉନି ଖୋଜି।
ସାରା ଜୀବନର ସାଇତା ପ୍ରୀତି ମୋ
ତୁମ ସାଥେ ଭାଗ କରି
ବାନ୍ଧି ରଖ ମୋତେ ତୁମ ପଞ୍ଜୁରୀରେ
ଗାଉଥିବି ପ୍ରୀତି ସାୟରୀ
ମୁକ୍ତି ବଦଳେ ବନ୍ଧନ ଦିଅ
ଖୁସିରେ ଯିବି ମୁଁ ମଜି।
ପ୍ରଣୟ ଡୋରୀର ସୁନା ଶିକୁଳୀରେ
ଯେଉଁଦିନ ଦେଲ ରଜି
ସବୁ ଅବସାଦ ବିରହ.. ବିଷାଦ
ଛାତିକୁ ନେଲି ଆଉଜି
ବେଦରଦୀ ପ୍ରାଣେ ଯାତନା ଦେଲେବି
ପ୍ରୀତିରେ ଯିବି ମୁଁ ହଜି।






